Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ପୁଣି ଜାପାନୀଜ୍ ଏନସେଫାଲାଇଟିସ ଆତଙ୍କ 

Odisha

ଓଡ଼ିଶାରେ ପୁଣି ଜାପାନୀଜ୍ ଏନସେଫାଲାଇଟିସ ଆତଙ୍କ 

Manini Pattanayak
Browse all articles by Manini Pattanayak
·1 year ago
ଓଡ଼ିଶାରେ ପୁଣି ଜାପାନୀଜ୍ ଏନସେଫାଲାଇଟିସ ଆତଙ୍କ 

ଭୁବନେଶ୍ୱର:  ଓଡ଼ିଶାରେ ପୁଣି ଜାପାନୀଜ୍ ଏନସେଫାଲାଇଟିସ ଆତଙ୍କ । ଅନୁଗୁଳରେ ଜାପାନୀଜ ଏନସେଫାଲାଇଟିସରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ଆକ୍ରାନ୍ତ ହୋଇଥିଲାବେଳେ ଜଣେ ଆଖି ବୁଜିଛନ୍ତି ଓ ଅନ୍ୟ ଜଣଙ୍କର ଚିକିତ୍ସା ଚାଲିଛି । ଏନେଇ ସୂଚନା ଦେଇଛନ୍ତି ସିଡିଏମଓ ।

କେଉଁ ପରିସ୍ଥିତିରେ ରୋଗ ବ୍ୟାପୁଛି କାରଣ ଖୋଜିବାକୁ ଜିଲ୍ଲା ଗସ୍ତରେ ଆସୁଛନ୍ତି ସ୍ବାସ୍ଥ୍ୟ ବିଭାଗର ଚାରି ଜଣିଆ ଟିମ୍ । ଜିଲ୍ଲାରେ ମ୍ୟାଲେରିଆଠୁ ଆରମ୍ଭ କରି ଜାପାନୀଜ ଏନସେଫାଲାଇଟିସ୍ ସମ୍ପର୍କରେ ତଥ୍ୟ ହାସଲ କରିବ ଟିମ୍ । ଏହାର ମୁକାବିଲା ନେଇ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବେ । ପୂର୍ବରୁ ମାଲକାନଗିରିରେ ଜାପାନିଜ୍ ଏନସେଫାଲାଇଟିସରେ ସଂକ୍ରମିତ ହୋଇ 103 ଶିଶୁଙ୍କ ଜୀବନ ଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Japanese encephalitis terror again in Odisha | Argus News