Dharmendra Pradhan / ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିନ୍ଦଲ ଷ୍ଟିଲ୍ ଏମ୍ଡିଙ୍କ ପ୍ରଶଂସା, କୋଲ୍ ଗ୍ୟାସିଫିକେସନ୍ ଦୂରଦୃଷ୍ଟିକୁ କଲେ ସଲାମ
·50 mins ago·1 min read

Key Points
କୋଇଲାରୁ ଗ୍ୟାସ୍ ପ୍ରକଳ୍ପରେ ଧର୍ମେନ୍ଦ୍ରଙ୍କ ଦୂରଦୃଷ୍ଟି
ମନେ ପକାଇଲେ ଜିନ୍ଦଲ ଏମ୍ଡି
ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ୍କୁ ପ୍ରଶଂସା କଲେ ଜିନ୍ଦଲ ଷ୍ଟିଲ୍ ଏମ୍ଡି

ଦିଲ୍ଲୀ: ଜିନ୍ଦଲ ଷ୍ଟିଲ ପକ୍ଷରୁ ‘ଜିନ୍ଦଲ ପାନ୍ଥର କୋଟେଡ୍ ଷ୍ଟିଲ’ର ଶୁଭାରମ୍ଭ ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୂୟସୀ ପ୍ରଶଂସା । କୋଇଲାରୁ ଗ୍ୟାସ୍ ନିର୍ମାଣ ପ୍ରକଳ୍ପ କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦୃଷ୍ଟି ଓ ଉଦ୍ୟମକୁ ମନେ ପକାଇଛନ୍ତି ଜିନ୍ଦଲ ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଭି. ଆର. ଶର୍ମା ।
କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭି. ଆର. ଶର୍ମା କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଥିବା ସମୟରେ କୋଇଲାରୁ ଗ୍ୟାସ୍ ତିଆରି କରିବା ବା 'କୋଲ୍ ଗ୍ୟାସିଫିକେସନ୍' ପ୍ରକଳ୍ପକୁ ବିଶେଷ ଗୁରୁତ୍ୱ ଦେଇଥିଲେ । ସେହି ସମୟରେ ସେ ଅନୁଗୁଳସ୍ଥିତ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନରେ ଆସି ଏହାର କାର୍ଯ୍ୟଶୈଳୀ ଦେଖି ବେଶ୍ ପ୍ରଭାବିତ ହୋଇଥିଲେ ।
କେବଳ ସେତିକି ନୁହେଁ, ଦେଶରେ କୋଇଲାରୁ ଗ୍ୟାସ୍ ନିର୍ମାଣ କ୍ଷେତ୍ରକୁ ଆଗକୁ ନେବା ପାଇଁ କିଭଳି ଏକ ସ୍ୱତନ୍ତ୍ର ପଲିସି ଅଣାଯାଇପାରିବ, ସେନେଇ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ବୋଲି ଜିନ୍ଦଲ ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଭି.ଆର. ଶର୍ମା କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories