Videos
|
Odisha

Odisha Heavy Rainfall / ଜଲାପୁଟ ଡ୍ୟାମ୍‌ର ୮ଟି ଗେଟ୍ ଖୋଲା… ୨୭ ହଜାର କ୍ୟୁସେକ୍ ଜଳ ନିଷ୍କାସନ…କୋରାପୁଟରେ ଭୂସ୍ଖଳନ ଆତଙ୍କ

Ritu Das
Browse all articles by Ritu Das
·52 mins ago·2 min read
ଜଲାପୁଟ ଡ୍ୟାମ୍‌ର ୮ଟି ଗେଟ୍ ଖୋଲା… ୨୭ ହଜାର କ୍ୟୁସେକ୍ ଜଳ ନିଷ୍କାସନ…କୋରାପୁଟରେ ଭୂସ୍ଖଳନ ଆତଙ୍କ
India

Key Points

ଜଲାପୁଟରେ ଥିବା ଓଡିଶା ଏବଂ ଆନ୍ଧ୍ରର ଦୁଇଟି ଡ୍ୟାମର ୮ ଟି ଗେଟ ଖୋଲି ୨୭ହଜାର କ୍ୟୁସେକ ଜଳ ନିଷ୍କାସନ ଆରମ୍ଭ କରାଯାଇଇଛି
ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଉପର ଆନ୍ଧ୍ରରେ ଭୀଷଣ ବର୍ଷା ଯଗୁଁ ଜଲାପୁଟ ଜଳଭଣ୍ଡାରରେ ଜଳସ୍ତର ବିପଦ ସଙ୍କେତ ଛୁଇଁଛି। ଜଲାପୁଟରେ ଥିବା ଓଡିଶା ଏବଂ ଆନ୍ଧ୍ରର ଦୁଇଟି ଡ୍ୟାମର ୮ ଟି ଗେଟ ଖୋଲି ୨୭ହଜାର କ୍ୟୁସେକ ଜଳ ନିଷ୍କାସନ ଆରମ୍ଭ କରାଯାଇଇଛି। ଜଳଭଣ୍ଡାର ଭିତରକୁ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ନେଇ ଜଳ ସ୍ଥର ନିୟନ୍ତ୍ରଣ କରି ୨୭ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ସେପଟେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି।

ବାତ୍ୟା ପୂର୍ବରୁ ତିନିଦିନ ଧରି ଜଲାପୁଟ ଡ୍ୟାମ ଖୋଲି ଜଳ ନିଷ୍କାସନ ଜାରି ରହିଥିବା ବେଳେ ଗତ କାଲି ରାତିରେ ଆନ୍ଧ୍ରରେ ଲଗାଣବର୍ଷା ଯୋଗୁ ଜଳସ୍ତର ବଢ଼ିବାକୁ ଲାଗିଛି। ଡ୍ୟାମ ଗୁଡିକର ୮ ଟି ଗେଟ ଖୋଲିବା ପରେ ଡ୍ୟାମ ତଳ ଭାଗରେ ରହିଥିବା ଆନ୍ଧ୍ର ଓଡିଶାକୁ ସଂଯୋଗ କରୁଥିବା ଲୁହା ପୋଲ ଏବଂ ନୂତନ ନିର୍ମାଣାଧୀନ ଥିବା ପୋଲ ଧୋଇ ନେଇଯିବା ଆଶଙ୍କା ବଢ଼ିଯାଇଛି। ସେହି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ନିକଟରେ ଥିବା ଡି. ଡ୍ୟାମର ଦୁଇଟି ଗେଟ ୧୨ ଫୁଟ ଖୋଲାଯାଇଛି ୨୪ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଜଳସ୍ତର ଆହୁରି ବଢିଲେ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରରେ ଜଳ ପ୍ରବେଶ କରିବା ନେଇ ବିପଦ ଅଛି। 

ଏହାସହ ପଢ଼ନ୍ତୁ: ବଡ଼ ଘୋଷଣା…ଗଞ୍ଜାମ ଜିଲ୍ଲାରେ ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି, ସ୍କୁଲ, କଲେଜ ଛୁଟି

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କୋଟିଆ ର ସୀମାନ୍ତ ଫାଟୁସୀନେରୀ, ଡଳିଆମ୍ବା, ବରନା ପାଡୁ, ପ୍ରଭୃତି ଅଞ୍ଚଳରେ ରାସ୍ତାରେ ଖାଲ ସୃଷ୍ଟି ହେବା ସହ ଆଉ କେତେକ ସ୍ଥାନରେ ପାହାଡ଼ ରୁ ଗଛ ମାଟି ଖସି ରାସ୍ତା ଅବରୋଧ ହୋଇଥିବା ବେଳେ ବରନାପାଡୁରେ ପୋଲିସ ପ୍ରଶାସନ ପରିଷ୍କାର କରିବାକୁ ଯାଉଥିବା ବେଳେ ପୋଲିସ ଗାଡି ମଧ୍ୟ୍ୟ ଫସିଯାଇଥିବା ଦେଖିବାକୁ ମିଳିଛି ଯାହା ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ଏହିସବୁ ସ୍ଥାନ ଗୁଡିକରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପେଟୁର ପଞ୍ଚାୟତର ତେଡା ଗାଁରୁ ଇପାଗୁଡା ଗ୍ରାମର ମୁଖ୍ୟ ରାସ୍ତାରେ ପଥର ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି ବିଶେଷ ଭାବେ କୋଟିଆର ମାଡକାର ଅଞ୍ଚଳରେ ମାଟି ଅତଡ଼ା ଖସି ରାସ୍ତା ଯାତାୟତ ଅସୁବିଧା ହୋଇଥିବା ଜଣାପଡ଼ିଛି।