Videos
|
Odisha

ଯାଜପୁର, ମାହାଙ୍ଗାରେ ଖର୍ଚ୍ଚ ହେଉଥିଲା ମମତାଙ୍କ ସାଂସଦ ପାଣ୍ଠି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଯାଜପୁର, ମାହାଙ୍ଗାରେ ଖର୍ଚ୍ଚ ହେଉଥିଲା ମମତାଙ୍କ ସାଂସଦ ପାଣ୍ଠି

ଅର୍ଗସ ବ୍ୟୁରୋ:  ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ରାଜ୍ୟ ରାଜନୀତିରେ କମ୍ପନ। ବିଜେଡି ଭିତରେ ଅଣନିଃଶ୍ବାସୀ ହୋଇପଡ଼ିଥିଲେ ମମତା। ତାଙ୍କୁ ସକ୍ଷୀ କଣ୍ଢେଇ ସଜାଇ ରଖିଥିଲେ ବିଜେଡି ନେତା। ଏପରିକି ତାଙ୍କୁ ନିଜ ଇଚ୍ଛାରେ ସାଂସଦ ପାଣ୍ଠି ଖର୍ଚ୍ଚ କରିବାକୁ ଦିଆଯାଉନଥିଲା। ମମତାଙ୍କ ଏମପି ଲ୍ୟାଡ୍ ଅର୍ଥ ଖର୍ଚ୍ଚ ହେଉଥିଲା ଯାଜପୁର ଓ ମାହାଙ୍ଗାରେ। ଏ ଦେଖନ୍ତୁ ତାର ପ୍ରମାଣ। ୧୦ଟି ସ୍କୁଲକୁ ମମତା ମହନ୍ତଙ୍କ ସାଂସଦ ପାଣ୍ଠିରୁ ଦିଆଯାଇଛି ୧୦ ଲକ୍ଷ୍ୟ ଟଙ୍କା ଲେଖାଏ ମୋଟ୍ ୧ କୋଟି ଟଙ୍କାର ଅନୁଦାନ। ଆଉ ଏ ସମସ୍ତ ୧୦ ଟିଜାକ ସ୍କୁଲ ଯାଜପୁର ଜିଲ୍ଲାର।  ମମତାଙ୍କୁ ଯାଜପୁର ଜିଲ୍ଲାରେ ତାଙ୍କ ଏମପି ଲ୍ୟାଡ ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା।

ମମତା ମହନ୍ତ ନିଜ କୁଡୁମୀ ସମ୍ର୍ରଦାୟର ଉନ୍ନତି ପାଇଁ ସାଂସଦ ପାଣ୍ଠି ଖର୍ଚ୍ଚ କରିବାକୁ ଚାହୁଁଥିଲେ ବି ତାଙ୍କୁ କରାଇଦିଆଯାଉନଥିଲା। ଯାହାକୁ ନେଇ ଖପ୍ପା ଥିଲେ ମମତା। ବିଜେଡି ଛାଡ଼ିବା ପଛରେ ଏହା ବଡ଼ କାରଣ ବୋଲି କହିଛନ୍ତି ମୟୂରଭଞ୍ଜ ଜନତା। ତେବେ ମମତା ବିଜେଡି ଛାଡ଼ିବା କେବଳ ଟ୍ରେଲର ଆଗକୁ ବହୁ ନେତା ବିଜେଡିକୁ କରିବେ ବାଏ ବାଏ। ଏପରିକି ବିଜେଡି ବସା ଖାଲି ହୋଇଯିବ ଏବଂ ଦଳ ଖଣ୍ଡବିଖଣ୍ଡିତ ହୋଇଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ବିଜେପି ନେତା ଅରବିନ୍ଦ ଢାଲି। ସେ କହିଛନ୍ତି ବିଜେଡିରେ ନାହିଁ ବାକ୍ ସ୍ବାଧୀନତା। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଦଳର ନେତା ଓ ବିଧାୟକଙ୍କୁ ମିଳୁନଥିଲା ସୁଯୋଗ। ଏହାର ଜବାବ ରଖିଛି ବିଜେଡି। କ୍ଷମତାରୁ ହଟିବା ପରେ ଚମକ ହରାଉଛନ୍ତି ନବୀନ। ବିଜେଡି ସଭାପତିଙ୍କ ଉପରୁ ତୁଟୁଛି ଦଳୀୟ ନେତାଙ୍କ ଆସ୍ଥା। କୁହାଯାଉଛି ଇଏ ଆରମ୍ଭ ମାତ୍ର ଆଗକୁ ବିଜେଡି ଛାଡ଼ିବା ପାଇଁ ଅପେକ୍ଷାରେ ଅଛନ୍ତି ବହୁ ନେତା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Jajpur, mahanga spent in Mamata's MP fund | Argus News