Spy Camera Found in Women Washroom / ମହିଳା ୱାସରୁମ୍ରେ ସ୍ପାଏ କ୍ୟାମେରା ଘଟଣା: ସାଇବର ଟିମ୍ ଓ କ୍ୟାମେରା ଏକ୍ସପର୍ଟ କରିବେ ଯାଞ୍ଚ
·10 hours ago·2 min read

Key Points
ମହିଳା ୱାସରୁମ୍ରେ ସ୍ପାଏ କ୍ୟାମେରା ଘଟଣା
ଜଗତସିଂହପୁର ଡିଆରଡିଏ ମହିଳା ୱାସରୁମ୍ରେ ସ୍ପାଏ କ୍ୟାମେରା
ଆଜି ସାଇବର ଟିମ୍ ଓ କ୍ୟାମେରା ଏକ୍ସପର୍ଟ କରିବେ ସ୍ୱତନ୍ତ୍ର ଯାଞ୍ଚ

ଜଗତସିଂହପୁର, ୨୯/୦୫: ଜଗତସିଂହପୁର ଡିଆରଡିଏ ମହିଳା ୱାସରୁମ୍ରେ ସ୍ପାଏ କ୍ୟାମେରା ଘଟଣାରେ ଆଜି ସାଇବର ଟିମ୍ ଓ କ୍ୟାମେରା ଏକ୍ସପର୍ଟ କରିବେ ସ୍ୱତନ୍ତ୍ର ଯାଞ୍ଚ। ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ତଥା ଡିଆରଡିଏ ମହିଳା ଶୌଚାଳୟରେ ଲାଗିଥିଲା ସିକ୍ରେଟ୍ କ୍ୟାମେରା । ହଠାତ୍ ଟଏଲେଟରେ କ୍ୟାମେରା ଦେଖି ଅବାକ୍ କର୍ମଚାରୀ । ସରକାରୀ କାର୍ଯ୍ୟାଳୟ ଭିତରେ କେଉଁଠୁ କ୍ୟାମେରା ଆସିଲା ତାକୁ ନେଇ ଏବେ ବେଶ ଚର୍ଚ୍ଚା । ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ତଥା ଡିଆରଡିଏ ଭବନରେ ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଉଦ୍ଧାର କରାଯାଇଛି। ତେବେଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା ଜଣାପଡିନଥିବା ବେଳେ ଏ ବାବଦରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି ।
କ୍ୟାମେରା ଦେଖି ଅବାକ୍ ମହିଳା କର୍ମଚାରୀ
ଏତଲା ପାଇ ତିର୍ତ୍ତୋଲ ପୋଲିସ କ୍ୟାମେରାଟିକୁ ଜବତ କରିବା ସହିତ ଅତିରିକ୍ତ ଥାନା ଅଧିକାରୀ ରଘୁନାଥ ଟୁଡୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଫାଇନାନ୍ସ କର୍ମଚାରୀ ମଧୁସ୍ମିତା ସାମନ୍ତରାୟ ବାଥରୁମ ଯାଇଥିବା ବେଳେ ଏହି କ୍ୟାମେରା ତଳେ ପଡ଼ି ଯାଇଥିବା ଦେଖିବାକୁ ପାଇଥିଲେ । ଏହାକୁ ଦେଖିବା ପରେ ଦାୟିତ୍ଵରେ ଥିବା ତିର୍ତ୍ତୋଲ ବିଡିଓ ତଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗିରିଜା ଶଙ୍କର ମଲ୍ଲିକ ତିର୍ତ୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଆଜି ତଦନ୍ତ ଆରମ୍ଭ କରିଛି ।
କିଏ ଲଗାଇଲା ସ୍ପାଏ କ୍ୟାମେରା?
ଏଠାରେ ପ୍ରଶ୍ନ ଉଠୁଛି ଏହି ସ୍ପାଏ କ୍ୟାମେରାକୁ ଲଗାଇଲା କିଏ? କୌଣସି ପୁରୁଷ କର୍ମଚାରୀ ନା ମହିଳା କର୍ମଚାରୀ? ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ରଖି ବ୍ଲାକମେଲିଂ ଉଦ୍ଦେଶ୍ୟରେ ଲଗାଯାଇଛି ନା ପ୍ରତିଶୋଧ ନେବାକୁ ଏହି କ୍ୟାମେରା ଖଞ୍ଜାଯାଇଛି? ନିର୍ଦ୍ଦିଷ୍ଟ ମହିଳାଙ୍କର ଭିଡିଓ, ଫଟୋ ଉତ୍ତୋଳନ କରାଯାଇଛି ନା ଅନେକ ମହିଳା କର୍ମଚାରୀ ଏହି ଜାଲରେ ଫସିଛନ୍ତି? କେତେଦିନ ପୂର୍ବରୁ ଲଗାଯାଇଛି? କ୍ୟାମେରା କିଏ କିଣିଥିଲା? ତାହାର ସରଜମିନ୍ ତଦନ୍ତ କରୁଛି ପୁଲିସ।
ତଦନ୍ତ ପାଇଁ ୪ଜଣିଆ ଟିମ୍ ଗଠିତ
ଗତକାଲି ସରକାରୀ ଛୁଟି ଥିବାରୁ ଅଫିସ୍ ବନ୍ଦ ରହିଛି । ଅଫିସ ଖୋଲିଲା ପରେ ଏହାର ପ୍ରକୃତ ସତ୍ୟ ସାମ୍ନାରେ ଆସିପାରିବ। ପୋଲିସ କେସ ନଂ ୨୮୬ରେ ମାମଲା ରୁଜୁ କରି ଏଥିରେ ୪ ଜଣିଆ ଟିମ୍ ମଧ୍ୟ ଗଠନ କରାଯାଇଛି । ଏହି ଟିମରେ ତିର୍ତ୍ତୋଲ ଏସଡିପିଓ ଅଜୟ କୁମାର ଦାସ ଏହାକୁ ମନିଟରଂ କରିବା ସହିତ ଏହାର ସତ୍ୟାସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ । ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବେହେରା କହିଛନ୍ତି, "ଏହାର ତଦନ୍ତ କରାଯିବ । ଯିଏ ଦୋଷୀ ତାକୁ ଉଚିତ ଦଣ୍ଡ ମିଳିବା ଦରକାର ।" ତେବେ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି ।
ପଢନ୍ତୁ ଏହି ଖବର: ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମହିଳା ଶୌଚାଳୟରେ ସିକ୍ରେଟ୍ କ୍ୟାମେରା, ଅବାକ୍ କର୍ମଚାରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories