Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime In Odisha / ୩ ଜିଲ୍ଲାରେ ମାତିଥିଲେ ମାଆ ଓ ୩ ପୁଅ; କେବଳ ମନ୍ଦିରରୁ କରୁଥିଲେ ଚୋରି

Sushanta Sahoo
Browse all articles by Sushanta Sahoo
·9 months ago·2 min read
୩ ଜିଲ୍ଲାରେ ମାତିଥିଲେ ମାଆ ଓ ୩ ପୁଅ; କେବଳ ମନ୍ଦିରରୁ କରୁଥିଲେ ଚୋରି

Key Points

ମନ୍ଦିରରେ କଳାକୁନା ବୁଲାଉଥିଲେ ୩ ପୁଅ ଓ ମାଆ । ଜଗତସିଂହପୁର ସହ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବି ମାତିଥିଲା ଏହି ମନ୍ଦିର ଚୋର ମାଆପୁଅଙ୍କ ଗ୍ୟାଙ୍ଗ ।

ଜଗତସିଂହପୁର: ପ୍ରଥମେ ବ୍ଲୁ-ପ୍ରିଣ୍ଟ, ତା'ପରେ ରେକି, ପୁଣି ମନ୍ଦିରରୁ ଚୋରି । ଏଭଳି ଭାବେ ମନ୍ଦିରରେ କଳାକୁନା ବୁଲାଉଥିଲେ ୩ ପୁଅ ଓ ମାଆ । ଜଗତସିଂହପୁର ସହ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବି ମାତିଥିଲା ଏହି ମନ୍ଦିର ଚୋର ମାଆପୁଅଙ୍କ ଗ୍ୟାଙ୍ଗ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା ।

ମାଆ ଓ ୩ ପୁଅଙ୍କ ଏହି ଡକାୟତି ଗ୍ୟାଙ୍ଗ ଦିନରେ ମନ୍ଦିର ଯାଉଥିଲେ । ଭଗବାନଙ୍କୁ ଦର୍ଶନ ନାଁରେ ଚାରିଆଡ଼େ ଆଖି ବୁଲାଇ ଆଣୁଥିଲେ । ଦିନରେ ଭକ୍ତ ସାଜି ମନ୍ଦିର ଯାଇଥିବା ଏହି ୩ ପୁଅ ଓ ମାଆ ରାତିରେ ସାଜୁଥିଲେ ଚୋର । ରାତି ଅନ୍ଧାରରେ ମନ୍ଦିରକୁ ଯାଇ ଦାନହୁଣ୍ଡି ସହ ଠାକୁରଙ୍କ ସାମଗ୍ରୀ ଓ ଅଳଙ୍କାର ଲୁଟ୍ କରୁଥିଲେ ।


ଏଥିସହ ପଢ଼ନ୍ତୁ: ବିଜେଡି ନେତାଙ୍କ ବାଚଳାମି ! ଆଦିବାସୀ ବୃଦ୍ଧଙ୍କୁ ଚପଲରେ ପିଟି ବନ୍ଧାହେଲେ


ଜଗତସିଂହପୁର ସଦର ଥାନା ଚଢେଇ ଗାଁରେ ଚଢ଼ାଉ କରି ମନ୍ଦିର ମୂର୍ତ୍ତି ଚୋରି ଗ୍ୟାଙ୍ଗର ଏହି ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଆଶ୍ରମପାଟଣା ମାଳିତୋଟା ଗାଁର ସ୍ଵର୍ଗତଃ ବ୍ରହ୍ମାନନ୍ଦ ଆଚାର୍ଯ୍ୟଙ୍କ ୩ ପୁଅ ସାରଦା ଆଚାର୍ଯ୍ୟ, ବରଦା ଆଚାର୍ଯ୍ୟ,ଅନ୍ନଦା ଆଚାର୍ଯ୍ୟ ଓ ସେମାନଙ୍କ ମାଆ ନିର୍ମଳା ଆଚାର୍ଯ୍ୟ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେମାନଙ୍କ ଠାରୁ ମନ୍ଦିର ହୁଣ୍ଡିରୁ ଚୋରି ହୋଇଥିବା ୬୪ ହଜାର ଟଙ୍କା ସହିତ ବଡ଼ ପିତ୍ତଳ ନାଗ ମୂର୍ତ୍ତି, ୨ଟି ରୁପା ମୁକୁଟ, ପିତ୍ତଳ ଥାଳି ସହ ଘଣ୍ଟ ଅନ୍ୟ ଆଦି ସାମଗ୍ରୀ ଜବତ କରିଛି ପୋଲିସ । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।


ଏଥିସହ ପଢ଼ନ୍ତୁ: ଧରାପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ୍‌ ମୁନା ମହନ୍ତି, ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା ପୋଲିସ


ପୂର୍ବରୁ ଏହି ପରିବାର ବହୁ ମନ୍ଦିର ଚୋରି ମାମଲାରେ ଜଡ଼ିତ । ଏମାନଙ୍କ ନାଁରେ ଜଗତସିଂହପୁର, କଟକ, ନାଉଗାଁ, ଭୁବନେଶ୍ୱର, ନିଆଳି ଆଦି ଥାନାରେ ମାମଲା ରହିଛି । ବଡ଼ ଭାଇ ସାରଦାଙ୍କ ନାଁରେ ୧୨ଟି ମାମଲା ରହିଥିବା ବେଳେ ବରଦାଙ୍କ ନାଁରେ ୧୪ଟି, ଅନ୍ନଦାଙ୍କ ନାମରେ ୧୨ଟି ଓ ତାଙ୍କ ମାଆ ନିର୍ମଳାଙ୍କ ନାଁରେ ୧୦ଟି ମାମଲା ରହିଛି । ନିକଟରେ ଜେଲ୍‌ରୁ ଫେରିବା ପରେ ପୁଣି ଥରେ ମାଆପୁଅ ଚୋରି ଆରମ୍ଭ କରିଥିଲେ ।

Related Topics

Explore more stories

Sponsored
Jagatsinghpur: Mother and Three Sons Arrested for Temple Thefts | Argus News | Argus News