Videos
|
Odisha

Odisha Weather / ଶୀତରେ ଲାଗିବ କୁହୁଡ଼ି ବ୍ରେକ୍; ୨ ଦିନ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Sushanta Sahoo
Browse all articles by Sushanta Sahoo
·Updated on: 29 Nov 2026, 16:00:21 IST·2 min read
ଶୀତରେ ଲାଗିବ କୁହୁଡ଼ି ବ୍ରେକ୍; ୨ ଦିନ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Dense Fog Alert in Odisha

Key Points

ରାଜ୍ୟରେ ଜାରି ରହିଛି ଶୀତର ପ୍ରଭାବ । ତେବେ ଆଗାମୀ ୬ରୁ ୭ ଦିନ ମଧ୍ୟରେ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୨ ଦିନ ଘନ କୁହୁଡ଼଼ି ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଟ୍ରଫ୍ ରହିଛି । ଯାହାକି ଛତିଶଗଡ଼ରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ହୋଇ ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିସା ଉପରେ ସମୁଦ୍ର ପତ୍ତନରୁ ଦେଢ଼ କିଲୋମିଟ ଉପରେ ରହିଛି । ସେପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଉପୂକଳର ସମୁଦ୍ର ପତ୍ତନର ୩.୧ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି ।

ଯାହା ପ୍ରଭାବରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବିଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଛି । ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡ଼ି ଅନୁଭୂତ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରାରେ ସ୍ୱାସ୍ଥ୍ୟ ବିଭାଗ ଓ CMCର ମିଳିତ ରେଡ୍ 

ବର୍ତ୍ତମାନ ରାଜ୍ୟରେ ଜାରି ରହିଛି ଶୀତର ପ୍ରଭାବ । ତେବେ ଆଗାମୀ ୬ରୁ ୭ ଦିନ ମଧ୍ୟରେ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପୂର୍ବାଳୀ ବାୟୁ ପ୍ରଭାବରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଆକାଶରେ ମେଘର ଉପସ୍ଥିତି ଯୋଗୁଁ ରାତିର ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ଅନ୍ୟପଟେ ରାଜ୍ୟ ଉପରେ ଏକ ଟ୍ରଫ୍ ଲାଇନ୍ ସକ୍ରିୟ ଅଛି ।ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉଚ୍ଚତାରେ ରହିଛି । ସେହିପରି ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବଢ଼ୁଥିବାରୁ ଆଗାମୀ ଦିନରେ ସକାଳ ସମୟରେ ରାଜ୍ୟର କିଛି ଜିଲ୍ଲାରେ କୁହୁଡ଼ି ଦେଖାଦେଇପାରେ ।


୨ ଦିନ ଘନ କୁହୁଡ଼ି

ଆସନ୍ତାକାଲି ନଭେମ୍ବର ୩୦ ଏବଂ ୧ ତାରିଖ ସକାଳ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏଥିସହ ପଢ଼ନ୍ତୁ: କୋଡ୍‌ୱାର୍ଡରେ ଚାଲିଥିଲା ବ୍ରାଉନସୁଗାର କାରବାର, ମାଡ଼ିବସିଲା ଅବକାରୀ ବିଭାଗ 

ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବନିମ୍ନ ୧୦.୬ ଡିଗ୍ରୀ ଏବଂ ପାହାଡ଼ିଆ ଅଞ୍ଚଳରେ ସେମିଳିଗୁଡ଼ାରେ ୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୭.୯ ଡିଗ୍ରୀ ଓ କଟକରେ ୧୫.୬ ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା । ସେହିପରି ଦାରିଙ୍ଗବାଡ଼ିରେ ୧୦.୫, ଫୁଲବାଣୀରେ ୧୧ ଏବଂ ଭବାନୀପାଟଣାରେ ୧୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: