Videos
|
Odisha

Crime In Odisha / ୪ ମାସ ପରେ ନଦୀ ପଠାରୁ ମିଳିଲା ନିଖୋଜ ପୁଅର କଙ୍କା*ଳ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Sushanta Sahoo
Browse all articles by Sushanta Sahoo
·35 mins ago·2 min read
୪ ମାସ ପରେ ନଦୀ ପଠାରୁ ମିଳିଲା ନିଖୋଜ ପୁଅର କଙ୍କା*ଳ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
Family Alleges Murder After Skeleton Found

Key Points

ନଦୀ ପଠାରେ ଗଳିତ ନରକଙ୍କାଳ । କଙ୍କାଳ ନିକଟରେ ପଡ଼ିଥିବା ପୋଷାକ, ଚପଲ ଓ ବେଲ୍ଟରୁ ମୃତଦେହଟି ରାକେଶ ମଲ୍ଲିକଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକ ।
ବିଞ୍ଝାରପୁର (ଯାଜପୁର): ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଚାଞ୍ଚଲ୍ୟ । ନଦୀ ପଠାରୁ ମିଳିଲା ଗଳିତ ନରକଙ୍କାଳ । କଙ୍କାଳ ନିକଟରେ ପଡ଼ିଥିବା ପୋଷାକ, ଚପଲ ଓ ବେଲ୍ଟରୁ ମୃତଦେହଟି ରାକେଶ ମଲ୍ଲିକଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକ ।

ମିଳିଥିବା ସୂଚନା ଅନୁସାରେ, ବିଞ୍ଝାରପୁର ବ୍ଲକ ଅଳୁକୁଣ୍ଡ ଥାନା ଆଉଁରୀ ପଞ୍ଚାୟତ ମାଟିଆକଣ ଗାଁର ରାକେଶ ମଲ୍ଲିକ ଗତ ଚାରିମାସ ହେବ ନିଖୋଜ ଥିଲେ । ପୁଅ ନିଖୋଜ ଥିବା ନେଇ ସେତେବେଳେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଆଉ ଏବେ ନିଖୋଜର ୪ ମାସ ପରେ ନଦୀ ପଠାରୁ ରାକେଶଙ୍କ କଙ୍କାଳ ମିଳିଛି ।

ରାକେଶକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ ରାକେଶଙ୍କ ମାଆ କହିଛନ୍ତି, "ପୂର୍ବରୁ ଅଭିନ୍ନ, ଧନିଆଙ୍କ ସହ ଝଗଡ଼ା ହୋଇଥିଲା । ସେମାନେ ପୁଅକୁ ହାତରେ ନ ମାରି ଭାତରେ ମାରିଦେବେ କହିଥିଲେ । ଏବେ ମୋ ପୁଅକୁ ସତରେ ମାରିଦେଲେ ।"

ଏଥିସହ ପଢ଼ନ୍ତୁ: ଚାନ୍ଦା ଦେଇନଥିଲେ ବୋଲି ଅଫିସ୍‌ରେ ପଶି ସ୍ତ୍ରୀର ଇଜ୍ଜତ ନେଇଗଲା ସ୍ଵାମୀର ସାଙ୍ଗ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଛନ୍ତି ଯେ, "ପୁଅ ନିଖୋଜ ନେଇ ପୋଲିସରେ ଅଭିଯୋଗ କରିଥିଲି । ଯାଜପୁରରୁ କୋରେଇ କଟକ ପର୍ଯ୍ୟନ୍ତ ଯାଇଛି, କେହି ଶୁଣିଲେନି । ଏବେ ପୁଅର କଙ୍କାଳ ମିଳିଛି । ଧନିଆ, ପପୁ, କାଳିଆ ମୋ ପୁଅକୁ ମାରି ଦେଇଛନ୍ତି । ମୋ ପୁଅକୁ ନ୍ୟାୟ ଦରକାର ।

କେମିତି ମିଳିଲା କଙ୍କାଳ ?

ରବିବାର ଜୁଣେଇ ନଦୀପଠାରେ ଏକ ଗଳିତ ମୃତଦେହ ପଡ଼ିଥିବା ଲୋକମାନେ ଦେଖିଥିଲେ । ଯାହା ପରେ ପରେ ରାକେଶଙ୍କ ପରିବାର ଲୋକେ କଙ୍କାଳ ନିକଟରେ ପଡ଼ିଥିବା ପୋଷାକ ଓ ଚପଲରୁ ତାହା ରାକେଶଙ୍କ ମୃତଦେହ ବୋଲି ଚିହ୍ନଟ କରିବା ସହ ହତ୍ୟା କରାଯାଇବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ତେବେ ପ୍ରକୃତରେ ରାକେଶଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଅଳୁକୁଣ୍ଡ ପୋଲିସ ଗଳିତ କଙ୍କାଳକୁ ଜବତ କରିବା ସହ ଛାନଭିନ୍ ଆରମ୍ଭ କରିଛି ।