Odisha Flood / ଚଳିତ ବର୍ଷ ମହାନଦୀରେ ଆସୁଛି ଚତୁର୍ଥ ବନ୍ୟା; ଆଲର୍ଟରେ ୪ ଜିଲ୍ଲା
·1 hour ago·3 min read

Key Points
ମହାନଦୀରେ ଆସିବାକୁ ଯାଉଛି ଛୋଟ ବନ୍ୟା । ଚଳିତ ବର୍ଷ ମହାନଦୀରେ ଚତୁର୍ଥ ବନ୍ୟା ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ।
ଭୁବନେଶ୍ଵର: ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲା ରହିଛି । ମୁଣ୍ଡଳୀ ଆଡ଼କୁ ବନ୍ୟା ଜଳ ମାଡ଼ି ଆସୁଛି । ଫଳରେ ମହାନଦୀରେ ଆସିବାକୁ ଯାଉଛି ଛୋଟ ବନ୍ୟା । ଚଳିତ ବର୍ଷ ମହାନଦୀରେ ଚତୁର୍ଥ ବନ୍ୟା ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, "ଲଘୁଚାପ ପ୍ରଭାବରେ ଜଳ ସ୍ତର ବଢିଛି । ମହାନଦୀ ଉପର ମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ଜଳ ସ୍ତର ବଢିଛି । ହୀରାକୁଦରେ ବର୍ତ୍ତମାନ ୬୨୮.୧୯ ଫୁଟ୍ ଜଳ ସ୍ତର ଅଛି ।"
ଏଥିସହ ପଢ଼ନ୍ତୁ: ଆଜି ରାଜ୍ୟରେ ପ୍ରବଳ ବର୍ଷା: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୬ଟି ଗେଟ୍ ଖୋଲା ଅଛି । ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ଆଉ କିଛି ଗେଟ୍ ଖୋଲାଯାଇ ପାରେ । ମୁଣ୍ଡଳୀରେ ମଧ୍ୟ ରାତି ସୁଦ୍ଧା 7 ଲକ୍ଷ କ୍ୟୁସେକ୍ ଏବଂ ଆସନ୍ତାକାଲି ସକାଳ ୯ଟା ଭିତରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆକଳନ କରାଯାଉଛି ।
ଫଳରେ ମହାନଦୀରେ ଛୋଟ ବନ୍ୟା ଆସିବ । ବଡ଼ ବନ୍ୟାର ଭୟ ନଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ । ଏହାକୁ ମିଶାଇ ମହାନଦୀରେ ଚଳିତ ବର୍ଷ ଚତୁର୍ଥ ଛୋଟ ଧରଣର ବନ୍ୟା ଆସୁଛି ।
କେଉଁ ଅଞ୍ଚଳ ହେବ ପ୍ରଭାବିତ ?
ମହାନଦୀରେ ଆସୁଥିବା ଛୋଟ ଧରଣର ବନ୍ୟାରେ ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା-ବାଲିକୁଦା, ପାଟକୁରା ଭଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବ । ୨୪ରୁ ୪୮ ଘଣ୍ଟା ଏଭଳି ସ୍ଥିତି ଲାଗି ରହିବ । କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପ୍ରଭାବିତ ହେବ ।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, "ଆମ ଇଞ୍ଜିନିୟର ମାନେ ସଜାଗ ଅଛନ୍ତି । ନାଇଟ୍ ପାଟ୍ରୋଲିଂ କରାଯିବ । ସୁବର୍ଣ୍ଣରେଖା ରେ ବନ୍ୟା କମୁଛି । ବୈତରଣୀର ଜଳସ୍ତର ମଧ୍ୟ ହ୍ରାସ ପାଉଛି । ବୁଢାବଳଙ୍ଗର ଜଳ ସ୍ତର ଖସୁଛି । ଜଳକାରେ ଜଳସ୍ତର ସ୍ଥିର ରହିଛି । ସାଳନ୍ଦୀରେ ଜଳବନ୍ଦୀ ଲାଗି ରହିଛି । ବ୍ରାହ୍ମଣୀରେ ବନ୍ୟା ନାହିଁ । ଦକ୍ଷିଣରେ ପ୍ରଭାବ କମି ଗଲାଣି ।"
ଲଘୁଚାପ ଆଣିବ କି ବଡ଼ ବର୍ଷା ?
ସେପଟେ କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣମିଆଁମାର ଉପକୂଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୯.୪ କିମି ଉଚ୍ଚତା ଯାଏ ବ୍ୟାପିଛି ।
ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଏବଂ ମିଆଁମାରର ସଂଲଗ୍ନ ଇରାୱାଡି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ମିଆଁମାର-ବାଂଲାଦେଶ ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି ।
ଏଥିସହ ପଢ଼ନ୍ତୁ: ଉତ୍ତର ଓଡ଼ିଶାକୁ ପିଛା ଛାଡ଼ୁନି ବନ୍ୟା, ଟିକିଏ ପାଗ ବିଗିଡ଼ିଲେ ଭାସୁଛି ଉତ୍ତର ଠୁ ଉପକୂଳ
ବର୍ତ୍ତମାନ ପର୍ଯ୍ୟନ୍ତ ପାଣିପାଗ ବିଭାଗ କରିଥିବା ଆକଳନ ଅନୁସାରେ, ଆଗାମୀ ୨ ଦିନ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ରହିଛି । ପରବର୍ତ୍ତୀ ୫ ଦିନ ନେଇ କୌଣସି ପାଣିପାଗ ଆଲର୍ଟ ଜାରି କରାଯାଇ ନାହିଁ ।

ସୃଷ୍ଟି ହେଲା #ଲଘୁଚାପ
— usd (@usd0705) September 27, 2026
କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି #ଦକ୍ଷିଣମିଆଁମାର ଉପକୂଳ ଉପରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର 9.4କିମି ଉଚ୍ଚତା ଯାଏଁ ବ୍ୟାପିଛି l ଏହା ଆଗାମୀ #24ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଏବଂ ମିଆଁମାରର ସଂଲଗ୍ନ ଇରାୱାଡି pic.twitter.com/pG0GE4Avv8
ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଏବଂ ମିଆଁମାରର ସଂଲଗ୍ନ ଇରାୱାଡି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ମିଆଁମାର-ବାଂଲାଦେଶ ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି ।
ଏଥିସହ ପଢ଼ନ୍ତୁ: ଉତ୍ତର ଓଡ଼ିଶାକୁ ପିଛା ଛାଡ଼ୁନି ବନ୍ୟା, ଟିକିଏ ପାଗ ବିଗିଡ଼ିଲେ ଭାସୁଛି ଉତ୍ତର ଠୁ ଉପକୂଳ
ବର୍ତ୍ତମାନ ପର୍ଯ୍ୟନ୍ତ ପାଣିପାଗ ବିଭାଗ କରିଥିବା ଆକଳନ ଅନୁସାରେ, ଆଗାମୀ ୨ ଦିନ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ରହିଛି । ପରବର୍ତ୍ତୀ ୫ ଦିନ ନେଇ କୌଣସି ପାଣିପାଗ ଆଲର୍ଟ ଜାରି କରାଯାଇ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories