Controversy in Jatra / ପୁଣି ବିବାଦକୁ ଫେରିଛି ଯାତ୍ରା ,ଜଣେ ଯାତ୍ରା ମାଲିକ କଳାକାରଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ନୂଆ ବିବାଦ ସୃଷ୍ଟି କରିଛି
·2 months ago·3 min read

Key Points
'କଳାକାରମାନେ ନିଶାଚର'
'ସକାଳେ ବାସି ରୁଟି ଖିଆ କୁକୁର'
'ରାତିରେ ସବୁ ଶୋଇଲା ବେଳେ କଳାକାର ଚରିବାକୁ ଯାଆନ୍ତି'
'କଳାକାରଙ୍କ କୌଣସି ମାନବିକତା ନାହିଁ'
କହିଲେ ସ୍ବର୍ଣ୍ଣମହଲ ଯାତ୍ରା ପାର୍ଟିର ସହ-ପ୍ରଯୋଜକ କ୍ଷୀରୋଦ ସ୍ୱାଇଁ

ଭୁବନେଶ୍ବର,୨୪/୦୬: ପୁଣି ବିବାଦକୁ ଫେରିଛି ଯାତ୍ରା । ପ୍ରଥମେ ଯାତ୍ରାରେ ଅଶ୍ଳୀଳତା, ପରେ ଟଙ୍କା ପଇସା କାରବାରକୁ ନେଇ ତମ୍ବି ତୋଫାନ ପରେ ଏବେ ଜଣେ ଯାତ୍ରା ମାଲିକ କଳାକାରଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ନୂଆ ବିବାଦ ସୃଷ୍ଟି କରିଛି । ଏଥର କଳାକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି ଯାତ୍ରା ପାର୍ଟିର ସହ-ପ୍ରଯୋଜକ। ସ୍ୱର୍ଣ୍ଣ ମହଲ ନାଟ୍ୟ ଅନୁଷ୍ଠାନର ସହ-ପ୍ରଯୋଜକ କ୍ଷୀରୋଦ ଚନ୍ଦ୍ର ସ୍ୱାଇଁ କଳାକାରଙ୍କୁ ନେଇ ଅତି ଅରୁଚିକର ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି, ରାତିରେ ସବୁ ଶୋଇଲା ବେଳେ କଳାକାର ଚରିବାକୁ ଯାଆନ୍ତି । ଦେଖନ୍ତୁ ଜଣେ ଯାତ୍ରା ପାର୍ଟି ମାଲିକଙ୍କ ଭାଷା ଓ ସଂଜମତାକୁ । ପୁଣି ସେ କହିଛନ୍ତି କଳାକାର ହେଉଛନ୍ତି ନିଶାଚର ଓ ଦିନର କୁକୁର । ସକାଳେ ବାସି ରିିଟି ଖିଆ କୁକୁର । କଳାକାରଙ୍କ କୌଣସି ମାନବିକତା ନାହିଁ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଳାକାର ସଂଘ ଓ ଯାତ୍ରା ମାଲିକ । ସ୍ୱର୍ଣ୍ଣ ମହଲର ସହ-ପ୍ରଯୋଜକ କ୍ଷୀରୋଦ ସ୍ୱାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ଯାତ୍ରା କଳାକାର ସଂଘ ।
ହାଇପେଡ୍ ଆର୍ଟିଷ୍ଟ ମାନଙ୍କୁ କରିଛନ୍ତି କଡ଼ା ନିଶାନା, ପିୟୂଷ ତ୍ରିପାଠୀ ଏବଂ ସାଇ ଭଳି କଳାକାରଙ୍କୁ ଭାଇରାଲ୍ କଳାକାର କହି ଏମାନେ ଭାଇରସ୍ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ମାଲିକମାନଙ୍କୁ ଅନାମଧେୟ ବୋଲି କହିବା ସହ ଯେଉଁମାନେ ଯାତ୍ରାପାର୍ଟି ଗଢିଛନ୍ତି, କଳାକାରଙ୍କୁ ସମ୍ମାନ ନାହିଁ କି ସଂସ୍କାର ଜାଣିନାହାନ୍ତି। ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ସଂଜୀବ ପାଢ଼ୀଙ୍କ ଉପରକୁ ମଧ୍ୟ କାଦୁଅ ଫିଙ୍ଗିଛନ୍ତି ସହ-ପ୍ରଯୋଜକ କ୍ଷୀରୋଦ ସ୍ବାଇଁ। ଦିନେ ପୀୟୁଷ, ସାଇ ଭଳି କଳାକାରଙ୍କୁ ରଙ୍ଗମହଲ କାଢ଼ି ଦେଇଥିଲା। କିନ୍ତୁ ସେଭଳି କଳାକାରଙ୍କୁ କୋଟିଏ ଟଙ୍କାରେ ଦିଆଯାଉଛି ଚାକିରି। ଆଇଏଏସ୍ ଓଏଏସ୍ ଅଫିସର ବି ଏତିକି ପାଉନାହାଁନ୍ତି।
