Videos
|
Odisha

କୁସୁମାର ଆଲିଶାନ ବଙ୍ଗଳା ଏବଂ ବଲ୍ଲେ ବଲ୍ଲେ ଢ଼ାବାକୁ ନେଇ ଥମୁନି ବିବାଦ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୁସୁମାର ଆଲିଶାନ ବଙ୍ଗଳା ଏବଂ ବଲ୍ଲେ ବଲ୍ଲେ ଢ଼ାବାକୁ ନେଇ ଥମୁନି ବିବାଦ

ଅର୍ଗସ ବ୍ୟୁରୋ: ଯାଜପୁରରେ ଦୁର୍ନୀତିର ଚେର ଏତେ  ଲମ୍ବିଛି ଯେ, ପ୍ରତିଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। କୁସୁମାର ଆଲିଶାନ ବଙ୍ଗଳା ଏବଂ ବଲ୍ଲେ ବଲ୍ଲେ ଢ଼ାବାକୁ ନେଇ ଥମିବାର ନାଁ ନେଉନି ବିବାଦ। ଗୋଟେପଟେ ବଲ୍ଲେ ବଲ୍ଲେ ଢ଼ାବାରେ ବେଆଇନ ସରକାରୀ ଅର୍ଥର ବିନିଯୋଗ ଏବଂ ଅନ୍ୟପଟେ ଯାଜପୁର କୁସୁମା ଆଲିସାନ ବଙ୍ଗଳା ନିର୍ମାଣରେ ଖର୍ଚ୍ଚ ହୋଇଛି CSR ଫଣ୍ଡ । ସେପଟେ ଦୁଇ ବିବାଦୀୟ ଘଟଣା ଉପରେ ଉତ୍ତର ରଖିଛନ୍ତି ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ସେ କହିଛନ୍ତି  ଢ଼ାବାର ଲିଜ ହୋଇଛି, ଲିଜ୍ କ୍ୟନସେଲ୍ କରାଯିବ। ଅନ୍ୟ ବ୍ଲକ ଗୁଡ଼ିକରେ ହୋଇଥିବା ଏପରି ବେଆଇନ କାର୍ଯ୍ୟର ମଧ୍ୟ ରିପୋର୍ଟ ମଗାଯାଇଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ତେବେ ଏଠି ପ୍ରଶ୍ନ କାହିଁକି ଧର୍ମଶାଳା ବିଡିଓ ଏହାକୁ ଲୁଚାଇଥିଲେ । ବିଡିଓଙ୍କ ବେଆଇନ ସିଲ୍ ଉପରେ ହେବ ତ କାର୍ଯ୍ୟାନୁଷ୍ଠାନ।  ଅନ୍ୟପଟେ କୁସୁମା ମଧ୍ୟରେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା ପୌରପାଳିକା ଜାଗାରେ ହୋଇଛି ଓ  ତାହା ସି ଏସ ଆର ଫଣ୍ଡରୁ ନିର୍ମାଣ ହୋଇଛି କହିଛନ୍ତି ଜିଲ୍ଲାପାଳ । ସେପଟେ କୁସମା ଭିତରେ ଥିବା ଆଲିସାନ ବଙ୍ଗଳାରେ ଡିଲ୍ ସାଙ୍ଗକୁ ଅନୈତିକ କାମ ଚାଲିଥିବା ଅଭିଯୋଗ କରିଛନ୍ତି ଯାଜପୁରର ପୁର୍ବତନ ସାଂସଦ ଅଞ୍ଚଳ ଦାସ ।  ଇଡି ସିବିଆଇ ଏହାର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି ।

ସେପଟେ ଆଉ ଜଣେ ବିଜେଡି ବିଧାୟକଙ୍କ ହୋଟେଲକୁ ନେଇ ଧୀରେ ଧୀରେ ତେଜିବାରେ ଲାଗିଛି ଅସନ୍ତୋଷ । ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସ୍ବାଦ ହୋଟେଲକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

jajpur Kusuma luxurious bungalow and Balle Balle dhaba issue | Argus News