Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଥା ରଖିଲେନି ସରକାର, ଭୋଟ୍‌ ବର୍ଜନ କଲେ ବସ୍ତି ବାସିନ୍ଦା

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଥା ରଖିଲେନି ସରକାର, ଭୋଟ୍‌ ବର୍ଜନ କଲେ ବସ୍ତି ବାସିନ୍ଦା

ଅର୍ଗସ ବ୍ୟୁରୋ:  ଓଡିଶାରେ ଶେଷ ପର୍ଯ୍ୟାୟ ଭୋଟଦାନ ଚାଲିଥିବାବେଳେ ଉଦଳା ନିର୍ବାଚନ ମଣ୍ଡଳୀ ଯୋମୁନାଗଡ଼ର ବସ୍ତି ବାସିନ୍ଦା ଭୋଟ ବର୍ଜନ କରିଛନ୍ତି l ବିଭିନ୍ନ ସମସ୍ୟା ନେଇ ଶିମିଳିପାଳର ଯୋମୁନାଗଡ଼ର ବିସ୍ଥାପିତଙ୍କ ଭୋଟ ବର୍ଜନ l 2015ମସିହାରୁ ପ୍ରଶାସନ ପକ୍ଷରୁ ଶିମିଳିପାଳ କୋର ଏରିଆ ଯମୁନାଗର୍ଡ ରୁ 40ରୁ ଉର୍ଦ୍ଧ ପରିବାରଙ୍କୁ ଉଦଳା ବ୍ଲକ ବାହୁବନ୍ଧ ପଂଚାୟତ ନାଵରା ଗ୍ରାମରେ ଥଇଥାନ ପାଇଁ ବିଭିନ୍ନ ପ୍ରତିଶୃତି ଦିଆଯାଇଥିଲା l

ତେବେ ଦୀର୍ଘ ଦିନ ଧରି ସେମାନଙ୍କର ସ୍ଥାୟୀ ଜମି ପୋଟା ସରକାରୀ ଯୋଜନା ରେ ଘର, ଏହିପରିକି ପିଲା ମାନଙ୍କର ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା ରେ ପ୍ରତିଶୃତି ପୁରଣ ହୋଇଥିବା ନଥିବା ଅଭିଯୋଗ କରି ଆଜି ଉର୍ମଳ ଠାରେ ଥିବା ମତଦାନ କେନ୍ଦ୍ର ପାଖରେ ଭୋଟ ବର୍ଜନ କରିବା ସହ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଭୋଟ ଦାନ ରୁ ବିରୋତ୍ତ ରହିବେ ବୋଲି ଚେତାବନୀ ଦେଇଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored