କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ଝାଡଖଣ୍ଡୀ ହାତୀ, ୧୫ରୁ ୨୦ଟି ଗାଁ ଆତଙ୍କିତ
·1 year ago

ଅର୍ଗସ ବ୍ୟୁରୋ: ପୁଣି କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାଡଖଣ୍ଡୀ ହାତୀ। ଆଜି ସକାଳୁ ସକାଳୁ କେନ୍ଦୁଝର ବନଖଣ୍ଡର ପାଟଣା ଅଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲାର ବଡ଼ଦେଉଳି ଗ୍ରାମ ଜଙ୍ଗଲରେ ଡେରା ପକାଇଛନ୍ତି। ଏହି ହାତୀପଲ ଆସିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀ ଆସିବା ଦ୍ଵାରା ଆଖପାଖ ୧୫ରୁ ୨୦ଟି ଗାଁ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀମାନଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଥିଲେ ସୁଦ୍ଧା ଚାଷ ଅମଳର ଦିନ ଥିବାରୁ ଚାଷୀମାନେ ଏବେ ଚିନ୍ତାରେ। ତେଣୁ ଏ ଅଞ୍ଚଳରୁ ତୁରନ୍ତ ହାତୀମାନଙ୍କୁ ଘଉଡାଇବା ଲାଗି ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: