Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Jail Security Lapse / ଜେଲ୍ ସୁରକ୍ଷା ଫେଲ୍, ଫୁଡ୍ ପଏଜନିଂ ନୁହେଁ ନିଶା ପାଇଁ କଫ୍ ସିରଫ୍ ପିଇ ଗୁରୁତର ହୋଇଥିଲେ କଏଦୀ

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago·2 min read
ଜେଲ୍ ସୁରକ୍ଷା ଫେଲ୍, ଫୁଡ୍ ପଏଜନିଂ ନୁହେଁ ନିଶା ପାଇଁ କଫ୍ ସିରଫ୍ ପିଇ ଗୁରୁତର ହୋଇଥିଲେ କଏଦୀ
Jharpada Jail

Key Points

ଝାରପଡ଼ା ଜେଲ୍ ଫୁଡ୍ ପଏଜନିଂ କାହାଣୀରେ ନୂଆ ଟ୍ୱିଷ୍ଟ
ଡାକ୍ତରଙ୍କ ପ୍ରତିକ୍ରିୟା ପରେ କାଠଗଡ଼ାରେ ଜେଲ୍ ପ୍ରଶାସନ
ଜେଲ୍‌ ଭିତରକୁ କେମିତି ଗଲା ଏତେ ପରିମାଣର କଫ୍ ସିରଫ୍ ଉଠିଲା ପ୍ରଶ୍ନ
ରାଜଧାନୀର ହାଇପ୍ରୋଫାଇଲ୍ ଝାରପଡ଼ା ସ୍ପେଶାଲ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ବଡ଼ ପ୍ରଶ୍ନବାଚୀ । ଜେଲ୍ ଭିତରେ ନିଶା ପାଇଁ ବ୍ୟବହାର ହେଉଛି କଫ୍ ସିରଫ୍ ଓ ଏକ୍ସପାୟରୀ ମେଡିସିନ୍ । ଯାହାକୁ ଅତ୍ୟଧିକ ମାତ୍ରାରେ ସେବନ କରି ୭ ଜଣ କଏଦୀ ଗୁରୁତର ହୋଇଥିବା ବେଳେ ଜଣେ କଏଦୀ ଏବେ ବି ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ପ୍ରଥମେ ଫୁଡ୍ ପଏଜନିଂ କୁହାଯାଉଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ପରେ ଘଟଣାରେ ଆସିଛି ସାଙ୍ଘାତିକ ଟ୍ୱିଷ୍ଟ । ପ୍ରଶ୍ନ ଉଠୁଛି, ଜେଲ୍ ଭିତରେ ନିଶାର ଜାଗା ନେଲାଣି କି କଫ୍ ସିରଫ୍ ?

ଭୁଷୁଡ଼ି ପଡ଼ିଲା ଜେଲ୍‌ର ସୁରକ୍ଷା ପ୍ରାଚୀର । ରାତି ଅଧରେ ଝାରପଡ଼ା ସ୍ପେଶାଲ ଜେଲ୍‌ର ଢିଲା ସୁରକ୍ଷା ବ୍ୟବସ୍ଥାର ପୋଲ୍ ଖୋଲିଦେଲେ ୭ କଏଦୀ । ପ୍ରଶାସନର ବିନା ଅନୁମତିରେ ଜେଲ୍ ଭିତରକୁ ଛୁଞ୍ଚିଟିଏ ବି ଗଲିପାରିବ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ସୁରକ୍ଷା ପ୍ରାଚୀର ଏବେ ଭୁଷୁଡ଼ି ପଡ଼ିଛି । ନିଶା ପାଇଁ କଫ୍ ସିରଫ୍ ଓ ମେଡିସିନ୍‌କୁ ମାଧ୍ୟମ କରି ଗୁରୁତର ହୋଇଛନ୍ତି ୭ ଅନ୍ତେବାସୀ ।

ଅଧିକ ପଢ଼ନ୍ତୁ: ଝାରପଡ଼ା ଜେଲ୍‌ରେ କଏଦୀ ଅସୁସ୍ଥ ଘଟଣା.: ଜେଲ୍‌ ହସ୍ପିଟାଲର ମେଡିସିନ୍ ଖାଇ କଏଦୀ ଅସୁସ୍ଥ ସୂଚନା


ଗତକାଲି ରାତିରେ ହଠାତ୍ ଅସୁସ୍ଥ ହେବା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଭର୍ତ୍ତି କରାଯାଇଛି । ୧୨ ଘଣ୍ଟା ପରେ କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ସିନା ସାମାନ୍ୟ ସୁଧୁରୁଛି, କିନ୍ତୁ ବିଗିଡ଼ି ଯାଇଛି ଜେଲ୍ ବିଭାଗର ଅବସ୍ଥା । ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରତିକ୍ରିୟା ଜେଲ୍ ପ୍ରଶାସନକୁ କାଠଗଡ଼ାକୁ ଟାଣି ଆଣିଛି ।
ଘଟଣାର ଗୁରୁତ୍ୱକୁ ଦେଖି ଗତକାଲି ରାତିରୁ ହିଁ ହସ୍ପିଟାଲ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଖୋଦ୍ ଭୁବନେଶ୍ୱର ଡିସିପି ମଧ୍ୟ ମେଡିକାଲରେ ପହଞ୍ଚି କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ।

ପ୍ରଥମେ ଏହା ଫୁଡ୍ ପଏଜନିଂ କିମ୍ବା ଏକ୍ସପାୟରୀ ମେଡିସିନ୍ ଖାଇବା ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଥିଲା, ହେଲେ ଡାକ୍ତରଙ୍କ ବୟାନ ପରେ ସାରା କାହାଣୀରେ ଆସିଛି ନୂଆ ଟ୍ୱିଷ୍ଟ । ନିଶା ପାଇଁ କଫ୍ ସିରଫ୍ ନେବା ଘଟଣା ପଦାକୁ ଆସିବା ପରେ ଏବେ ବିଭାଗ ଭିତରେ ଆରମ୍ଭ ହୋଇଛି ଖୋଳତାଡ । ଆଜି ସକାଳୁ ଜେଲ୍ ଡିଆଇଜି ଝାରପଡ଼ା ଜେଲ୍‌ରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ୱାର୍ଡରେ ରହୁଥିବା ଅନ୍ତେବାସୀଙ୍କୁ ପଚରାଉଚରା କରି ସର୍‌ଜମିନ୍ ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ କେଉଁ ପରିସ୍ଥିତିରେ ଏବଂ କାହା ମାଧ୍ୟମରେ ଜେଲ୍ ପରିସର ଭିତରକୁ ଏତେ ପରିମାଣର କଫ୍ ସିରଫ୍ କିମ୍ବା ମେଡିସିନ୍ ଗଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jharpada Jail Security Under Scanner After Cough Syrup Case | Argus News