Flood Threat / ବଢୁଛି ଜଳକା ନଦୀର ଜଳସ୍ତର,ପୁଣି ବନ୍ୟା ଆଶଙ୍କା
·2 weeks ago·2 min read

Key Points
ବଢୁଛି ଜଳକା ନଦୀର ଜଳସ୍ତର
ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର
ଜଳସ୍ତର ରହିଛି ୬.୪୮ ମିଟର
ତଳି ଅଞ୍ଚଳରୁ ପାଣି ନିଷ୍କାସନ ହୋଇନାହିଁ
ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ
ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର
ଜଳସ୍ତର ରହିଛି ୬.୪୮ ମିଟର
ତଳି ଅଞ୍ଚଳରୁ ପାଣି ନିଷ୍କାସନ ହୋଇନାହିଁ
ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ
ବାଲିଆପାଳ,୦୮/୦୮: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ରହିଛି ୬.୪୮ ମିଟର ରହିଛି । ଗତ ବନ୍ୟାରେ ତଳି ଅଞ୍ଚଳରୁ ପାଣି ନିଷ୍କାସନ ହୋଇ ନଥିବା ବେଳେ ପୁଣି ଥରେ ବନ୍ୟା ଲୋକଙ୍କୁ ଚିନ୍ତାରେ ପକାଇଛି।
ଗତକାଲି ତୁଳନାରେ ଜଳସ୍ତର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଗତରାତିରେ ବସ୍ତା ସମେତ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ପୁଣି ଜଳସ୍ତର ବଢ଼ିବା ଆଶଙ୍କା କରାଯାଉଛି। ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି ଚାଷ ଜମି । ଏବେ ବି ଶହ ଶହ ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି । ବନ୍ୟା ପାଣି ନିଷ୍କାସନ ହୋଇନଥିବାରୁ ଅନେକ ଚାଷ ନଷ୍ଟ ହେବାର ଆଶଙ୍କା ରହିଛି। ଚାଷୀଙ୍କ କହିବା କଥା, ଯେଉଁ ଜମିରେ ଚଳିତ ବର୍ଷ ଧାନ ଚାଷ କରି ପରିବାର ଚଳାଇବାର ଆଶା ଥିଲା, ସେହି ଜମି ଏବେ ପାଣି ତଳେ । ଏବେ ଚାଷୀଙ୍କ ଆଖି ଆଗରେ ଦୁଇଟି ବଡ଼ ସମସ୍ୟା ଗୋଟିଏ ପଟେ ପୁଣି ବଢ଼ୁଛି ଜଳକାର ଜଳସ୍ତର, ଆଉ ଅନ୍ୟପଟେ ପାଣି ତଳେ ରହିଛି ଶହ ଶହ ହେକ୍ଟର ଚାଷ ଜମି।
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ; ଆଲର୍ଟରେ ଏହିସବୁ ଜିଲ୍ଲା
ଚଳିତ ବର୍ଷ ଆଉ ଚାଷ କରିବା ସମ୍ଭବ ହେବ କି ନାହିଁ, ତାହା ନେଇ ବି ଚାଷୀଙ୍କ ମନରେ ବଡ଼ ପ୍ରଶ୍ନ । ବନ୍ୟାରେ ଫସଲ ଉଜୁଡ଼ିଗଲେ ବର୍ଷଯାକ ପରିବାର କିପରି ଚଳିବ, ସେହି ଚିନ୍ତା ଏବେ ବସ୍ତା ଅଞ୍ଚଳର ଚାଷୀଙ୍କୁ ଘାରିଛି । ଧାରକରଜ କରି ଚାଷ କରିଥିବା ଚାଷୀଙ୍କ ଆଖି ଏବେ ଆକାଶ ଓ ଜଳକା ଉପରେ । ପାଣି କେବେ କମିବ, ଚାଷ ଜମି କେବେ ଶୁଖିବ ଏବଂ ଏହି ବିପର୍ଯ୍ୟୟ ପରେ ସରକାରଙ୍କ ପକ୍ଷରୁ କେବେ ସହାୟତା ମିଳିବ ସେହି ଆଶାରେ ରହିଛନ୍ତି ବସ୍ତାର ଅସହାୟ ଚାଷୀ । ଜଳକାର ଜଳସ୍ତର ଏବେ ବିପଦ ସଙ୍କେତର ଅତି ନିକଟରେ । ତେଣୁ ଆଗାମୀ କିଛି ଘଣ୍ଟାରେ ଜଳସ୍ତର କେଉଁ ଦିଗକୁ ଯାଉଛି, ତା'ଉପରେ ଏବେ ସମସ୍ତଙ୍କ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ରାଜ୍ୟରେ ୨ ଦିନ ଭୀଷଣ, ଅତି ପ୍ରବଳ ଓ ପ୍ରବଳ ବର୍ଷା ହେବା ସହ ୫ ଦିନ ଯାଏ ବର୍ଷା ଲାଗିରହିବ।। କେନ୍ଦୁଝର ମୟୁରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଏହି ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି
Related Topics
Explore more stories