Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ବଢିଲା ବିଜେଡ଼ି ବିଧାୟକ ସମ୍ବିତ ରାଉତରାୟଙ୍କ ଅଡୁଆ

Odisha

ପୁଣି ବଢିଲା ବିଜେଡ଼ି ବିଧାୟକ ସମ୍ବିତ ରାଉତରାୟଙ୍କ ଅଡୁଆ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ବଢିଲା ବିଜେଡ଼ି ବିଧାୟକ ସମ୍ବିତ ରାଉତରାୟଙ୍କ ଅଡୁଆ

ଅର୍ଗସ ବ୍ୟୁରୋ : ପାରାଦୀପ ବିଜେଡିରେ ବିଦ୍ରୋହ । ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଦରେ ଖୋଦ୍ ବିଜେଡି କର୍ମୀ କରିଛନ୍ତି ବିଦ୍ରୋହ । ଏପରିକି ପର୍ଯ୍ୟବେକ୍ଷକଙ୍କ ତାଗିଦକୁ ମଧ୍ୟ ଖାତିର ନାହିଁ ।  ଆଗରୁ ଥରେ ଫେବ୍ରୁଆରି ୨୯ ରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ବିଜେଡି କର୍ମୀ ସମ୍ମିଳନୀ ନାଁରେ ୩୬ ପଞ୍ଚାୟତର ୨ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା କୁଜଙ୍ଗରେ ଏକାଠି ହୋଇଛନ୍ତି । ଏଠାରେ କୁହାଯାଇଛି ଯେ, ସମ୍ବିତ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ କର୍ମୀଙ୍କ ସହିତ ନାହାନ୍ତି, ଲୋକଙ୍କ ସମସ୍ୟା ସହିତ ନାହାନ୍ତି । ତେଣୁ ଏଥର ତାଙ୍କୁ ଟିକେଟ ନ ଦେବାକୁ ନବୀନଙ୍କ ନିକଟରେ ଦାବି ରଖିଛନ୍ତି ବିଜେଡ଼ି ନେତା  ଓ କର୍ମୀ ।

ତେବେ ଉପକୂଳ ଓଡ଼ିଶାର ଅନ୍ୟତମ ରାଜନୈତିକ ପଶାପାଲି ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀରେ ଲାଗିଛି ବିଜେଡି ଟ୍ୟାଗ୍ । ସେପଟେ ଆଜି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ଅସନ୍ତୁଷ୍ଠ ବେଜେଡ଼ି ନେତା ଓ କର୍ମୀ । କହିଛନ୍ତି, ଆମ ବିଧାୟକ ଆମକୁ ଡଷ୍ଟବିନରେ ପକାଇ ଦେଇଛନ୍ତି । ଅଯୋଗ୍ୟଙ୍କୁ ହଟାଅ ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଉ ବୋଲି ମଧ୍ୟ କହିଛନ୍ତି  ।

ସେପଟେ ୨୪ ନିର୍ବାଚନରେ ସମ୍ବିତଙ୍କ ସମତଳ ରାସ୍ତାରେ କଣ୍ଟା ସାଜିଛନ୍ତି ପାରଦୀପ ପୌରପାଳିକା ଅଧ୍ୟକ୍ଷ ତଥା ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ । ସେ ଏବେ ପାରାଦୀପ ପାଇଁ ଶଙ୍ଖ ଦଳରୁ ପ୍ରମୁଖ ଦାବିଦାର ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ଗତ ପୌର ନିର୍ବାଚନରେ ସେ ତାଙ୍କ ଦବଦବା ଜାହିର କରି ପୌରାଧ୍ୟକ୍ଷ ଆସନ ହାତେଇବାରେ ସଫଳ ହୋଇଛନ୍ତି । ଉଭୟ ସାଂଗଠନିକ ଦକ୍ଷତା ଓ ପତିଆରା ଦୃଷ୍ଟିରୁ ସେ ସମ୍ବିତଙ୍କ ବାଟ ଓଗାଳିବା ଚର୍ଚ୍ଚା ଖୁବ୍ ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
jagatsinghpur bjd fight issue | Argus News