Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ

Ritu Das
Browse all articles by Ritu Das
·2 years ago
ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ

ଅର୍ଗସ ବ୍ୟୁରୋ: ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ । ତେଲେଙ୍ଗାନା ଭଦ୍ରାଡି କଥାଗୁଡୁମ ଜିଲ୍ଲା ପୁସୁଗୁପା ଜଙ୍ଗଲରେ ଠାବ କରିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ୪, ୩୯୬ଟି ଲୁହାର ସ୍ପାଇକ ଜବତ ହୋଇଥିବା ସୂଚନା । ନକ୍ସଲଙ୍କ ଏହି ଘଟଣାର ପର୍ଦାଫସ କରିଛନ୍ତି ଭଦ୍ରାଦି କଥାଗୁଡ଼ୁମ ଜିଲ୍ଲାର ଏସପି ପରିତୋଷ ପଙ୍କଜ ।

ପୂର୍ବରୁ ଜଙ୍ଗଲକୁ ବିଭିନ୍ନ କାମରେ ଯାଉଥିବା ବେଳେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ମରଣ ଯନ୍ତାରେ ଫସି ମୃତ୍ୟୁବରଣ କରିଛନ୍ତି ସୀମାନ୍ତବର୍ତ୍ତୀ ଗ୍ରାମର ଲୋକେ । ଉକ୍ତ ଜଙ୍ଗଲରୁ ପୋଲିସ ୪୩୯୬ଟି ଲୁହାର ସ୍ପାଇକ ଗୁଡିକ ଜବତ କରିଛି । ସେପଟେ ଏନେଇ ସୀମାନ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରିରଖିଛନ୍ତି ତିନି ରାଜ୍ୟର ପୋଲିସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jawan dug a | Argus News