ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ ଲାଇନଚ୍ୟୁତ
·2 years ago

ଅର୍ଗସ ବ୍ୟୁରୋ: ସମ୍ବଲପୁର ସଙ୍କର୍ମା ଠାରେ ମେମୁ ଟ୍ରେନ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଆଜି ସନ୍ଧ୍ୟାରେ ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ଏକ ମେମୁ ଟ୍ରେନର ୩ ନମ୍ବର ବଗିର ଚକ ରେଳଧାରଣାରୁ ଲାଇନଚ୍ୟୁତ ହୋଇଛି । ତେବେ କୁହାଯାଉଛି ଯେ ଏହି ମେମୁ ଟ୍ରେନଟି ଏକ ମଇଁଷିକୁ ଧକ୍କା ଦେବାରୁ ଏପରି ଘଟଣା ଘଟିଛି।
ଏଥିରେ ମେମୁ ଟ୍ରେନର ୩ ନମ୍ବର ବଗି ଲାଇନଚ୍ୟୁତ ହେଲା । ତେବେ ଏଥିଯୋଗୁଁ ଏହି ରେଳଧାରଣା ଦେଇ ରେଳ ଚଳାଚଳ ପ୍ରଭାଭିତ ହୋଇଛି। ତେଣେ ଘଟଣା ସ୍ଥଳରେ ରେଳମଣ୍ଡଳର ଡିଆରଏମ ପହଞ୍ଚି ଥିବା ଜଣାପଡିଛି । ତେଣେ ଏନେଇ ରେଳ ଚଳାଚଳକୁ ସ୍ବାଭାବିକ କରିବା ସହ ରେଳବଗି ଲାଇନଚ୍ୟୁତ ହୋଇଥିବା ବଗିକୁ ସଠିକ କରିବା କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ବିଭିନ୍ନ ଥାନାର ପୋଲିସ ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: