Videos
|
National

Steel Plant Tragedy / ଇସ୍ପାତ କାରଖାନା ଛାତ ଭୁଶୁଡ଼ି ୬ ମୃତ ୬ ଆହତ: ଉଦ୍ଧାର କାର୍ଯ୍ୟ ଜାରି

Ritu Das
Browse all articles by Ritu Das
·11 months ago·2 min read
ଇସ୍ପାତ କାରଖାନା ଛାତ ଭୁଶୁଡ଼ି ୬ ମୃତ ୬ ଆହତ: ଉଦ୍ଧାର କାର୍ଯ୍ୟ ଜାରି

Key Points

ଇସ୍ପାତ କାରଖାନା ଛାତ ଭୁଶୁଡ଼ି ୬ ମୃତ ୬ ଆହତ

ଉଦ୍ଧାର କାର୍ଯ୍ୟ ଜାରି

ଛତିଶଗଡ଼ର ରାଜଧାନୀ ରାୟପୁରରେ ଘଟିଛି ବଡ଼ ଦୁର୍ଘଟଣା

ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଏକ ଘରୋଇ ଇସ୍ପାତ କାରଖାନାରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। କାରଖାନାର ନିର୍ମାଣାଧୀନ ଢାଞ୍ଚାର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ଚାପି ହୋଇ ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଛଅରୁ ସାତ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଅଛି।


ସୂଚନା ଦେଲେ ଏସପି: ପୋଲିସ ଅଧିକାରୀ କହିଛନ୍ତି “ଏ ବିଷୟରେ ସୂଚନା ପାଇବା ପରେ, ଏକ ପୋଲିସ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।” ଘଟଣା ନେଇ ରାୟପୁର ଏସ୍‌ପି ଉମେଦ ସିଂହ କହିଛନ୍ତି “ଗୋଦାବରୀ ଇସ୍ପାତରେ ଛାତ ଭୁଶୁଡ଼ି ପଡ଼ିବା ତଳେ କିଛି ଶ୍ରମିକ ଫସି ରହିଥିବା ସୂଚନା ଆମେ ପାଇଲୁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନମାଜ ପାଠ ପରେ ଆରମ୍ଭ ହୋଇଗଲା ହିଂସା, ପୋଲିସ୍ କଲା ଲାଠିଚାର୍ଜ


ଛଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଏବଂ ଛଅ ଜଣ ଆହତଙ୍କୁ ଡାକ୍ତରଖାନା ପଠାଯାଇଛି। ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାରଖାନାର ଛାତ ଭୁଶୁଡ଼ି ପଡ଼ିବା ବେଳେ ସେଠାରେ ଲୋକ କାମ କରୁଥିଲେ। ତେଣୁ ଅଧିକ ଲୋକ ଫସି ଥାଇପାରନ୍ତି ବୋଲି ଆକଳନ କରାଯାଉଛି।


ଜେଲରୁ ବାହାରିଲା ଖଲ୍ଲିସ୍ତାନୀ ଆତଙ୍କବାଦୀ, ଅଜିତ ଡୋଭାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଲା ପନ୍ନୁ


ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଅଧିକାରୀ କହିଛନ୍ତି। ଦୁର୍ଘଟଣା ଯୋଗୁଁ ପ୍ଲାଣ୍ଟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଅନେକ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ସମ୍ପର୍କରେ ପ୍ଲାଣ୍ଟ ପରିଚାଳନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।