Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆମ୍ବ ଟାକୁଆ ଖାଇ ଭୋକ ମେଣ୍ଟାଉଛନ୍ତି ଜୟମତି ଗୌଡ଼

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆମ୍ବ ଟାକୁଆ ଖାଇ ଭୋକ ମେଣ୍ଟାଉଛନ୍ତି ଜୟମତି ଗୌଡ଼

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସାନଟେମେରା ଗାଁର ସତୁରି ବର୍ଷର ବୃଦ୍ଧା ଜୟମତି ଗୌଡ଼ ।  ଆମ୍ବ ଟାକୁଆ ଖାଇ ଭୋକ ମେଣ୍ଟାଉଛନ୍ତି ।  ନା ମିଳୁଛି ରାସନ ନା ମିଳୁଛି ପେନସନ। ଏଭଳିକି ଆବାସ ଯୋଜନାରେ ମଧ୍ୟ ମିଳିପାରିନି ଖଣ୍ଡିଏ ଘର । ଏକ ଜାରିପାଲ ଟଣା ମାଟି କୁଡ଼ିଆରେ ଦିନ କାଟୁଛନ୍ତି ବୃଦ୍ଧା ଜୟମତି । ଶରୀରରେ ଶ୍ରମ କରିବା ଲାଗି ଶକ୍ତି ନାହିଁ କି ସାହସ ନାହିଁ ।  ପାହୁଣ୍ଡେ ଚାଲିଲେ ଥକି ପଡୁଛନ୍ତି, ଆଖିକୁ ଭଲଭାବେ ଦେଖାଯାଉନି ଏଭଳି ସ୍ଥିତିରେ ବାରଦୁଆରେ ଯାଇ ଝାଡୁ ମାରୁଛନ୍ତି।ଝାଡୁ ମାରିଲେ କିଏ କେବେ ମୁଠାଏ ଖାଇବାକୁ ଦିଅନ୍ତି, ନହେଲେ ଦିନସାରା ଉପବାସ।

ବୃଦ୍ଧା ଜୟମତିର ସାହାରା ବୋଲି କେହି ହେଲେ ନାହାନ୍ତି । କୁଡ଼ିଆ ଭିତର ସମ୍ପତ୍ତି କହିଲେ ଅନାବନା କେଇ ଖଣ୍ଡ ଜରି ବ୍ୟାଗ ଛଡା କିଛି ସଂଗ୍ରହ କରି ରଖିଥିବା ଆମ୍ବ ଟାକୁଆ ଏବଂ ମାଣ୍ଡିଆ ଚୁନା । ଆମ୍ବ ଟାକୁଆକୁ ପାଣିରେ ଶିଝେଇ ତାକୁ ମାଣ୍ଡିଆ ଚୁନା ସହିତ ରୋଷେଇ କରି ଖାଆନ୍ତି ବୃଦ୍ଧା ଜୟମତି। ଖାଲି ସେତିକି ନୁହେଁ ଅକ୍ଟୋବର 2021 ପରଠାରୁ ବୃଦ୍ଧା ଜୟମତିଙ୍କୁ ଭତ୍ତା ମଧ୍ୟ ମିଳୁନି। ପଚିଶି ବର୍ଷ ଧରି ରାଜୁତି କରି ଆସୁଥିଲା ବିଜେଡି ସରକାର । ହେଲେ ବିକାଶ କେତେ ହୋଇଛି ତାର ଏ ହେଉଛି ଏକ ଜ୍ବଳନ୍ତ ଉଦାହରଣ । ଆମ୍ବ ଟାକୁଆ ଖାଇ ବୃଦ୍ଧାଙ୍କ ଜୀବନ ବିତଉଥିବା ଦୃଶ୍ୟ ପୂର୍ବ ସରକାରଙ୍କ ବିକାଶକୁ ପଦାରେ ପକେଇଛି  ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jaymati Gouda is survive by eating mango takua | Argus News