Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ‘ଭୂତକୋଠି’ ପାଲଟିଛି ପୌରପାଳିକାର ଷ୍ଟଲ୍‌; ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କାହା ସ୍ଵାର୍ଥରେ ?

Odisha

Public Money Wasted / ‘ଭୂତକୋଠି’ ପାଲଟିଛି ପୌରପାଳିକାର ଷ୍ଟଲ୍‌; ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କାହା ସ୍ଵାର୍ଥରେ ?

Sushanta Sahoo
Browse all articles by Sushanta Sahoo
·2 hours ago·2 min read
‘ଭୂତକୋଠି’ ପାଲଟିଛି ପୌରପାଳିକାର ଷ୍ଟଲ୍‌; ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କାହା ସ୍ଵାର୍ଥରେ ?
Stalls Turn Into ‘Ghost Buildings

Key Points

ଧୂଳି ଖାଉଛି ପୌରପାଳିକାର ମାଳ ମାଳ ଷ୍ଟଲ୍‌
ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ଅକାମୀ
କେବେ ସଜାଡ଼ିବ ଜୟପୁର ପୌରପାଳିକା ?
ଜୟପୁର: ଜୟପୁର ସହରରେ ସରକାରୀ ଅର୍ଥରେ ନିର୍ମାଣ ହୋଇଥିବା ପୌରପାଳିକାର ମାଳ ମାଳ ଷ୍ଟଲ୍ ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି । ଲୋକଙ୍କ ଜୀବିକା ଓ ସହରର ବ୍ୟବସାୟକୁ ସୁବିଧା ଦେବା ପାଇଁ ହୋଇଥିବା ଏହି ଯୋଜନା ଏବେ ଧୂଳି ଖାଉଛି ।

କେଉଁଠି ତାଲା ପଡ଼ିଛି, ତ କେଉଁଠି ଅଧା ଅଧୁରା ଅବସ୍ଥାରେ ରହିଛି ଷ୍ଟଲ୍ । ସରକାରୀ ଟଙ୍କାର ଏଭଳି ଅପବ୍ୟୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏଥିସହ ପଢ଼ନ୍ତୁ: ମାଟି ତଳେ ୨ ହଜାର ବର୍ଷ ତଳର ବିକଶିତ ସହର; ମିଳିଲା ତାମ୍ର ଯୁଗର ପଥର କୁରାଢ଼ି

ପୌରପାଳିକା ଅଞ୍ଚଳରେ ସହର ସୌନ୍ଦର୍ଯ୍ୟକରଣ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ସୁବିଧା ଦେବା ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ଏହି ମାଳ ମାଳ ଷ୍ଟଲ୍ । କିନ୍ତୁ ନିର୍ମାଣ ପରେ ମାସ ମାସ ବିତିଲାଣି । ହେଲେ ଷ୍ଟଲ୍ ଏବେ ବି ଖାଲି ପଡ଼ି ରହିଛି । ରକ୍ଷଣାବେକ୍ଷଣର ଅଭାବରୁ କେତେକ ସ୍ଥାନରେ ଷ୍ଟଲ୍ ଗୁଡ଼ିକ ଭାଙ୍ଗିବାକୁ ବସିଲାଣି ।

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟଲ୍ ତ କରାଗଲା, କିନ୍ତୁ ଗରିବ ବ୍ୟବସାୟୀଙ୍କୁ ଏହାର କୌଣସି ସୁବିଧା ମିଳୁନାହିଁ । ଓଲଟା ଏହି ନିର୍ଜନ ଷ୍ଟଲ୍ ଗୁଡ଼ିକ ଏବେ ଅସାମାଜିକ ପ୍ରକୃତିର ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । କେଉଁଠି ବିଦ୍ୟୁତ୍ ସଂଯୋଗ ନାହିଁ ତ କେଉଁଠି ପାଣିର ସୁବିଧା ନାହିଁ । ମୌଳିକ ସୁବିଧା ନଥିବାରୁ ବ୍ୟବସାୟୀମାନେ ମଧ୍ୟ ଏହି ଷ୍ଟଲ୍ ନେବାକୁ ଆଗ୍ରହ ଦେଖାଉନାହାନ୍ତି ।

ସରକାରୀ ଯୋଜନାର ସଠିକ୍ କାର୍ଯ୍ୟାନ୍ଵୟନ ନହେଲେ କିପରି ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ କ୍ଷତ ଖାଏ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଜୟପୁର ପୌରପାଳିକାର ଷ୍ଟଲ୍ ଗୁଡ଼ିକ । ଯାହାକୁ ନେଇ ପୌର ପରିଷଦ ବୈଠକରେ ସ୍ଥାନୀୟ ଲୋକ ଓ ପ୍ରତିନିଧିମାନେ ପ୍ରଶ୍ନ ଉଠାଇଛନ୍ତି ।

ଏଥିସହ ପଢ଼ନ୍ତୁ: ବେଦୀରେ ବାଜିଲା ରଙ୍ଗବତୀ; ବିଦେଶୀ ଜ୍ୱାଇଁ କଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ 

ପୌର ପରିଷଦ ବୈଠକରେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ଷ୍ଟଲ୍‌କୁ ନେଇ ତୁମ୍ବିତୋଫାନ ହୋଇଛି । ଯାହା ପରେ ଷ୍ଟଲ୍ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ତାରା ବାହିନୀ ପତି ।

ଜୟପୁର ସହରରେ ସରକାରୀ ଅର୍ଥରେ ନିର୍ମାଣ ହୋଇଥିବା ପୌରପାଳିକାର ମାଳ ମାଳ ଷ୍ଟଲ୍ ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି । ଲୋକଙ୍କ ଜୀବିକା ଓ ସହରର ବ୍ୟବସାୟକୁ ସୁବିଧା ଦେବା ପାଇଁ ହୋଇଥିବା ଏହି ଯୋଜନା ଏବେ ଧୂଳି ଖାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jeypore Municipality Stalls Turn Into ‘Ghost Buildings’, Questions Raised | Argus News | Argus News