HIV Positive In Jharpada Jail / ଝାରପଡ଼ା ଜେଲରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ୍,ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ରେ ପହଞ୍ଚଲା
·2 months ago·2 min read

Key Points
ଝାରପଡ଼ା ଜେଲରେ ପୁଣି ଜଣେ କଏଦୀ HIV ପଜିଟିଭ୍
ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ରେ ପହଞ୍ଚଲା
କଏଦୀର ସ୍ୱାସ୍ଥ୍ୟ ପରୀକ୍ଷା ଓ ମେଡିକାଲ ସ୍କ୍ରିନିଂ କରାଯାଇଛି

ଭୁବନେଶ୍ୱର,୧୦/୦୭: ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଜେଲରେ ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଗତକାଲି ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା । ଜେଲରେ ପ୍ରବେଶ ପୂର୍ବରୁ ନିୟମ ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ମେଡିକାଲ ସ୍କ୍ରିନିଂ କରାଯାଇଥିଲା।
ଏହି ସ୍କ୍ରିନିଂ ସମୟରେ ସମ୍ପୃକ୍ତ କଏଦୀଙ୍କ ଏଚଆଇଭି ଟେଷ୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଗତ ୩ ତାରିଖରେ ଚୌଦ୍ବାର ଜେଲରେ ଦେଖାଦେଇଥିଲା HIV ଆତଙ୍କ। କଟକ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଛନ୍ତି। ଅନ୍ୟ ୩ ଜଣ ହେଉଛନ୍ତି ବିଚାରାଧୀନ କଏଦୀ। ଚୌଦ୍ୱାର ମଣ୍ଡଳ କାରାଗାର ଅଧୀକ୍ଷକ ସୁଜିତ ରାଉଳ ଏହି ସୂଚନା ଦେଇଥିଲେ। ସେମାନଙ୍କୁ ଜେଲ୍ର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଜଣେ ଡାକ୍ତର ଓ ୨ ଜଣ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବୋଲି ଶ୍ରୀ ରାଉଳ କହିଛନ୍ତି।
ପଢନ୍ତୁ ଏହି ଖବର: ଜେଲ୍ ସୁରକ୍ଷା ଫେଲ୍, ଫୁଡ୍ ପଏଜନିଂ ନୁହେଁ ନିଶା ପାଇଁ କଫ୍ ସିରଫ୍ ପିଇ ଗୁରୁତର ହୋଇଥିଲେ କଏଦୀ
ଏହା ପୂର୍ବରୁ ଝାରପଡ଼ା ଜେଲରେ ୮ ଜଣ କଏଦୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡ଼ିଥିଲା । ଏଭଳି ଖବର ଜଣାପଡିବା ପରେ ଜେଲରେ ଭୟର ବାତାବରଣ ଖେଳିଯାଇଥିଲା।
ନୂଆ ମାମଲା ଚିହ୍ନଟ ହେବା ପରେ ଏବେ ଏହି ସଂଖ୍ୟା ୮ ରୁ ୯କୁ ବୃଦ୍ଧି ପାଇଛି । ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଥିବା କଏଦୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଆବଶ୍ୟକ ଚିକିତ୍ସା, ପରାମର୍ଶ ଓ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣର ବ୍ୟବସ୍ଥା କରାଯାଉଛି। ସେହିପରି ଜେଲ ଭିତରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁର୍ବରୁ ରାଜଧାନୀର ହାଇପ୍ରୋଫାଇଲ୍ ଝାରପଡ଼ା ସ୍ପେଶାଲ ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିଲା ବଡ଼ ପ୍ରଶ୍ନବାଚୀ । ଜେଲ୍ ଭିତରେ ନିଶା ପାଇଁ ବ୍ୟବହାର ହେଉଛି କଫ୍ ସିରଫ୍ ଓ ଏକ୍ସପାୟରୀ ମେଡିସିନ୍ । ଯାହାକୁ ଅତ୍ୟଧିକ ମାତ୍ରାରେ ସେବନ କରି କିଛି କଏଦୀ ଗୁରୁତର ହୋଇଥିଲେ। ପ୍ରଥମେ ଫୁଡ୍ ପଏଜନିଂ କୁହାଯାଉଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ପରେ ଘଟଣାରେ ଆସିଛି ସାଙ୍ଘାତିକ ଟ୍ୱିଷ୍ଟ । ପ୍ରଶ୍ନ ଉଠୁଛି, ଜେଲ୍ ଭିତରେ ନିଶାର ଜାଗା ନେଲାଣି କି କଫ୍ ସିରଫ୍ ?
Related Topics
Explore more stories