Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଢ଼ାବାର ଲିଜ୍ ହୋଇଛି, ଲିଜ୍ କ୍ୟାନସେଲ୍ କରାଯିବ'

Smruti Parija
Browse all articles by Smruti Parija
·2 years ago·1 min read
'ଢ଼ାବାର ଲିଜ୍ ହୋଇଛି, ଲିଜ୍ କ୍ୟାନସେଲ୍ କରାଯିବ'

ଯାଜପୁର:  କୁସୁମାର ଆଲିଶାନ ବଙ୍ଗଳା ଏବଂ ବଲ୍ଲେ ବଲ୍ଲେ ଢ଼ାବା ଦୁଇ ବିବାଦୀୟ ଘଟଣା ଉପରେ ଉତ୍ତର ରଖିଲେ ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ସେ କହିଛନ୍ତି  ଢ଼ାବାର ଲିଜ୍ ହୋଇଛି, ଲିଜ୍ କ୍ୟାନସେଲ୍ କରାଯିବ । ଅନ୍ୟ ବ୍ଲକ ଗୁଡ଼ିକରେ ହୋଇଥିବା ଏପରି ବେଆଇନ କାର୍ଯ୍ୟର ମଧ୍ୟ ରିପୋର୍ଟ ମଗାଯାଇଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ତେବେ ଏଠି ପ୍ରଶ୍ନ କାହିଁକି ଧର୍ମଶାଳା ବିଡିଓ ଏହାକୁ ଲୁଚାଇଥିଲେ । 

ଗତ କିଛି ଦିନ ଧରି ଏହି ଦୁଇ ବିବାଦୀୟ ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ବଲ୍ଲେ ବଲ୍ଲେ ଢ଼ାବାରେ ବେଆଇନ ସରକାରୀ ଅର୍ଥର ବିନିଯୋଗ ଏବଂ ଅନ୍ୟପଟେ ଯାଜପୁର କୁସୁମା ଆଲିସାନ ବଙ୍ଗଳା ନିର୍ମାଣରେ ଖର୍ଚ୍ଚ ହୋଇଛି CSR ଫଣ୍ଡ୍ । 

କୁସୁମା ମଧ୍ୟରେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା ପୌରପାଳିକା ଜାଗାରେ ହୋଇଛି ଓ  ତାହା ସିଏସଆର ଫଣ୍ଡ୍ ରୁ ନିର୍ମାଣ ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ କୁସୁମା ଭିତରେ ଥିବା ଆଲିସାନ ବଙ୍ଗଳାରେ ଡିଲ୍ ସାଙ୍ଗକୁ ଅନୈତିକ କାମ ଚାଲିଥିବା ଅଭିଯୋଗ କରିଛନ୍ତି ଯାଜପୁରର ପୂର୍ବତନ ସାଂସଦ ଅଞ୍ଚଳ ଦାସ ।  ଇଡି ସିବିଆଇ ଏହାର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Jajpur District Magistrate Nikhil paban Kalyan-gave an answer to the two controversial incidents of -Kusumar's Alishan Banglow and Balle Balle dhaba | Argus News