Videos
|
Odisha

Bhadrak Flood Situation / ପ୍ରବଳ ବର୍ଷାରେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି: ୧,୦୭,୭୭୩ ଜଣଙ୍କୁ ସ୍ଥାନାନ୍ତରଣ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପ୍ରବଳ ବର୍ଷାରେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି: ୧,୦୭,୭୭୩ ଜଣଙ୍କୁ ସ୍ଥାନାନ୍ତରଣ
Bhadrak Flood Situation

Key Points

୯୦ଟି ମାଗଣା ରନ୍ଧନଶାଳାରେ ଯୋଗାଣ ହେଉଛି ରନ୍ଧା ଖାଦ୍ୟ
୨୬ଟି ମେଡିକାଲ୍ ଓ ୪ଟି ଭେଟେରିନାରୀ ଟିମ୍ ନିୟୋଜିତ
ଉଦ୍ଧାର କାର୍ଯ୍ୟ ପାଇଁ ODRAF, NDRF ଓ ଅଗ୍ନିଶମ ଟିମ୍ ମୁତୟନ
ଭଦ୍ରକ: ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍, ଉଦ୍ଧାର, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପଶୁସମ୍ପଦ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଜାରି ରହିଛି । ୧୬ ଅଗଷ୍ଟ ୨୦୨୬ ସୁଦ୍ଧା ଜିଲ୍ଲାର ୪ଟି ବ୍ଲକ୍ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ଏବଂ ଗୋଟିଏ ULB ବନ୍ୟା ପ୍ରଭାବିତ ହୋଇଛି । ମୋଟ ୩୩ଟି ଗ୍ରାମ ପଞ୍ଚାୟତ, ୪ଟି ୱାର୍ଡ ଓ ୧୩୪ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧,୯୬,୨୪୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।

  • ୧,୦୭,୭୭୩ ଜଣଙ୍କୁ ସ୍ଥାନାନ୍ତରଣ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ ଜିଲ୍ଲାର ବର୍ତ୍ତମାନ ବନ୍ୟା ପରିସ୍ଥିତି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ରିଲିଫ୍ ଓ ଉଦ୍ଧାରମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧,୦୭,୭୭୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ଏଥିସହ ୩୫,୧୯୧ ଜଣଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଘର କ୍ଷୟକ୍ଷତି ସମ୍ପର୍କରେ ଆକଳନ ଜାରି ରହିଛି। କୃଷି ଓ ଉଦ୍ୟାନ କୃଷି ଫସଲର କ୍ଷୟକ୍ଷତି ମଧ୍ୟ ଆକଳନ କରାଯାଉଛି। ବନ୍ୟାରେ ଏପର୍ଯ୍ୟନ୍ତ କୌଣସି ମାନବ ମୃତ୍ୟୁ ଘଟିନାହିଁ।

  • ବନ୍ୟା ପ୍ରଭାବିତଙ୍କୁ ଦିଆଯାଉଛି ରନ୍ଧା କାର୍ଯ୍ୟ
ପ୍ରଭାବିତ ଲୋକଙ୍କୁ ତୁରନ୍ତ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୯୦ଟି ମାଗଣା ରନ୍ଧନଶାଳା ଚାଲୁ କରାଯାଇଛି । ୧୩,୦୦୦ ବୋତଲ ପାନୀୟ ଜଳ ଓ ୧୩,୫୦୦ ଜଳ ପାଉଚ୍ ବଣ୍ଟନ କରାଯାଇଛି । ଦୁଇଟି ପାଣି ଟ୍ୟାଙ୍କର ମଧ୍ୟ ନିୟୋଜିତ ହୋଇଛି ।

  • ପଶୁଙ୍କ ପାଇଁ ବି ସ୍ଵତନ୍ତ୍ର ବ୍ୟବସ୍ଥା
ପଶୁସମ୍ପଦର ସୁରକ୍ଷା ପାଇଁ ୮୫ ମେଟ୍ରିକ୍ ଟନ୍ ଗୋଖାଦ୍ୟ ମଧ୍ୟରୁ ୨୦ ମେଟ୍ରିକ୍ ଟନ୍ ବଣ୍ଟନ କରାଯାଇଛି। ମୋଟ ୯୫,୩୮୧ଟି ପଶୁସମ୍ପଦ ପ୍ରଭାବିତ ହୋଇଛି । ସେଥିମଧ୍ୟରେ ୬୬,୫୮୦ ବଡ଼ ପଶୁ, ୨୮,୮୦୧ ଛୋଟ ପଶୁ ଓ ୧୦,୮୦୦ କୁକୁଡ଼ା ରହିଛନ୍ତି । ୯ଟି ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୧,୧୦୦ଟି ପଶୁଙ୍କୁ ଟିକାକରଣ ଏବଂ ୭୦୮ଟି ପଶୁଙ୍କୁ ଚିକିତ୍ସା ପ୍ରଦାନ କରାଯାଇଛି । ବନ୍ୟା ପରବର୍ତ୍ତୀ ସମ୍ଭାବ୍ୟ ରୋଗ ସଂକ୍ରମଣକୁ ରୋକିବା ପାଇଁ ୨୬ଟି ମେଡିକାଲ୍ ଟିମ୍ ଓ ୪ଟି ଭେଟେରିନାରୀ ଟିମ୍ ନିୟୋଜିତ କରାଯାଇଛି । ଦୁଇଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ମଧ୍ୟ କାର୍ଯ୍ୟରତ ରହିଛି ।

  • ସ୍ଵାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ
ପ୍ରଭାବିତ ୫୫୩ଟି ନଳକୂପ ମଧ୍ୟରୁ ୩୦ଟି ନଳକୂପକୁ ବିଶୋଧନ କରାଯାଇଛି । ଝାଡ଼ାବାନ୍ତିର ୨୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ଚିକିତ୍ସା ପରେ ଡିସ୍ଚାର୍ଜ ହୋଇଛନ୍ତି । ସାପ କାମୁଡ଼ାର ୭ଟି ମାମଲା ରହିଛି । ୩୫ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ରୋଗ ବ୍ୟାପିବାର ସୂଚନା ନାହିଁ ।

ପଢନ୍ତୁ ଏହି ଖବର: ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ; ଆସନ୍ତାକାଲି ଏହି ୩ ଜିଲ୍ଲାରେ ସମସ୍ତ ସ୍କୁଲ କଲେଜ ଛୁଟି

  • ନିୟୋଜିତ ଅଛନ୍ତି ଓଡ୍ରାଫ୍ ଟିମ୍
ବନ୍ୟା ପରିସ୍ଥିତିର ମୁକାବିଲା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ODRAF ଟିମ୍ ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡ଼ିରେ ନିୟୋଜିତ ହୋଇଛନ୍ତି। ଆରଡ଼ିରେ ଆଉ ଗୋଟିଏ ODRAF ଟିମ୍ ନିୟୋଜନ ପାଇଁ ପ୍ରସ୍ତୁତ ରହିଛି। ତିହିଡ଼ିରେ ଗୋଟିଏ NDRF ଟିମ୍ ମୁତୟନ ହୋଇଥିବା ବେଳେ ଧାମନଗରରେ କଟକରୁ ୨ଟି ଅତିରିକ୍ତ ଅଗ୍ନିଶମ ସେବା ଟିମ୍ ନିୟୋଜିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇ ସମସ୍ତ ଆବଶ୍ୟକୀୟ ରିଲିଫ୍ ଓ ଉଦ୍ଧାର ପଦକ୍ଷେପ ଜାରି ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: