Crime In Odisha / ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯାତନା, ଘଟଣାକୁ ଚପାଇ ଜେଲ୍ ଗଲେ ଅଧ୍ୟକ୍ଷ

Key Points
ଗତସିଂହପୁର ଜିଲ୍ଲା କୁର୍ତ୍ତାଙ୍ଗ ସ୍ଥିତ ସ୍ଵାମୀ ଅରୂପାନନ୍ଦ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ହାତରେ ହାତକଡ଼ି ପଡ଼ିଛି । ପୋକ୍ସୋ କୋର୍ଟରେ ଆତ୍ମସମର୍ପଣ ପରେ କୋର୍ଟ ଜାମିନ୍ ନାମଞ୍ଜୁର କରିବା ପରେ ଜେଲ୍ ଯାଇଛନ୍ତି ଅଧ୍ୟାପକ ।
ଜଗତସିଂହପୁର: ସବୁ ଜାଣିଥିଲେ ଅଧ୍ୟକ୍ଷ, ଅଧ୍ୟାପକଙ୍କୁ ଘୋଡ଼ାଉ ଥିଲେ ଘଣ୍ଟ । ହାଇକୋର୍ଟଙ୍କ ଛାଟ ବାଜିଲା, ଆତ୍ମସମର୍ପଣ କରି ଜେଲ୍ ଗଲେ । ଜଗତସିଂହପୁର ଜିଲ୍ଲା କୁର୍ତ୍ତାଙ୍ଗ ସ୍ଥିତ ସ୍ଵାମୀ ଅରୂପାନନ୍ଦ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ହାତରେ ହାତକଡ଼ି ପଡ଼ିଛି । ପୋକ୍ସୋ କୋର୍ଟରେ ଆତ୍ମସମର୍ପଣ ପରେ କୋର୍ଟ ଜାମିନ୍ ନାମଞ୍ଜୁର କରିବା ପରେ ଜେଲ୍ ଯାଇଛନ୍ତି ଅଧ୍ୟକ୍ଷ ।
ସ୍ଵାମୀ ଅରୂପାନନ୍ଦ ଶିକ୍ଷା ମହାବିଦ୍ୟାଳୟରେ ପଢ଼ୁଥିବା ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ରଘୁନାଥପୁର ଥାନା କେସ୍ ନମ୍ବର ୧୫୫/୨୦୨୫ରେ ମାମଲା ହୋଇଥିଲା । ସ୍ଵାମୀ ଅରୂପାନନ୍ଦ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଶାଶ୍ଵତ ମହାନ୍ତି ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିବା ବେଳେ ଘଟଣାକୁ ଚପାଇ ରଖିଥିଲେ ଅଧ୍ୟକ୍ଷ । ଆଉ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋକ୍ସୋ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଅଧ୍ୟକ୍ଷ, ବେଲ୍ ନ ମିଳିବାରୁ ଜେଲ୍ ଯାଇଛନ୍ତି ।
ଏଥିସହ ପଢ଼ନ୍ତୁ: BJDରୁ ନିଲମ୍ବିତ ପରେ ଶ୍ରୀମୟୀଙ୍କ ବଡ଼ ବିସ୍ଫୋରଣ, କହିଲେ "ଅଣ ଓଡ଼ିଆଙ୍କ ପ୍ରରୋଚନାରେ..."
📱 Get Argus News App
✨ସେପଟେ ଯାହାଙ୍କ ବିରୋଧରେ ଯୁକ୍ତ ୨ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଥିଲେ, ସେହି ଗଣିତ ଅଧ୍ୟାପକ ଶାଶ୍ଵତ ମହାନ୍ତି ଏବେ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଅଭିଯୋଗକୁ ଦୁଇ ମାସ ବିତିଥିବା ବେଳେ ଶାଶ୍ଵତ ଲୁଚକାଳି ଖେଳୁଛନ୍ତି । ଛାତ୍ରୀଙ୍କ ଅଭିଯୋଗ ପରେ ଜଗତସିଂହପୁର ଉପଜିଲ୍ଲାପାଳ ସ୍ଵାମୀ ଅରୂପାନନ୍ଦ ଶିକ୍ଷା ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଶାଶ୍ଵତ ମହାନ୍ତି ଓ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ନିଲମ୍ବିତ କରିଥିଲେ । ଆଉ ସେବେଠୁ ଉଭୟ ପୋଲିସ ସହ ଲୁଚକାଳି ଖେଳୁଥିବା ବେଳେ ଅଧ୍ୟକ୍ଷ ଆଜି ଆତ୍ମସମର୍ପଣ କରି ଜେଲ୍ ଯାଇଛନ୍ତି ।
Related Topics
Explore more stories