Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତଥ୍ୟ ମାଗିଲେ ଦେଉନି ପ୍ରଶାସନ, ଧାରଣାରେ ସୂଚନାଧିକାର କର୍ମୀ

Smruti Parija
Browse all articles by Smruti Parija
·2 years ago·1 min read
ତଥ୍ୟ ମାଗିଲେ ଦେଉନି ପ୍ରଶାସନ, ଧାରଣାରେ ସୂଚନାଧିକାର କର୍ମୀ

ଅର୍ଗସ ବ୍ୟୁରୋ: ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରବଣ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ମରାମତି ଓ ନବୀକରଣରେ ବେଆଇନ୍ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ । ଦୁର୍ନୀତି ଜଣାପଡ଼ିଯିବା ଭୟରେ ସୂଚନା ଅଧିକାର ଆଇନରେ ଆବେଦନ ହୋଇଥିବା ତଥ୍ୟ ଦେଉନାହିଁ ପ୍ରଶାସନ । ଏହାର ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଛି । 

୨୩ ଡିସେମ୍ବର ୨୦୨୩ରେ ପ୍ରଥମ ଥର ପାଇଁ ତଥ୍ୟ ଦେବାକୁ ଅପିଲ କରିଥିଲେ ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ । ତଥ୍ୟ ନ ମିଳିବାରୁ ଗତ ୧୦ ତାରିଖରେ ଉପରିସ୍ଥ କର୍ତ୍ତୃପକ୍ଷ ଓ ସରକାରଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଏଯାଏ ପ୍ରଶାସନ ଓ ସରକାର କୌଣସି ତଥ୍ୟ ପ୍ରଦାନ କଲେ ନାହିଁ । ନିଜ ଦଳର ବିଧାୟକ ବୋଲି ୫ଟି ଓ ରାଜ୍ୟ ସରକାର ଦୁର୍ନୀତିକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ । ଯାହାର ପ୍ରତିବାଦ କରି ସେ ଆନ୍ଦୋଳନରେ ବସିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jajpur MLA Praban Prakash Das has been accused of illegally spending crores of rupees on the renovation and renovation of his official residence | Argus News