Odisha Japan Investment / ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଓଡ଼ିଶାରେ ନିବେଶ ହେବ ୬୭ ହଜାର କୋଟି
·2 months ago·3 min read

Key Points
ଜାପାନୀ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଐତିହାସିକ ଚୁକ୍ତି
ଗ୍ରୀନ୍ ଏନର୍ଜୀ କ୍ଷେତ୍ରରେ ACME ଓ IHI କର୍ପୋରେସନ ସହ MoC
ଓଡ଼ିଶାରେ ନିବେଶ ହେବ ୬୭ ହଜାର କୋଟି

ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଉପରେ ଆଧାରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଭୁବନେଶ୍ୱରର ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଜାପାନୀ ଶିଳ୍ପ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ସହ ଆଲୋଚନା ସମୟରେ ସେ କହିଥିଲେ ଯେ, ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ମାଧ୍ୟମରେ ଓଡ଼ିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ରେ ପରିଣତ କରାଯିବ ।
ଏହି ଅବସରରେ ରାଜ୍ୟ ସରକାର ACME ଗ୍ରୁପ୍ ଓ IHI କର୍ପୋରେସନ୍ ସହ ଏକ ସହଯୋଗ ପତ୍ର (MoC) ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ, ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସହ ଟେକ୍ନୋଲୋଜି ଟ୍ରାନ୍ସଫର, ପରିବେଶ ଅନୁକୂଳ ଶିଳ୍ପାୟନ, ନିଯୁକ୍ତି ଓ ଆର୍ଥିକ ସୁଯୋଗ ସୃଷ୍ଟିରେ ସହଯୋଗ କରାଯିବ ।
ଏହି ଦୁଇଟି କମ୍ପାନୀ ଓଡ଼ିଶାରେ ୩ଟି ବୃହତ୍ ପ୍ରକଳ୍ପ ସ୍ଥାପନ କରିବେ । ଏଥିପାଇଁ ପ୍ରାୟ ୬୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ୭,୬୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଗୋପାଳପୁରରେ ୨୦ ହଜାର କୋଟି ଟଙ୍କା ବିନିଯୋଗରେ ୦.୪ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସହ ଅତିରିକ୍ତ ୧,୦୦୦ କୋଟି ଟଙ୍କାରେ ଫ୍ଲୋଟିଂ ଟର୍ମିନାଲ୍ ନିର୍ମାଣ ହେବ । ପାରାଦୀପରେ ୩୪ ହଜାର କୋଟି ଟଙ୍କା ବିନିଯୋଗରେ ୦.୮ MTPA କ୍ଷମତାର ଗ୍ରୀନ୍ ଆମୋନିଆ ପ୍ରକଳ୍ପ ଏବଂ ୧୨ ହଜାର କୋଟି ଟଙ୍କାରେ ୦.୧ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ ସ୍ଥାପନ କରାଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୨ଟି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହା ମାଧ୍ୟମରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଏବଂ ୩୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର 'ଇସ୍ପାତ ରାଜଧାନୀ' ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଅବସରରେ ଦେଶର ଅନ୍ୟତମ ବୃହତ୍ତମ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋସିଷ୍ଟମ ପ୍ରତିଷ୍ଠା ନେଇ ଓଡ଼ିଶାର ଦୂରଦୃଷ୍ଟି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଛନ୍ତି । ଗତକାଲି ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ୧୧ ବିଲିୟନ ଡଲାରର ଚୁକ୍ତି ପରେ ଆଜି ଜାପାନ ସହିତ ହୋଇଥିବା ଏହି ସହଭାଗିତା ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆହୁରି ଉଜ୍ଜ୍ୱଳ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଜାନୁଆରୀର ‘ଉତ୍କର୍ଷ ଓଡ଼ିଶା’ ପରଠାରୁ ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି ଏବଂ ବିଗତ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସରକାର ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ରାଜ୍ୟର ୨୯ଟି ଜିଲ୍ଲାରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ସବୁ ଜିଲ୍ଲାରେ ଉଦ୍ୟୋଗ ପ୍ରତିଷ୍ଠା କରାଯାଇ ସମାବେଶୀ ଶିଳ୍ପାୟନର ଲକ୍ଷ୍ୟକୁ ହାସଲ କରାଯିବ ।
କାର୍ଯ୍ୟକ୍ରମରେ IHI, Mitsubishi, ACME ସମେତ ବିଭିନ୍ନ ଜାପାନୀ କମ୍ପାନୀର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାର ଶିଳ୍ପାନୁକୂଳ ପରିବେଶ ଓ ସବୁଜ ଶକ୍ତି ନୀତିର ଉଚ୍ଚ ପ୍ରଶଂସା କରିଥିଲେ । ସେମାନେ ଓଡ଼ିଶାକୁ ସବୁଜ ଶକ୍ତି କ୍ଷେତ୍ରରେ ବୃହତ୍ ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ଗନ୍ତବ୍ୟ ବୋଲି ମତ ପ୍ରକାଶ କରିଥିଲେ ।
ମୁଖ୍ୟମନ୍ତ୍ରୀ IHI କର୍ପୋରେସନ୍କୁ ରାଜ୍ୟରେ ‘ଜାପାନୀ ଗ୍ରୀନ୍ ଇଞ୍ଜିନିୟରିଂ ଓ ଇନୋଭେସନ୍ ସେଣ୍ଟର’ ସ୍ଥାପନ ଏବଂ Mitsubishi କର୍ପୋରେସନ୍କୁ ଗ୍ରୀନ୍ କେମିକାଲ୍ସ ଓ ସ୍ଥାୟୀ ଇନ୍ଧନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ ଜଣାଇଥିଲେ। ସେ କହିଥିଲେ, ରାଜ୍ୟରେ ସମାବେଶୀ ଶିଳ୍ପାୟନକୁ ଆଗକୁ ନେଇ ସମସ୍ତ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ଜାପାନୀ ପ୍ରତିନିଧିମଣ୍ଡଳ ସମେତ ଟି.ଆର୍.ଏଲ୍. କ୍ରୋସାକି, ଟି.ୱାଇ.କେ. କର୍ପୋରେସନ୍, ଇଣ୍ଡୋ ନିସିନ୍, ଏ.ସି.ଏମ୍.ଇ. ଗ୍ରୁପ୍, ଆଇ.ଏଚ୍.ଆଇ. କର୍ପୋରେସନ୍ ଓ ମିତ୍ସୁବିଶିର ପ୍ରତିନିଧିବୃନ୍ଦ ଏବଂ ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ଅର୍ଥ ନିଗମ (IFC) ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ADB) ର ପ୍ରତିନିଧିମାନେ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ ।

Related Topics
Explore more stories