Videos
|
Odisha

ଯାଜପୁର ଜିଲ୍ଲା ଛାତ୍ର ବିଜେଡି ସଭାପତି ସୋମ୍ୟ ପ୍ରକାଶ ବିଶ୍ୱାଳ ଗିରଫ

Smruti Parija
Browse all articles by Smruti Parija
·2 years ago
ଯାଜପୁର ଜିଲ୍ଲା ଛାତ୍ର ବିଜେଡି ସଭାପତି ସୋମ୍ୟ ପ୍ରକାଶ ବିଶ୍ୱାଳ ଗିରଫ

ଯାଜପୁର: ଗିରଫ ହେଲେ ଯାଜପୁର ଜିଲ୍ଲା ଛାତ୍ର ବିଜେଡି ସଭାପତି ସୋମ୍ୟ ପ୍ରକାଶ ବିଶ୍ୱାଳ । ସୋସିଆଲ ମିଡିଆରେ ବିଧାୟକଙ୍କ ସମର୍ଥକଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସୂଚନା ରହିଛି । ସୋମ୍ୟ ସୋସିଆଲ ମିଡ଼ିଆରେ ବିଧାୟକଙ୍କ ସମର୍ଥକଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ  କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । 

ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଆଜି ସକାଳେ ଧର୍ମଶାଳା  ଥାନା  ବଡ଼ ମଙ୍ଗଳପୁର ସ୍ଥିତ ତାଙ୍କ ଘରୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚରା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା  ଧର୍ମଶାଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Jajpur District Student BJD President Somya Prakash Biswal arrested | Argus News