|
logo
Live

Argus News - ଜଗତସିଂହପୁର ରାଜନୀତି , ଘଡିକେ ଏଇଠି ଘୋଡା ଛୁଟୁଛି

Odisha

ଜଗତସିଂହପୁର ରାଜନୀତି , ଘଡିକେ ଏଇଠି ଘୋଡା ଛୁଟୁଛି

Smruti Parija
Browse all articles by Smruti Parija
·2 years ago·2 min read
ଜଗତସିଂହପୁର ରାଜନୀତି , ଘଡିକେ ଏଇଠି ଘୋଡା ଛୁଟୁଛି

ଅର୍ଗସ ବ୍ୟୁରୋ:  ନିର୍ବାଚନ ପାଖେଇ ଆସୁଥିବାରୁ ସରଗରମ ଜଗତସିଂହପୁର ରାଜନୀତି । ଘଡିକେ ଏଇଠି ଘୋଡା ଛୁଟୁଛି । ନେତାଏ ପ୍ରତିଆରା ଦେଖାଇବାରେ ବ୍ୟସ୍ତ...ଟିକେଟ୍‌ ପାଇଁ ବିଜେଡି ନେତା ଏତେ ଆତୁର ହେଲେଣି ଯେ ସ୍ଥାନକାଳପାତ୍ର କିଛି ମାନୁନାହାନ୍ତି । ଯେଉଁଠି ଯାହା ପାଇଲେ କହୁଛନ୍ତି... 

 ଜଗତସିଂହପୁରର ବିଜେଡି ନେତା ଅମରେନ୍ଦ୍ର ଦାସ କଣ କହିଲେ ? ନାଁ ନନେଇ ସ୍ଥାନୀୟ ବିଧାୟକଙ୍କ ଗୁମର ଖୋଲିଥିଲେ । ସିଧାସିଧା ଅଭିଯୋଗ କରିଥିଲେ, ବିଧାୟକ କର୍ମୀଙ୍କୁ ଜାଣିପାରୁନାହାନ୍ତି ବରଂ ଦଲାଲି କରୁଛନ୍ତି । ଆଉ ଅମରେନ୍ଦ୍ରଙ୍କ ଏମିତି ଗର୍ଜନରେ ଆକ୍ତାମାକ୍ତା ହେଲେଣି ଶାସକ ଦଳର ମୁଖ୍ୟ ସଚେତନ ପ୍ରଶାନ୍ତ ମୁଦୁଲି । ମିଳିଥିବା ସୂଚନା ଅନୁସାରେ,  ଜଗତସିଂହପୁର ପଟ୍ଟାସରାର ପଞ୍ଚାୟତରେ ଆୟୋଜିତ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ବିଜେଡି ନେତା ଅମରେନ୍ଦ୍ର ଦାସ । ଆଉ ସେଠାରେ ବର୍ତ୍ତମାନର ବିଧାୟକଙ୍କୁ ମାରିଛନ୍ତି ତେରଚ୍ଛାବାଣ । 

ଦଳ ବିରୋଧୀ କିଏ ?
ପ୍ରଶାନ୍ତ ନା ଅମରେନ୍ଦ୍ର ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରକୃତରେ ଦଳ ବିରୋଧୀ କିଏ ? କାହିଁକି ଭରା ମଂଚରେ ଏମିତି କହିଲେ ଅମରେନ୍ଦ୍ର ? କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ଅମରେନ୍ଦ୍ରଙ୍କ ସପକ୍ଷରେ ବାହାରିଛନ୍ତି ଲୋକେ । ସେ ଯାହା ବି ହେଉ ଆମକୁ ଅମରେନ୍ଦ୍ର ଦରକାର । କିଏ କହୁଛି ଅମରେନ୍ଦ୍ରଙ୍କୁ ଟିକେଟ୍ ମିଳିସାରିଛି । ତ କିଏ କହୁଛି ଅମରେନ୍ଦ୍ର ଆମ ନେତା । ସେ ଆମ ଦୁଃଖ ସୁଖରେ ଠିଆ ହୁଅନ୍ତି । ଆମେ ତାଙ୍କୁ ଜିତାଇବୁ । 

ମୋଟ୍‌ ଉପରେ ନିର୍ବାଚନ ତାରିଖ ପାଖେଇବା ସହ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ରାଜନୀତି । ଟିକେଟ କିଏ ନେବ, ତାକୁ ନେଇ ଆରମ୍ଭ ହେଲାଣି ବଳ କଷାକଷି । ଦଳୀୟକର୍ମୀଙ୍କୁ ରୋଜଗାର ଦେଇଛନ୍ତି । କିନ୍ତୁ ଲୋକଙ୍କୁ ଲାଭ ମିଳୁନାହିଁ । ନିର୍ବାଚନ ମଣ୍ଡଳୀରେ ଆଞ୍ଚଳିକ ଓ ବାହାର ନେତା ପ୍ରସଙ୍ଗ ତୀବ୍ର ହେବାରେ ଲାଗିଛି ବୋଲି କହିଛନ୍ତି ଅମରେନ୍ଦ୍ର । 

ତେବେ ନିର୍ବାଚନକୁ ଆଉ ମାତ୍ର ୨ ମାସ ଥିବା ବେଳେ ଗ୍ରାଉଣ୍ଡରେ ବିଜେଡି ନେତା ଯେମିତି ତୁତୁ ମେଁ ମେଁ ହେଉଛନ୍ତୁ ସେଥିରୁ ଗୋଟିଏ କଥା ସ୍ପଷ୍ଟ । ଦଳରେ କିଛି ଠିକ୍‌ ନାହିଁ ସ୍ଥିତି...
 

Sponsored
ଜଗତସିଂହପୁର ରାଜନୀତି , ଘଡିକେ ଏଇଠି ଘୋଡା ଛୁଟୁଛି | Argus News