Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଥିଲେ ରାହୁଲ ଓ ସୋନିଆଙ୍କ ATM

Odisha

ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଥିଲେ ରାହୁଲ ଓ ସୋନିଆଙ୍କ ATM

Manini Pattanayak
Browse all articles by Manini Pattanayak
·2 years ago·1 min read
ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଥିଲେ ରାହୁଲ ଓ ସୋନିଆଙ୍କ ATM

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଥିଲେ ରାହୁଲ ଓ ସୋନିଆଙ୍କ ATM । BJP IT ସେଲ୍ ମୁଖ୍ୟ ଅମିତ ମାଲଭୀୟଙ୍କ ଟ୍ବିଟ୍ ପ୍ରହାର । କଂଗ୍ରେସ ପାଖରେ ରହିଛି କଳା ଧନର ସାମ୍ରାଜ୍ୟ। ଧୀରଜଙ୍କ ଭଳି ଦୁର୍ନୀତି ଖୋର ନେତା ରାହୁଲଙ୍କ ଏକାନ୍ତ ଅନୁଗାମୀ। ଏହା ହିଁ କଂଗ୍ରେସର କଳା ସାମ୍ରାଜ୍ୟର ପୋଲ୍ ଖୋଲିଛି। ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାନୁଷ୍ଠାନ ଗ୍ୟାରେଣ୍ଟି । ପୂର୍ବରୁ ଟ୍ବିଟ୍ କରି ପିଏମ ମୋଦି କହିଥିଲେ ଯେ ଦୁର୍ନୀତି ଖୋରଙ୍କୁ ଗୋଟି ଗୋଟି କରି ଲୋକଙ୍କ ଟଙ୍କା ଫେରାଇବାକୁ ପଡିବ। 

ଏହା ମୋଦିଙ୍କ ଗ୍ୟାରେଣ୍ଟି। ଦେଶ ସ୍ବାଧୀନ ହେବା ପରଠୁ ଜଣେ ସାଂସଦଙ୍କ ପାଖରୁ ଏତେ ଟଙ୍କା କେବେ ବି ଜବତ ହୋଇନି। ସେପଟେ ରାଜ୍ୟ ସରକାରଙ୍କ ନୀତି ନୈତିକତାକୁ ନେଇ ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି  ବେନାମୀ ଧନର ମୂଳ ଉତ୍ସ କେଉଁଠି ? ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି? ବୋଲି ସେ ପ୍ରଶ୍ନ କରିଥିଲେ।  ଧୀରଜଙ୍କ ସାମ୍ରାଜ୍ୟର ପରିଚାଳନା ଦାୟିତ୍ବ ଥିଲା ବିଜେଡି ସରକାର ହାତରେ। ଯେଉଁଥି ପାଇଁ ଦଶନ୍ଧି ଧରି ଲାଇସେନ୍ସର ଟେଣ୍ଡର ହେଉନଥିଲା। ବିଜେଡି କଂଗ୍ରେସର ଭିତିରି ମଧୁଚନ୍ଦ୍ରିକା ରହିଛି ଯାହା ଫଳରେ ଜାଣିବି ଅଜଣା ସାଜିଥିଲେ କି ରାଜ୍ୟ ସରକାର। ଉଠିଲା ପ୍ରଶ୍ନ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jharkhand Congress MP Dheeraj Sahu was Rahul and Sonia's ATM | Argus News