Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଦିନ ୨ଟା ୩୦ ସୁଦ୍ଧା ୪୫.୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

Odisha

ଆଜି ଦିନ ୨ଟା ୩୦ ସୁଦ୍ଧା ୪୫.୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

Ritu Das
Browse all articles by Ritu Das
·2 years ago·1 min read
ଆଜି ଦିନ ୨ଟା ୩୦ ସୁଦ୍ଧା  ୪୫.୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ଅର୍ଗସ ବ୍ୟୁରୋ: ତାତି କରୁଛି କଲବଲ । ପୁଣି ୪୫ ଡେଇଁଲା ତାପମାତ୍ରା । ଆଜି ଦିନ ସାଢେ ୨ଟା ସୁଦ୍ଧା ୪୫ ଦଶମିକ ୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁରରେ ୪୫ . ୨ ଡିଗ୍ରୀ ତାପମାତ୍ରା ରେକର୍ଡ। ସେହିପରି ହୀରାକୁଦରେ ୪୪ . ୮ ଡିଗ୍ରୀ, ରାଉରକେଲାରେ ୪୩ . ୬ ଡିଗ୍ରୀ ।ରାଜ୍ୟରେ ଉପର ମୁହାଁ ପାରଦ । ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତିକୁ ଉପକୂଳରେ ଅହସ୍ୟ ଗୁଳୁଗୁଳି ।

ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ, ଓ କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ଅନୁଗୁଳ, କେନ୍ଦୁଝର, ନୂଆପଡା ଓ ସୁନ୍ଦରଗଡରେ ଗ୍ରୀଷ୍ମ ପ୍ରବାହ ରହିବ । ଏହାସହ ରାତିରେ ବି ଉଷ୍ମତା ଅନୁଭୂତ ହେବାର ସମ୍ଭାବନ ରହିଛି । ସେହିପରି ୩୧ରେ ମଧ୍ୟ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ରହିଛି । ୩୧ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ ତାରଖ ଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus Whatsapp Channel Mobile Top
Sponsored
Jharsuguda is the hottest | Argus News