41 ଡିଗ୍ରୀ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ
·1 year ago

ଭୁବନେଶ୍ୱର: ଜଳୁଛି ଓଡିଶା । ଝାରସୁଗୁଡା ଓ କେନ୍ଦୁଝରରେ ରେକର୍ଡ ତାପମାତ୍ରା । 41 ଡିଗ୍ରୀ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର 40.7 ଡିଗ୍ରୀ, ବାଲେଶ୍ୱର 40.1 ଡିଗ୍ରୀ, ରାଉଉକେଲା 39.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
କ୍ରମାଗତ ଭାବେ ୭ ଦିନ ହେବ ଗ୍ରୀଷ୍ମ ଲହରି ରାଜ୍ୟରେ ଜାରି ହୋଇଥିବାବେଳେ ଆସନ୍ତାକାଲିଠୁ ମିଳିବ ତାତିରୁ ଆଶ୍ୱସ୍ତି । ୨ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: