Encounter / ଅପରାଧୀଙ୍କୁ ଏଥର ନିସ୍ତାର ନାହିଁ, ଝାରସୁଗୁଡାରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନକାଉଣ୍ଟର
·2 hours ago·2 min read

Key Points
ଝାରସୁଗୁଡ଼ାରେ ଆକ୍ସନରେ ପୁଣି ପୋଲିସ
ଝାରସୁଗୁଡ଼ାରେ ପୋଲିସର ଏନକାଉଣ୍ଟର
ଅପରାଧୀ ଜୟ ଚୌହାନକୁ ଏନକାଉଣ୍ଟର
ଝାରସୁଗୁଡ଼ାରେ ପୋଲିସର ଏନକାଉଣ୍ଟର
ଅପରାଧୀ ଜୟ ଚୌହାନକୁ ଏନକାଉଣ୍ଟର
ଝାରସୁଗୁଡ଼ା, ୩୦/୦୫: ଝାରସୁଗୁଡ଼ାରେ ଆକ୍ସନରେ ପୁଣି ପୋଲିସ । ସମ୍ବଲପୁର, ଭୁବନେଶ୍ୱର, ବ୍ରହ୍ମପୁର ପରେ ଏବେ ଝାରସୁଗୁଡ଼ାରେ ଏନକାଉଣ୍ଟର । ଅପରାଧୀଙ୍କୁ ମୁହଁତୋଡ ଜବାବ ଦେଉଛି ଓଡ଼ିଶା ପୋଲିସ । ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ପୋଲିସର ବଡ଼ଧରଣର ଏନକାଉଣ୍ଟର ହୋଇଛଇ। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅପରାଧୀକୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ତାର ସହଯୋଗୀଙ୍କ ସହ ମିଶି ରେଙ୍ଗାଳି ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲା। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅପରାଧୀମାନେ ଛତ୍ରଭଙ୍ଗ ଦେବା ସହ ପୋଲିସ ଉପରକୁ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ। ଆତ୍ମରକ୍ଷା ସହ ଅପରାଧୀକୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା। ଏହି ଗୁଳି ବିନିମୟ ସମୟରେ ଏକ ଗୁଳି ଜୟ ଚୌହାନର ଡାହାଣ ଗୋଡ଼ରେ ବାଜିଥିଲା, ଯାହାଫଳରେ ସେ ସେଠାରେ ଟଳି ପଡ଼ିଥିଲା।
ପଢନ୍ତୁ ଏହି ଖବର: ସମ୍ବଲପୁରରେ ପୁଣି ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର, ୪୮ ଘଣ୍ଟାରେ ୨ଟି ଏନକାଉଣ୍ଟର
ସେପଟେ ଏନକାଉଣ୍ଟର ବେଳେ ଜୟର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତ ଜୟ ଚୌହାନ ଜଣେ ପେସାଦାର ଅପରାଧୀ। ତାର ନାମରେ ପୂର୍ବରୁ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଏବଂ ଆର୍ମସ ଆକ୍ଟ ସମେତ ୧୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି।
ଗତ ୨୦ ତାରିଖରେ ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧି ବଣ୍ଟି ସୁନାକୁ ପୋଲିସ କରିଥିଲା ଏନକାଉଣ୍ଟର। ପୋଲିସ ବଣ୍ଟିକୁ ଧରିବା ପାଇଁ ପିଛା କରିଥିବା ସମୟରେ ବଣ୍ଟି ସୁନା ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୋଲିସ ବଣ୍ଟି ସୁନାକୁ ଏନକାଉଣ୍ଟର କରିଥିଲା। ଫଳରେ ତା'ର ବାମ ଗୋଡରେ ଗୁଳି ବାଜିଥିଲା । ବଣ୍ଟିକୁ ପ୍ରଥମେ ଚାରମାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବଣ୍ଟି ବିଶେଷ କରି ଗଞ୍ଜେଇ ଚୋରାଚାଲାଣକାରୀ ଭାବେ ଜଣାଶୁଣା ଥିଲା । ବଣ୍ଟି ବିଭିନ୍ନ ଜିଲ୍ଲାରୁ ଗଞ୍ଜେଇ ଚାଲାଣ କରୁଥିଲା ଏବଂ ଗଞ୍ଜେଇ ଯେତେବେଳେ ଯାଉଥିଲା ତାକୁ ଏସ୍କଟ ଦେଉଥିଲା । ଏହି କାରଣରୁ ପୋଲିସ ତା‘ଉପରେ ନଜର ରଖିଥିଲା ।
ସେହିପରି ଗତ ୧୭ ତାରିଖରେ ସମ୍ବଲପୁରର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲାବେଳେ ଖସି ଯିବାକୁ ଉଦ୍ୟମ କରୁଥିବା ଅପରାଧି ମନିଷ ସାହୁକୁ ପୋଲିସ୍ ଏନକାଉଣ୍ଟର କରିଥିଲା। ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତର ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମନୀଷ ନାଁରେ ପୂର୍ବରୁ ଏକାଧିକ ଥାନାରେ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories