Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ , ପାଉଁଶ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

Odisha

Ash Dumping Issue / ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ , ପାଉଁଶ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

Bikash Mohanty
Browse all articles by Bikash Mohanty
·10 hours ago·2 min read
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ , ପାଉଁଶ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
Tankadhar Tripathy

Key Points

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ
ପାଉଁଶ ସମସ୍ୟା ନେଇ ଲେଖିଲେ ଚିଠି
ପାଉଁଶ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଝାରସୁଗୁଡ଼ା,୨୦/୦୫: ଝାରସୁଗୁଡ଼ା ଅଞ୍ଚଳରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି ବେଆଇନ ପାଉଁଶ ମାଫିଆ । ସାଧାରଣ ନିର୍ବାଚନ ପରେ ହଠାତ୍ ଏହି ବେଆଇନ କାରବାର ବୃଦ୍ଧି ପାଇବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି । ଏହି ଗମ୍ଭୀର ସମସ୍ୟାକୁ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ,ବିଗତ ପ୍ରାୟ ୧୦ ବର୍ଷ ଧରି ଝାରସୁଗୁଡ଼ାର ବିଭିନ୍ନ ନଦୀ, ନାଳ ଓ ଚାଷଜମିରେ ବେଆଇନ ଭାବେ ପାଉଁଶ ଫିଙ୍ଗାଯାଉଥିଲା । ବିଶେଷ କରି ଝାରସୁଗୁଡ଼ା ସୀମାକୁ ଲାଗି ରହିଥିବା ଭେଡ଼େନ ଏବଂ ଇବ୍ ନଦୀର ଦୁଇ ପାର୍ଶ୍ବରେ ପ୍ରଚୁର ପରିମାଣର ପାଉଁଶ ଜବରଦସ୍ତି ପକାଯାଉଛି । କିଛି ଅସାଧୁ ବ୍ୟବସାୟୀ ରାତି ଅଧରେ ସାଧାରଣ ଲୋକଙ୍କ ଜମିରେ ଏବଂ ନଦୀ କୂଳରେ ପାଉଁଶ ଢାଳି ଚାଲିଯାଉଛନ୍ତି, ଯାହା ସ୍ଥାନୀୟ ପରିବେଶକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି ବୋଲି ଅଭିଯୋଗ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।
ରାଜ୍ୟ ସରକାରଙ୍କ ନୂତନ ପାଉଁଶ ପରିଚାଳନା ନିୟମାବଳୀକୁ ପ୍ରଶଂସା କରିବା ସହ ଝାରସୁଗୁଡ଼ାବାସୀଙ୍କ ସୁରକ୍ଷା ପାଇଁ ୫ଟି ଗୁରୁତ୍ଵପୂର୍ଣ୍ଣ ଦାବି ରଖିଛନ୍ତି ଟଙ୍କଧର।
୧.ପରିବେଶ ବିଶେଷଜ୍ଞ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ତଦନ୍ତ ଦଳ (Special Investigation Team) ଗଠନ କରାଯାଉ ।
୨.ଗତ ୧୦ ବର୍ଷ ଭିତରେ ହୋଇଥିବା ସମସ୍ତ ବେଆଇନ ପାଉଁଶ କାରବାରର ସଠିକ୍ ସମୀକ୍ଷା ଓ ତଦାରଖ ହେଉ ।
୩.ଇବ୍ ଏବଂ ଭେଡ଼େନ ନଦୀର ସୁରକ୍ଷା ପାଇଁ ଏକ ସ୍ଥାୟୀ ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯାଉ।
୪.ପରିବେଶ ନିୟମ ଉଲଂଘନ କରୁଥିବା ଅସାଧୁ ଟ୍ରାନ୍ସପୋର୍ଟରମାନଙ୍କୁ ସବୁଦିନ ପାଇଁ କଳା ତାଲିକାଭୁକ୍ତ (Blacklist) କରାଯାଉ ।
୫.ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା କମ୍ପାନୀ ଏବଂ ସହଯୋଗ କରୁଥିବା ଦୋଷୀ ସରକାରୀ ଓ ବେସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ପଢନ୍ତୁ ଏହି ଖବର: ଝାରସୁଗୁଡା ଭେଡେନ ନଦୀପଠାରେ ବେଆଇନ ପାଉଁଶ ପୋଖରୀ

ଝାରସୁଗୁଡ଼ାର ପରିବେଶ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପାଉଁଶ ପରିଚାଳନା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବିଧାୟକ ଦାବି କରିଛନ୍ତି ।

ପୁର୍ବରୁ ମଧ୍ୟ ଝାରସୁଗୁଡ଼ାରେ ଜିଲ୍ଲା ଅଥିଲେଟିକ ସଂଘର କାର୍ଯ୍ୟାଳୟ ପଛପଟେ ଥିବା ଖେଳ ପଡ଼ିଆରେ ପ୍ରଚୁର ପାଉଁଶ ପେତା ଯାଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ଖଣି ବିଭାଗ ନେତୃତ୍ବରେ ଏହି ତଦନ୍ତ ହେଉଥିବା ବେଳେ ମେସିନ୍‌ରେ ଖୋଳିଖୋଳି ପ୍ରଶାସନ ଥକି ଯାଇଥିଲେ ବି ପାଉଁଶ କେତେ ଗଭୀର ଯାଏ ପୋତାଯାଇଛି ତାହାର ଥଳକୂଳ ପାଇପାରିନଥିଲା। ସମଗ୍ର ପଡ଼ିଆରେ ମାଟିରୁ ୨ ଫୁଟ ତଳେ କେବଳ ପାଉଁଶ ହିଁ ପାଉଁଶ ରହିଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ash Dumping Issue | Jharsuguda MLA Writes to CM Over Fly Ash Issue, Seeks Action Against Ash Mafia | Argus News