Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଜିଲାନ୍ସ ଜାଲରେ ଏଏସଆଇ

Smruti Parija
Browse all articles by Smruti Parija
·2 years ago
ଭିଜିଲାନ୍ସ ଜାଲରେ ଏଏସଆଇ

କୋରାପୁଟ: ଭିଜିଲାନ୍ସ ଜାଲରେ ଥାନା ଏଏସଆଇ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକ ।
କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକ ଜଣେ ବ୍ୟକ୍ତିକୁ ଗାଡି ମୁକୁଳେଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ

ପକ୍ଷରୁ ରେଡ୍ ହୋଇଥିଲା । ଠିକ୍ ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ । 

ଏହି ଘଟଣାରେ ଦୁଇ ଜଣ ସାକ୍ଷ୍ୟ ନିମନ୍ତେ ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ କିରାଣୀଙ୍କୁ ରଖାଯାଇଛି । ବର୍ତ୍ତମାନ ଏହି ଘଟଣାରେ ଭିଜିଲାନ୍ସ ଦଳ ପଚରାଉଚରା ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
jeypore-town-thana-asi-anil-nayak-on-vigilance-net | Argus News