Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୂଆ 'ଓ' କାର୍ଯ୍ୟକ୍ରମରେ ଜୟଶ୍ରୀରାମ ନାରା ଦେଇଥିଲେ କଲେଜ ଛାତ୍ରଛାତ୍ରୀ

Odisha

ନୂଆ 'ଓ' କାର୍ଯ୍ୟକ୍ରମରେ ଜୟଶ୍ରୀରାମ ନାରା ଦେଇଥିଲେ କଲେଜ ଛାତ୍ରଛାତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନୂଆ 'ଓ' କାର୍ଯ୍ୟକ୍ରମରେ ଜୟଶ୍ରୀରାମ ନାରା ଦେଇଥିଲେ କଲେଜ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ:  ଗଞ୍ଜାମ ପରେ ଭଦ୍ରକ । ଆମ ଓଡ଼ିଶା ନବୀନ ଓଡ଼ିଶା ଓ ନୂଆ-ଓ-ଓଡ଼ିଶା କାର୍ଯ୍ୟକ୍ରମରେ ଜୟଶ୍ରୀରାମ ନାରା ଦେଇଥିଲେ କଲେଜ ଛାତ୍ରଛାତ୍ରୀ । ଯାହାକୁ ବିରୋଧ କରିଛନ୍ତି ବିଡିଓ । ଛାତ୍ରଛାତ୍ରୀ ଜୟଶ୍ରୀରାମ କହିଲେ, ଜେଲରେ ପୁରାଇଦେବାକୁ ବିଡିଓ ଧମକ ଦେଉଥିବା ସୋସିଆଲ୍ ମିଡିଆରେ ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ରାଣୀତାଲ ରମ୍ଭିଳା ପଞ୍ଚାୟତରେ ନୂଆ-ଓ-ଓଡ଼ିଶା କାର୍ଯ୍ୟକ୍ରମକୁ ଯିବା ସମୟରେ ଭଦ୍ରକ ଜିଲ୍ଲା କଲେଜ ଛାତ୍ରଛାତ୍ରୀ ଜୟଶ୍ରୀରାମ ନାରା ଦେଇଥିଲେ । ହେଲେ ଏହାକୁ ବିରୋଧ କରିଥିଲେ ବିଡିଓ । ଜୟଶ୍ରୀରାମ ନକହିବାକୁ ବିଡିଓ କହିଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ, ଜୟଶ୍ରୀରାମ ନକହିବାକୁ କିଏ ଦେଇଛି ଫତୱା ? । ଜୟଶ୍ରୀରାମ ନକହିବାକୁ ବିଡିଓଙ୍କୁ କିଏ ଦେଲା ଅଧିକାର ?

ଗତ କିଛିଦିନ ତଳେ ବ୍ରହ୍ମପୁର ଆମ୍ବପୁଆରେ ଗତକାଲି ଅନୁଷ୍ଠିତ ନୂଆ ଓ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭାଷଣ ଦେଉଥିବାବେଳେ ଜୟ ଶ୍ରୀରାମ ନାରାରେ କମ୍ପିଉଠିଲା ସଭାସ୍ଥଳ । ପାଣ୍ଡିଆନଙ୍କୁ ଜୟ ଶ୍ରୀରାମ ନାରାରେ ସ୍ବାଗତ କଲେ ଓଡ଼ିଶାର ଯୁବଗୋଷ୍ଠୀ। କିନ୍ତୁ ହଠାତ୍ କଲେଜ ଛାତ୍ରଛାତ୍ରୀଙ୍କ ଏ ସ୍ଲୋଗାନରେ ସ୍ତବ୍ଧ ଓ ଚକିତ ହୋଇଗଲେ ପାଣ୍ଡିଆନ। ସୋସିଆଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହୋଇଥିଲା ଭିଡିଓ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jayashream gave slogans to the college students in the new 'O' programme | Argus News