Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯାଜପୁର ବସ ଟ୍ରାଜେଡି: ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା !

Odisha

ଯାଜପୁର ବସ ଟ୍ରାଜେଡି: ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା !

Smruti Parija
Browse all articles by Smruti Parija
·2 years ago·1 min read
ଯାଜପୁର ବସ ଟ୍ରାଜେଡି: ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା !

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବାରବାଟୀ ନିକଟରେ ବଡ ଦୁର୍ଘଟଣା । ପୁରୀରୁ ପଶ୍ଚିମବଙ୍ଗ ଯାଉଥିବା ଯାତ୍ରୀବାହୀ ବସର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି । କଟକ ଏସସିବିରେ ୧୪ଜଣଙ୍କ ଚାଲିଛି ଚିକିତ୍ସା । 2 ଗୁରୁତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏସସିବିରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି 27 ଯାତ୍ରୀ । ଗତକାଲି ଭୁବନେଶ୍ବରରୁ କୋଲକତା ଯାଉଥିବାବେଳେ ବ୍ରିଜ ଉପରୁ ବସ ଖସି ଯାଇଥିଲା ୫ ଜଣଙ୍କ ଜୀବନ । 

ଯାଜପୁର ବସ ଦୁର୍ଘଟଣାରେ ୫ ମୃତ

ସେପଟେ ଡ୍ରାଇଭର ଅବହେଳାରୁ ଦୁର୍ଘଟଣା ହୋଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ । ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଛନ୍ତି ଲାଲମୋହନ । ବସ୍‌ର କଣ୍ଡିସନ୍ ଭଲ ଅଛି, ମାର୍ଚ୍ଚରେ ଫିଟନେସ ସାର୍ଟିଫିକେଟ୍ ମିଳିଛି । ଦ୍ରୁତଗତି, ଓଭରଟେକ୍ କିମ୍ବା ଫୋନ୍‌ରେ କଥା ହେବାରୁ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
jajpur-bus-tragedy-Accident -may-occured-due to driver | Argus News