ଲାଗୁନି ବ୍ରେକ୍, ଚିହ୍ନଟ ହେଲେଣି ୧୧ ଜଣ୍ଡିସ ରୋଗୀ

କଟକ: କଟକରେ ଜଣ୍ଡିସ୍ ବ୍ୟାପିବାରେ ଲାଗୁନି ରୋକ୍ । ଏଯାବତ ସରକାରୀ ସ୍ତରରେ ୧୧ ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି । ସିଏମସି ଅଧୀନରେ ଥିବା ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ନଗରରେ ଗତ କିଛି ଦିନ ହେବ ଜଣ୍ଡିସ ପ୍ରଭାବିତ କରିଛି । ୪୮ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିଲା । କିନ୍ତୁ ସେଥିରୁ ୧୧ ଜଣ ଜଣ୍ଡିସ୍ ଆକ୍ରନ୍ତ ଚିହ୍ନଟ ହୋଇଥିଲେ।
ଗତକାଲି ୧୧ ଜଣଙ୍କ ବ୍ଲଡ଼ ରିପୋର୍ଟ ଟେଷ୍ଟ ପାଇଁ ଯାଇଛି । କିନ୍ତୁ ଏଯାବତ କୌଣସି ରିପୋର୍ଟ ହସ୍ତଗତ ହୋଇନଥିବା କହିଛନ୍ତି ଜିଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା । ଅନ୍ୟପଟେ ଉକ୍ତ ୱାର୍ଡରେ ଅଧିକ ଜଣ୍ଡିସ ନବ୍ୟାପିବା ପାଇଁ WATCO ବିଭାଗକୁ ନିର୍ଦେଶ ରହିଛି । ଶୀଘ୍ର ପାନୀୟ ଜଳ ପାଇଁ ବିଛା ଯାଇଥିବା ପାଇପ ପରିବର୍ତ୍ତନ କରିବା ପାଇଁ । ଆଉ ସେଠାରେ ମଧ୍ୟ ପାଇପ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ରାଜେନ୍ଦ୍ର ନଗରରେ ସର୍ଭିଲାନ୍ସ ଟିମ୍ ରହିଛି ।
ରକ୍ତ ନମୁନା ସଂଗ୍ରହ କରିବା ସହ ହାଲୋଜିନ ବଟିକା, ଓଆରଏସ ଓ ଅନ୍ୟାନ୍ୟ ଡାକ୍ତରୀ ସେବା ଜାରି ରଖଛନ୍ତି । କିପରି ଜଣ୍ଡିସ ଶୀଘ୍ର କଣ୍ଟ୍ରୋଲକୁ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସିଏମସି ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ଟିମ୍ ଗଠନ କରାଯାଇଛି । ସଂକ୍ରମିତ ଅଂଚଳରେ ପ୍ରତିଦିନ ସର୍ଭିଲାନ୍ସ ଟିମ୍ ମଧ୍ୟ ରହିଛନ୍ତି । ଯାହା ଅନୁମାନ କରାଯାଉଛି ଏହି ସଂଖ୍ୟା ରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଆଉ ଚିହ୍ନଟ ହେବେନାହିଁ ବୋଲି କହିଛନ୍ତି CDMO ।
ଏହାସହ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଘରକୁ ଘର ବୁଲି ବଟିକା ବାଣ୍ଟିବା ସହ ସଚେତନତା ପରାମର୍ଶ ଦେଇଛନ୍ତି । ପାଇପ ଲାଇନକୁ ସଫା କରିବା ପାଇଁ ବିଭାଗକୁ କୁହାଯାଇଛି । ଏହାସହ ନଳ ସଫା କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଯେତିକି ବର୍ତ୍ତମାନ ସଂକ୍ରମିତ ଅଛନ୍ତି ଏହା ସେତିକିରେ ସୀମିତ ରହିବ ବୋଲି ଆକଳନ କରିଛି ସିଏମସି । ଅନ୍ୟପଟେ ବେସରକାରୀ ସ୍ଥରରେ ସଂଖ୍ୟା ବଢି ଚାଲିଛି । ଘରେ ଘରେ ଜଣ୍ଡିସ୍ ବଢି ଚାଲିଛି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...