Janmashtami Celebration / ଆଜି ପବିତ୍ର ଜନ୍ମାଷ୍ଟମୀ; ରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି; କେତେବେଳେ କୃଷ୍ଣ ଜନ୍ମ ନୀତି ଜାଣନ୍ତୁ...
·1 hour ago·2 min read

Key Points
ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରଠୁ ପଲ୍ଲୀ
ରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି
ବଢିବାରେ ଲାଗିଛି ଭକ୍ତଙ୍କ ଗହଳି
ରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି
ବଢିବାରେ ଲାଗିଛି ଭକ୍ତଙ୍କ ଗହଳି
ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ଜନ୍ମାଷ୍ଟମୀ । ଏହି ଅବସରରେ ରାଜ୍ୟର ସମସ୍ତ କୃଷ୍ଣ ମନ୍ଦିର ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଭକ୍ତମାନଙ୍କ ଭିଡ଼ ଜମିଛି । ସେପଟେ ଜନ୍ମାଷ୍ଟମୀ ପାଇଁ ରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।
ଆଜି ମଧ୍ୟରାତ୍ରି ୧୨ଟାରେ ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ, ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଶ୍ରଦ୍ଧାଳୁ ସପରିବାରେ ଶ୍ରୀରାମ ମନ୍ଦିରରେ ପହଞ୍ଚି ଶ୍ରୀକୃଷ୍ଣଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରୁଛନ୍ତି । ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ଶ୍ରୀରାମ ମନ୍ଦିରରେ ଖେଳୁଛନ୍ତି କୁନି ଶ୍ରୀକୃଷ୍ଣ । ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି କୁନି ଶ୍ରୀକୃଷ୍ଣ । କୃଷ୍ଣ ପ୍ରେମରେ ଲୀନ ହୋଇଛନ୍ତି ଭକ୍ତ । ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ । ଅନେକ ଭକ୍ତ ନିଷ୍ଠାର ସହ ଜନ୍ମାଷ୍ଟମୀ ଅବସରରେ ଉପବାସ କରିଛନ୍ତି । କିଛି ଭକ୍ତ ବିଶ୍ଵର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି ।
ପଢନ୍ତୁ ଏହି ଖବର: ଆଜି ଜନ୍ମାଷ୍ଟମୀ: ଲଡ୍ଡୁ ଗୋପାଳ କିଣୁଥିଲେ ଜାଣିରଖନ୍ତୁ, ନଚେତ୍ ଘରେ ହୋଇପାରେ...

- ଶ୍ରୀରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି
ପଢନ୍ତୁ ଏହି ଖବର: ଆଜି ଜନ୍ମାଷ୍ଟମୀ: ଲଡ୍ଡୁ ଗୋପାଳ କିଣୁଥିଲେ ଜାଣିରଖନ୍ତୁ, ନଚେତ୍ ଘରେ ହୋଇପାରେ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ରାତି ୧୧ ଯାଏଁ ସାଧାରଣ ଦର୍ଶନ
Related Topics
Explore more stories