Accident / ରାସ୍ତାକଡ଼ ମନ୍ଦିରକୁ ଧକ୍କା ଦେଲା କାଉଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି, ୨୧ ଆହତ
·1 hour ago·2 min read

Key Points
କାଉଡ଼ିଆଙ୍କୁ ନେଇ ଆସୁଥିବା ଗାଡ଼ି କୋଟକଣା ନିକଟରେ ଓଲଟି ରାସ୍ତା କଡ଼ ମନ୍ଦିରକୁ ଧକ୍କା ଦେଇଛି । ଗାଡ଼ିରେ ଥିବା ୨୧ ଜଣ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ତିର୍ତ୍ତୋଲ (ଜଗତସିଂହପୁର): ଶ୍ରାବଣ ଦ୍ଵିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ଗହଳି ଦେଖିବାକୁ ମିଳିଛି । ଶିବ ଭକ୍ତିରେ ତଲ୍ଲୀନ ହୋଇ ଜଳ ଲାଗି କରିଛନ୍ତି କାଉଡ଼ିଆ । ଭୋଳାବାବୁଙ୍କ ଜଳ ଲାଗି କରି ଫେରିବା ବାଟରେ ଘଟିଛି ବଡ଼ ଦୁର୍ଘଟଣା ।
ନୟାଗଡ଼ ଶରଣକୂଳର ଲଡ଼ୁବାବାଙ୍କ ନିକଟରେ ଜଳ ଲାଗି କରି ଫେରୁଥିଲେ କୁଜଙ୍ଗ ଫତେପୁର ଖରିଗୋଠ ଅଞ୍ଚଳର ୨୧ ଜଣ କାଉଡ଼ିଆ । ସମସ୍ତେ OD 21 U 4898 ନମ୍ବର ବିଶିଷ୍ଟ ଟାଟା ଏସି ଗାଡ଼ିରେ ଫେରୁଥିଲେ । ସେହି ସମୟରେ କୋଟକଣା ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ି ରାସ୍ତା କଡ଼ ମନ୍ଦିରକୁ ଧକ୍କା ଦେଇଛି ।
ଫଳରେ ମନ୍ଦିର କାନ୍ଥ କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ଗାଡ଼ିର ସମ୍ମୁଖ କାଚ ଭାଙ୍ଗିରୁଜି ଯାଇଛି । ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀ ପହଞ୍ଚି କାଉଡ଼ିଆ ମାନଙ୍କୁ ଉଦ୍ଧାର କରିବା ସହିତ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ଗାଡ଼ିରେ ଥିବା ପ୍ରାୟ ସମସ୍ତେ ଆହତ ହୋଇଛନ୍ତି । ୨୧ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରମାନଙ୍କୁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ନାବାଳକ, ମହିଳା ମଧ୍ୟ ରହିଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କାଉଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ିର ବେଗ ଅଧିକ ରହିଥିଲା । ବାଟରେ ଥିବା ମନ୍ଦିର ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ି ମନ୍ଦିରର ଦାନହୁଣ୍ଡିକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିରେ ଥିବା ୨୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଗୋଟିଏ ପରିବାର ମଧ୍ୟ ଥିବା ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: ପାଣି ଉଠାଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ଉଦ୍ଧାର, ଜଣେ ନିଖୋଜ
ସେପଟେ ଅନୁଗୋଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଜଣ କାଉଡ଼ିଆ । ଘଟଣାରେ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି ।
ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ କାଉଡ଼ିଆ ସ୍ମୃତି ସୌରଭ ରଥ ଓ ତାଙ୍କ ଭାଇ ଲିଙ୍ଗରା ନାଳରୁ ପାଣି ଉଠାଉଥିଲେ । ଏହି ସମୟରେ ହଠାତ୍ ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସିଯାଇଥିଲେ ।
ଘଟଣାସ୍ଥଳରେ ଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛି । ନିଖୋଜ ଥିବା ବୋଲବମ୍ ଭକ୍ତ ଅନୁଗୋଳ ବେନ୍ତପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories