Nuapada By Election / ଦ୍ୱାଦଶ ରାଉଣ୍ଡ: ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
·10 months ago·2 min read

Key Points
ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଆଉ ଛୁଇଁ ହେବନି
୧୨ ରାଉଣ୍ଡ ସୁଦ୍ଧା ୪୦,୩୧୩ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ

ବିଜୟ ଦୌଡ଼ରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ । ରାଜନୀତିର ଜବରଦସ୍ତ ରଙ୍ଗରେ ରଙ୍ଗାୟିତ ନୂଆପଡ଼ା ଉପନିର୍ବାଚନ । ବିଜେପିର ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସୀରାମ ମାଝିଙ୍କ ତ୍ରିକୋଣୀୟ ଲଢ଼େଇ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ନବୀନ ପଟ୍ଟନାୟକଙ୍କ ପ୍ରଚାର ଯୁଦ୍ଧ ସରଗରମ ରହିଥିଲା। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ବର୍ତ୍ତମାନ ଟ୍ରେଣ୍ଡ ତଥା ୧୨ ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଜୋରସୋରରେ ଆଗେଇ ଚାଲିଛନ୍ତି ।
ଦ୍ୱାଦଶ ରାଉଣ୍ଡ ଗଣତି ସୁଦ୍ଧା ୪୦,୩୧୩ ଭୋଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ୫୯,୩୬୬ ଟି ଭୋଟ୍ ପାଇ ସର୍ବାଗ୍ରେ ରହିଛନ୍ତି ଜୟ ଢୋଲକିଆ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୯,୦୫୩ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୭,୪୩୭ ଭୋଟ୍ ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ: ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ: ୧୧ ରାଉଣ୍ଡ ସୁଦ୍ଧା ବିଜେପିର ବାଜିମାତ୍
ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ପ୍ରକ୍ରିୟା ମୋଟ ୨୬ ରାଉଣ୍ଡ ମଧ୍ୟରୁ କିଛି ରାଉଣ୍ଡ ଭୋଟ ଗଣତି ସରିଛି । ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛନ୍ତି। ପ୍ରାରମ୍ଭିକ ରାଉଣ୍ଡ୍ରୁ ସେ ଯେଉଁ ବ୍ୟବଧାନରେ ଆଗେଇଥିଲେ, ତାହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଟ୍ରେଣ୍ଡ କରୁଛି ବିଜେପି: ଦଶମ ରାଉଣ୍ଡ ସୁଦ୍ଧା ଆଗରେ ଜୟ ଢ଼ୋଲକିଆ
ଏଥର ନୂଆପଡା ଭୋଟିଂରେ ରେକର୍ଡ କରିଥିବା ବେଳେ ଫଳାଫଳକୁ ନେଇ ସାଧାରଣରେ ବଢ଼ିଛି ଉତ୍କଣ୍ଠା । ନୂଆପଡ଼ା ଫଳାଫଳ ସରକାର ଉପରେ ସିଧାସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର । କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦଶା ଓ ଦିଶାକୁ ପ୍ରମାଣିତ କରିବ । ଆଉ କିଛି ସମୟର ଅପେକ୍ଷା ଆଉ କିଛି ରାଉଣ୍ଡର ଅପେକ୍ଷା । ନୂଆପଡାବାସୀ କାହାକୁ ପିନ୍ଧାଇବେ ବିଜୟ ମୁକୁଟ ଦେଖିବାକୁ ବାକି ରହିଲା। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ଦିନ ସାଢ଼େ ୨ଟା ସୁଦ୍ଧା ସବୁ ଫଳାଫଳ ସାମ୍ନାକୁ ଆସିଯିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories