Flood Alert / ତିର୍ତ୍ତୋଲର ତଳିଆ ଅଞ୍ଚଳରେ ପଶିଲା ମହାନଦୀର ବନ୍ୟା ଜଳ, ପାଣିଘେରରେ ୩୦ ପରିବାର

Key Points
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, ମଣିଜଙ୍ଗା ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି । ତିର୍ତ୍ତୋଲ ବ୍ଲକର ଆଦିବାସୀ ସାହି ଜଳଘେରରେ ରହିଥିବା ବେଳେ ୩୦ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି ।
ଜଗତସିଂହପୁର: ଲଘୁଚାପ ଜନିତ ବର୍ଷା ଭିତରେ ଗାଁରେ ପଶିଲା ମହାନଦୀର ବନ୍ୟା ପାଣି । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, ମଣିଜଙ୍ଗା ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି । ତିର୍ତ୍ତୋଲ ବ୍ଲକର ଆଦିବାସୀ ସାହି ଜଳଘେରରେ ରହିଥିବା ବେଳେ ୩୦ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି ।
ଆଦିବାସୀ ବସ୍ତିର ପାଖାପାଖି ୩୦ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ଘରେ ପାଣି ପଶିବା ପରେ ସ୍ଥାନୀୟ ବିଡିଓ ଏବଂ ଅନ୍ୟ ଅଧିକାରୀ ଗାଁରେ ପହଞ୍ଚିଛନ୍ତି । ଲୋକଙ୍କୁ ନିକଟସ୍ଥ ସେଲ୍ଟର ହୋମ୍କୁ ନେବା ଲାଗି ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ତିର୍ତ୍ତୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଗତ ୯ ତାରିଖରେ ମଧ୍ୟ ଏହି ଆଦିବାସୀ ବସ୍ତିରେ ପାଣି ପଶିଥିଲା ।
ଏଥିସହ ପଢ଼ନ୍ତୁ: ଅବପାତ ବର୍ଷାରେ ଭିଜୁଛି ଓଡ଼ିଶା; ଆଜି ବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ
ଆଦିବାସୀ ବସ୍ତିରେ ଏକାଧିକ କଚ୍ଚା ଘର ରହିଥିବା ବେଳେ ହନ୍ତସନ୍ତ ହେଉଛନ୍ତି ଲୋକେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, "ରାତି ପ୍ରାୟ ୧୦ଟା ସମୟରେ ଗାଁ ଭିତରେ ପାଣି ପଶିଥିଲା । ଆଉ ଘରେ ପାଣି ପଶିବା ସମୟରେ ବିଦ୍ୟୁତ୍ କଟି ଯାଇଥିଲା । ଫଳରେ ଲୋକେ ଘରୁ କୌଣସି ଜିନିଷପତ୍ର ବାହାର କରି ପାରି ନଥିଲେ । ପାଣି ଘରେ ପଶିବା ଫଳରେ ଆସବାବପତ୍ର ନଷ୍ଟ ହୋଇଛି ।"
ସେପଟେ ବର୍ଷା କମିବା ଫଳରେ ହୀରକୁଦ ଡ୍ୟାମକୁ ଜଳ ପ୍ରବେଶ କମିଛି । ଏବେ ଜଳଭଣ୍ତାରର ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୨୭.୯୭ ଘନ ଫୁଟ୍ ରହିଛି । ସେକେଣ୍ତ ପ୍ରତି ଜଳଭଣ୍ଡାରକୁ ୨ ଲକ୍ଷ ୬୩ ହଜାର ୭୩୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।
📱 Get Argus News App
✨ଅନ୍ୟପଟେ ତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଛି । ଭୋର୍ ପ୍ରାୟ ସାଢ଼େ ୪ଟାରେ ଗୋପାଳପୁର ଦେଇ ଅତିକ୍ରମ କରିଛି ଅବପାତ । ଏବେ ଏବପାତ ଗୋପାଳପୁର ଠାରୁ ପଶ୍ଚିମଉତ୍ତର-ପଶ୍ଚିମରେ ୧୦ କିମି ଦୂର, ପୁରୀ ଠାରୁ ପଶ୍ଚିମଦକ୍ଷିଣ-ପଶ୍ଚିମରେ ୧୨୦ କିମି ଦୂରରେ ରହିଛି ।
ଏହା କ୍ରମଶଃ ପଶ୍ଚିମଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା-ଛତିଶଗଡ଼ ଆଡ଼କୁ ଅଗ୍ରସର ହେବ । ଅବପାତ କ୍ରମଶଃ ଦୁର୍ବଳ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି ।
ଏଥିସହ ପଢ଼ନ୍ତୁ: ଇସ୍ପାତ କାରଖାନା ଛାତ ଭୁଶୁଡ଼ି ୬ ମୃତ ୬ ଆହତ: ଉଦ୍ଧାର କାର୍ଯ୍ୟ ଜାରି
ପ୍ରବଳ ବର୍ଷା ନେଇ ଶନିବାର ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି । ସେହିଭଳି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।
Related Topics
Explore more stories