ସ୍ଵର୍ଣ୍ଣ ମହଲ ପ୍ରଯୋଜକ କଳାକାରଙ୍କୁ ଯାତ୍ରା କଳାକାରଙ୍କୁ କୁକୁର ବୋଲି ସମ୍ବୋଧିତ କରିବା ପରେ ଏବେ ପୁଣି ମୁଣ୍ଡ ଟେକିଛି ଯାତ୍ରା କଳି। କଳାକାର ସଂଘ ପ୍ରଯୋଜକଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିବା ବେଳେ, କ୍ଷୀରୋଦ ଚନ୍ଦ୍ର ସ୍ୱାଇଁଙ୍କ ଉପରେ ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ଜୋରଦାର ବର୍ଷିଛନ୍ତି ଅଭିନେତା କାହ୍ନା ସ୍ୱାଇଁ। କହିଛନ୍ତି,
ମୋତେ ଲାଗୁଛି ସତରେ ସେ ଯାତ୍ରା ପାର୍ଟି କରି ନାହାଁନ୍ତି। ଯଦି ଯାତ୍ରା ପାର୍ଟି କରିଥାନ୍ତେ, କଳାର ମନୋଭାବ ତାଙ୍କ ଭିତରେ ଥାଆନ୍ତା,କଳାର ମଣିଷ ହୋଇଥାନ୍ତେ,ଏଭଳି କହିବା ପୂର୍ବରୁ ଦୁଇଥର ଭାବିଥାନ୍ତେ ସ୍ଵର୍ଣ୍ଣ ମହଲ ପ୍ରଯୋଜକ। ତାଙ୍କ କଥା ଅନୁଯାୟୀ ଆମେ ସବୁ କୁକୁର,ଭଗବାନଙ୍କ ସୃଷ୍ଟି ଭଗବାନ କେତେବେଳେ କଣ କରି ଜନ୍ମ କରିବେ ସେ ହିଁ ଜାଣିଛନ୍ତି। ଯଦି ଭଗବାନ ଆମକୁ କୁକୁର କରି ଜନ୍ମ କରିଛନ୍ତି ଆମେ ଖୁସି। ଆମ ଭଳି କୁକୁରଙ୍କୁ ନେଇ ମଣିଷ ହୋଇ ବେପାର କରୁଛନ୍ତି,ତାଙ୍କୁ କଣ କୁହାଯିବ ? ପରବର୍ତ୍ତୀ ଭିଡିଓ ରେ କହିବାକୁ ସେ ସ୍ୱର୍ଣ୍ଣ ମହଲ ପ୍ରଯୋଜକଙ୍କୁ ସିଧା ସିଧା ଶୁଣାଇଛନ୍ତି କାହ୍ନା।
ପଢନ୍ତୁ ଏହି ଖବର: ବିବାଦରେ ଯାତ୍ରା ଅଭିନେତା ସାଇ ସତ୍ୟଜିତ ପଣ୍ଡା, ସାପକୁ ଧରି ଅଭିନୟ କରିବା ସାଇ ଙ୍କୁ ପଡ଼ିଲା ମହଙ୍ଗା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯାତ୍ରା ବିବାଦରେ ରାଣୀ ପଣ୍ଡା ରଖିଲେ ବଡ଼ ବୟାନ। କହିଲେ ପ୍ରଯୋଜକ କ୍ଷୀରୋଦ ସ୍ୱାଇଁଙ୍କ ବୟାନ ୬୦ ପ୍ରତିଶତ ଠିକ୍। କିଛି କଳାକାର ଏଭଳି କାର୍ଯ୍ୟ କରୁଛନ୍ତି, ଯେଉଁମାନେ ଏଭଳି ଶବ୍ଦ ପାଇଁ ଯୋଗ୍ୟ। ପରୋକ୍ଷରେ ପିୟୁଷ,କାହ୍ନା ଓ ସାଇ ସତ୍ୟଜିତଙ୍କୁ କଲେ ଆକ୍ଷେପ। ଯାତ୍ରା ପ୍ରଯୋଜକ ସଞ୍ଜୀବ ପାଢ଼ୀ ଓ ପ୍ରମୋଦ ସ୍ୱାଇଁଙ୍କୁ ନେଇ ରଖିଛନ୍ତି ଚାଞ୍ଚଲ୍ୟକର ବୟାନ। ପ୍ରମୋଦ ସ୍ୱାଇଁ ବହୁତ୍ ପଇସା ବଲା ମାଲିକ।ଅଯଥା ଅଧିକ ପଇସା ଦେଇ କଳାକାରଙ୍କୁ ନେଉଛନ୍ତି। ନିଜ ବନ୍ଧୁ ପିୟୁଷକୁ ନେଇ ସଞ୍ଜୀବ ବାବୁ ଭଲ ରୋଜଗାର କରୁଛନ୍ତି ବୋଲି କହି ସିଂହବାହିନୀ ପ୍ରଯୋଜକଙ୍କୁ ଧୋଇଛନ୍ତି।ଏଥିସହିତ ଗାଳି କରି କିଛି କଳାକାରଙ୍କ ଗୁମର ଖୋଲିଛନ୍ତି ଯାତ୍ରା ନାଟ୍ୟ ମଣ୍ଡପ ପ୍ରଯୋଜିକା ତଥା ଅଭିନେତ୍ରୀ ରାଣୀ ପଣ୍ଡା। ନିଜ ଯାତ୍ରା ପାର୍ଟି କଳାକାରଙ୍କ ଗୁମର ଖୋଲିବା ସହିତ ଆଗାମୀ ଯାତ୍ରା ଋତୁରେ ସାବାଡ଼ କରିଦେବି ବୋଲି ଦେଇଛନ୍ତି ଚେତାବନୀ।
Related Topics
Explore more stories