Shreemayee Mishra / BJDରୁ ନିଲମ୍ବିତ ପରେ ଶ୍ରୀମୟୀଙ୍କ ବଡ଼ ବିସ୍ଫୋରଣ, କହିଲେ "ଅଣ ଓଡ଼ିଆଙ୍କ ପ୍ରରୋଚନାରେ..."

Key Points
ପୂର୍ବରୁ ନାଁ ନ ନେଇ "ସନ୍ୟାସୀ" ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ଶ୍ରୀମୟୀ ନିଲମ୍ବନ ପରେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଦଳର ନେତା କ'ଣ କରୁଥିଲେ ଲେଖିଛନ୍ତି ।
ଭୁବନେଶ୍ଵର: ବିଜେଡିରୁ ନିଲମ୍ବିତ ହେବା ପରେ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର । ପୂର୍ବରୁ ନାଁ ନ ନେଇ "ସନ୍ୟାସୀ" ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ଶ୍ରୀମୟୀ ନିଲମ୍ବନ ପରେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଦଳର ନେତା କ'ଣ କରୁଥିଲେ ଲେଖିଛନ୍ତି ।
ଏଥିସହ ପଢ଼ନ୍ତୁ: ଆଉ BJD ସମ୍ଭାଳି ପାରିଲାନି ଶ୍ରୀମୟୀଙ୍କ ସୋସିଆଲ୍ ମିଡିଆ ବାଣ, ଶେଷରେ କଲା ନିଲମ୍ବିତ
ଶ୍ରୀମୟୀ ମିଶ୍ର ଲେଖିଛନ୍ତି, "ଆତ୍ମସମ୍ମାନ ଓ ସ୍ଵାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ । ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ ।"
ସେ ଆହୁରି ଲେଖିଛନ୍ତି, "ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡ଼଼ିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର ।"
📱 Get Argus News App
✨
ଶ୍ରୀମୟୀ ଆହୁରି ଲେଖିଛନ୍ତି, "ମାଆକୁ ସମ୍ମାନର ଆହ୍ଵାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ । ମୁଁ ଓଡ଼ିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ । ଜୟ ଜଗନ୍ନାଥ ।"
ନିଲମ୍ବିତ ପୂର୍ବରୁ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଶ୍ରୀମୟୀ ଲେଖିଥିଲେ, "ଏଇ କିଛି ଦିନ ତଳେ ଗୋଟିଏ ଓଟିଟି ପ୍ଲାଟଫର୍ମରେ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ଦେଖିଲି ଯାହାକି ସନ୍ୟାସ ଓ ସନ୍ୟାସୀ ଉପରେ ଆଧାରିତ ଥିଲା । ସେଥିରେ କଳାକାରମାନଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଓ ଯୁଗୋପଯୋଗୀ ଥିଲା ।ସନ୍ନ୍ୟାସରୁ ସନ୍ୟାସୀ, ସଂସାରର ସମସ୍ତ ସୁଖ ସମ୍ଭୋଗଠୁଁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ ।"
ଏଥିସହ ପଢ଼ନ୍ତୁ: ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ; କହିଲେ, ଶ୍ରୀମୟୀଙ୍କୁ ଦଳ ନିର୍ଯାତନା ଦେଇଛି...ଅଣଦେଖା କରିଛି
ବର୍ତ୍ତମାନ ଆମ ସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ଵା।ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି । ପର ମୁହୂର୍ତ୍ତରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି । ସନ୍ଥ, ସନ୍ନ୍ୟାସୀ ମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି, ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି । ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ସୁନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି ବୋଲି ଲେଖିଥିଲେ ଶ୍ରୀମୟୀ ।
ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ ।" ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକାରୀ ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେ଼ଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି ଲେଖି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ଶ୍ରୀମୟୀ ମିଶ୍ର ।
Related Topics
Explore more stories