|
logo
Live
Argus News App
GET APP

Argus News - କାମରେ ଲାଗୁନି ଜଳକା ଜଳସେଚନ ପ୍ରକଳ୍ପ: ଚିନ୍ତାରେ ଚାଷୀ

Odisha

କାମରେ ଲାଗୁନି ଜଳକା ଜଳସେଚନ ପ୍ରକଳ୍ପ: ଚିନ୍ତାରେ ଚାଷୀ

Ritu Das
Browse all articles by Ritu Das
·2 years ago·2 min read
କାମରେ ଲାଗୁନି ଜଳକା ଜଳସେଚନ ପ୍ରକଳ୍ପ: ଚିନ୍ତାରେ ଚାଷୀ

ଅର୍ଗସ ବ୍ୟୁରୋ: ସରକାର ଚାଷର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା କାରଣରୁ ତାହା ଚାଷୀ କିମ୍ବା ଚାଷ କାର୍ଯ୍ୟରେ ଲାଗି ପାରୁନି। ଯାହା ପାଇଁ ଚାଷ ଜମି ପଡିଆ ପଡୁଛି। 

କାମରେ ଲାଗୁନି ଜଳକା ଜଳସେଚନ ପ୍ରକଳ୍ପ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ରେ ପ୍ରାୟ ୨୫୦୦ ହେକ୍ଟର ଜମିରେ ଜଳ ସେଚନ ପାଇଁ ୭୦ ଦଶକରେ ଜଳକା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣ ହେବା ଫଳରେ ବାଲେଶ୍ବର ଜିଲ୍ଲାର ପ୍ରାୟ ୫ ଟି ପଞ୍ଚାୟତର ଚାଷୀ ଉପକୃତ ହୋଇପାରୁଥିଲେ। ହେଲେ ସରକାରଙ୍କ ଖାମଖିଆଲି ମନୋଭାବ ଓ ପୁନରୁଦ୍ଧାର ନ ହେବା କାରଣରୁ ଜଳକା ପ୍ରକଳ୍ପ ୨୦୧୧ ମସିହା ଠାରୁ ଶୁଖିଲା ପଡ଼ିଥିବା ବେଳେ ୨୦୧୮ ମସିହାରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଗଲା,ହେଲେ ପୁଣି ଏହା ଶୁଖିଲା ପଡ଼ିଛି। ପ୍ରୋଜେକ୍ଟରେ ଗେଟ ପକା ଯାଉ ନଥିବାରୁ ତାହା ଚାଷ କାର୍ଯ୍ୟରେ ଲାଗି ପାରୁ ନାହିଁ। ଲୋକେ ନିଜସ୍ନ ଖର୍ଚ୍ଚରେ ନଦୀରେ ମୋଟର ପକାଇ ଅଳ୍ପ କେତେ ଜମିରେ ପାଣି ମଡାଇ ଚାଷ କରି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।

ଏହି ଅଞ୍ଚଳରେ ୭୫ ପ୍ରତିଶତ ଲୋକେ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ,ପ୍ରଜେକ୍ଟ ଅଚଳ ହେବାରୁ ଚାଷ କାର୍ଯ୍ୟ କରି ନପାରି ଅଧିକାଂଶ ଲୋକେ ଦାଦନ ଖଟିବା ପାଇଁ ବାହାର ରଜ୍ୟକୁ ଯାଉଛନ୍ତି। ଏପଟେ ଜଳକା ନଦୀର ଉପର ମୁଣ୍ଡରେ ୫ ବର୍ଷ ଧରି ନିର୍ମାଣ ହେଉଥିବା ଦୁଇଟି ବ୍ରିଜରେ ବାଧାପ୍ରାପ୍ତ ହେବା ଆଳ ଦେଖାଇ ପ୍ରଜେକ୍ଟରେ ଗେଟ ପକାଯାଉ ନାହିଁ। ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ପୋଲକାମ ବିଳମ୍ବ ହେଉଛି ଆଉ ଯାହାର ପରିଣାମ ଭୋଗୁଛନ୍ତି ଚାଷୀ, ଏପଟେ ପ୍ରଜେକ୍ଟ କାର୍ଯ୍ୟକ୍ଷମ ହେଉ ନଥିବାରୁ ୨୫ ଶହ ହେକ୍ଟର ବଦଳରେ ମାତ୍ର ୩୦ ରୁ ୩୫ ଏକର ଜମିରେ ଚାଷ କାର୍ଯ୍ୟ ହେଉଛି। ବାକି ଚାଷଜମି ଏବେ ପଡ଼ିଆ ପଡ଼ିଛି। 
କେବେ ନଦୀର ଉପର ମୁଣ୍ଡରେ ହେଉଥିବା ବ୍ରିଜ କାମ ଶେଷ ହେଉଛି କେବେ ପ୍ରକଳ୍ପ ସଚଳ ହେଉଛି ତାହା ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
କାମରେ ଲାଗୁନି ଜଳକା ଜଳସେଚନ ପ୍ରକଳ୍ପ: ଚିନ୍ତାରେ ଚାଷୀ | Argus News