Swept 30 Km in Floodwater / ବ୍ରାହ୍ମଣୀରେ ଯାଜପୁରରୁ ଭାସି ଆସି କେନ୍ଦ୍ରାପଡ଼ାରୁ ଉଦ୍ଧାର ହେଲେ ବୃଦ୍ଧା
·1 hour ago·2 min read

Key Points
୩୦ କିଲୋମିଟର ଭାସି ଆସିବା ପରେ ଜିଲ୍ଲା ଡେଇଁ ଆଉ ଏକ ଜିଲ୍ଲାରେ ଲାଗିଲେ ବୃଦ୍ଧା । ଅବପାତ ଜନିତ ବର୍ଷାରେ ଅଧା ଓଡ଼ିଶା ଉଛୁଳୁଥିବା ବେଳେ କେନ୍ଦ୍ରାପଡ଼ାରୁ ଆସିଛି ବଡ଼ ଖବର ।
ରାଜନଗର (କେନ୍ଦ୍ରାପଡ଼ା): ବଢ଼ି ପାଣିରେ ଭାସି ଆସିଲେ । ୩୦ କିଲୋମିଟର ଭାସି ଆସିବା ପରେ ଜିଲ୍ଲା ଡେଇଁ ଆଉ ଏକ ଜିଲ୍ଲାରେ ଲାଗିଲେ ବୃଦ୍ଧା । ଅବପାତ ଜନିତ ବର୍ଷାରେ ଅଧା ଓଡ଼ିଶା ଉଛୁଳୁଥିବା ବେଳେ କେନ୍ଦ୍ରାପଡ଼ାରୁ ଆସିଛି ବଡ଼ ଖବର ।
ବ୍ରାହ୍ମଣୀ ନଦୀର ଗଭୀର ସ୍ରୋତରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁ ନିକଟରୁ ସ୍ଥାନୀୟ ଲୋକେ ଜଣେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଚଳିତ ବର୍ଷ ମହାନଦୀରେ ଆସୁଛି ଚତୁର୍ଥ ବନ୍ୟା; ଆଲର୍ଟରେ ୪ ଜିଲ୍ଲା
ମିଳିଥିବା ସୂଚନା ଅନୁସାରେ, ବୃଦ୍ଧା ଜଣଙ୍କ ଯାଜପୁର ଜିଲ୍ଲା ବରୀ ଅଞ୍ଚଳ ବୋଲି ଅନୁମାନ କରାଯାଉଛି । ନଦୀର ପ୍ରବଳ ସ୍ରୋତରେ ବୃଦ୍ଧା ଜଣଙ୍କ ଭାସି ଆସିଥିଲେ । ଗ୍ରାମବାସୀମାନେ ତାଙ୍କୁ ନଦୀ ମଧ୍ୟରୁ ଉଦ୍ଧାର କରିବା ପରେ ସ୍ଥାନୀୟ ଆଶା କର୍ମୀଙ୍କ ଦ୍ୱାରା ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆ ଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ନଦୀର ଏତେ ଗଭୀର, ପ୍ରଖର ସ୍ରୋତ ଓ କୁମ୍ଭୀର ଭୟ ସତ୍ତ୍ଵେ ବୃଦ୍ଧା ଜଣଙ୍କ ଜୀବିତ ଉଦ୍ଧାର ହୋଇଛନ୍ତି । ଏହା ଭଗବାନଙ୍କର କୃପା ବୋଲି ସମସ୍ତେ କହୁଛନ୍ତି ।
ବୃଦ୍ଧା ଜଣଙ୍କର ସଠିକ ପରିଚୟ ମିଳିନଥିବା ବେଳେ ଦୀର୍ଘ ୩୦ କିଲୋମିଟରରୁ ଅଧିକ ଦୂରରୁ କିପରି ଭାସି ଆସି ଜୀବିତ ଉଦ୍ଧାର ହେଲେ ତାକୁ ପଟ୍ଟାମୁଣ୍ଡାଇ ସହ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏଥିସହ ପଢ଼ନ୍ତୁ: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକାସାଙ୍ଗେ ୫ଟି ସ୍ଥାନରେ ରେଡ୍
ବୃଦ୍ଧାଙ୍କୁ ଉଦ୍ଧାର କରିଥିବା ରାହୁଲ କହିଛନ୍ତି, "ବୃଦ୍ଧା ଜଣଙ୍କ ପହଁରିବା ଜାଣି ନଥିଲେ ହୁଏତ ବଞ୍ଚିପାରି ନଥାନ୍ତେ ।" ଅନ୍ୟ ଜଣେ ଉଦ୍ଧାରକାରୀ ଅଭିଜିତ କହିଛନ୍ତି, "ରବିବାର ଥିବାରୁ ସମସ୍ତେ ଗାଁରେ ଏକାଠି ଖଟିରେ ବସିଥିଲୁ । ହଠାତ୍ ଶୁଣିଲୁ କେହି ଜଣେ ନଦୀରେ ଭାସି ଯାଉଛନ୍ତି । ଆମେ ତୁରନ୍ତ ନଦୀକୁ ଯାଇ ଡଙ୍ଗାରେ ବୃଦ୍ଧାଙ୍କୁ ଉଦ୍ଧାର କଲୁ । ସେ ବହୁତ ପାଣି ପିଇ ଦେଇଥିଲେ । ତାଙ୍କୁ କୂଳକୁ ଆଣି ପ୍ରାଥମିକ ଚିକିତ୍ସା ଦେଇ ମେଡିକାଲ୍ରେ ଭର୍ତ୍ତି କରିଛୁ ।"

Related Topics
Explore more stories