Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅକ୍ଟୋବରରେ ଓଡ଼ିଶାରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି ଜିଓ

Odisha

ଅକ୍ଟୋବରରେ ଓଡ଼ିଶାରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି ଜିଓ

Jitendra Dash
Browse all articles by Jitendra Dash
·2 years ago·2 min read
ଅକ୍ଟୋବରରେ ଓଡ଼ିଶାରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି ଜିଓ

ଅର୍ଗସ ବ୍ୟୁରୋ : ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ରାଜ୍ୟରେ ସର୍ବାଧିକ ପସନ୍ଦର ଏବଂ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଆଧିପତ୍ୟ ବଜାୟ ରଖି ଅକ୍ଟୋବର ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ଲଗାତାର ଦ୍ୱିତୀୟ ମାସ ପାଇଁ ଜିଓ ଏକମାତ୍ର ସେବା ପ୍ରଦାନକାରୀ ଭାବେ ଓଡ଼ିଶାରେ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍‌, ବିଏସ୍‌ଏନ୍‌ଏଲ୍ ଓ ଭୋଡାଫୋନ୍ ଆଇଡିଆ (ୱି) ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ବୁଧବାର ପ୍ରକାଶିତ ଏହି ତଥ୍ୟରୁ ଜଣାପଡ଼ିଛି ।

ଟ୍ରାଇ ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ଜିଓ ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ଏହା ସହିତ ୨୦୨୩ ଅକ୍ଟୋବର ୩୧ ସୁଦ୍ଧା ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧.୪୭ କୋଟିରେ ପହଞ୍ଚିଛି । ଅକ୍ଟୋବରରେ ଓଡ଼ିଶାରେ ଟେଲିକମ୍ ଗ୍ରାହକ ସଂଖ୍ୟାରେ ୧.୪୯ ଲକ୍ଷ ବୃଦ୍ଧି ଫଳରେ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଅକ୍ଟୋବର ଶେଷ ସୁଦ୍ଧା ୩.୩୩ କୋଟିକୁ ବୃଦ୍ଧି ହୋଇଛି । ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ୨୦୨୩ର ପ୍ରଥମ ୧୦ ମାସରେ ୭.୩୫ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ି ଓଡ଼ିଶା ଟେଲିକମ୍ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜିଓ ଜାତୀୟ ସ୍ତରରେ ମଧ୍ୟ ଅକ୍ଟୋବରରେ ସର୍ବାଧିକ ୩୧.୫୯ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି । ଏଥିସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୫.୨୩ କୋଟିକୁ ବୃଦ୍ଧି ପାଇଛି ଏବଂ କଂପାନି ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୪୪% ଗ୍ରାହକ ବଜାର ଅଂଶ ଏବଂ ଶିଳ୍ପରେ ସର୍ବାଧିକ ୫୨% ରାଜସ୍ୱ ବଜାର ଅଂଶ ସହିତ ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି । ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଏହାର ଟ୍ରୁ-୫ଜି ନେଟୱାର୍କ ଏବଂ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓଫାଇବରକୁ ସାରା ଓଡ଼ିଶାରେ ଦ୍ରୁତ ଗତିରେ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱାର୍କ ଉପସ୍ଥିତି ସୁନିଶ୍ଚିତ କରିବାରେ ପ୍ରଥମ ଟେଲିକମ୍ ଅପରେଟର ହୋଇଛି ।

ଜିଓ ନିକଟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ହୋମ୍ ମନୋରଞ୍ଜନ, ସ୍ମାର୍ଟ ହୋମ୍ ସେବା ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ପାଇଁ ଜିଓ ଏୟାରଫାଇବର ସେବାର ଶୁଭାରମ୍ଭ କରିଛି । ଜିଓ ଏୟାରଫାଇବର ଦୂରଦୂରାନ୍ତ ସଂଯୋଗର ଆହ୍ୱାନକୁ ଦୂର କରିବାରେ ସହାୟକ ହୋଇଛି ଏବଂ ପ୍ରତ୍ୟେକ ଘର ଏବଂ କ୍ଷୁଦ୍ର ବ୍ୟବସାୟକୁ ସଂଯୋଗ ପ୍ରଦାନ କରିବାରେ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଅପ୍ଟିକାଲ-ଫାଇବରକୁ ନିଜ ପରିସର ପର୍ଯ୍ୟନ୍ତ ଆଣିବାରେ ଜଟିଳତା ଏବଂ ବିଳମ୍ବ ଯୋଗୁଁ ଯେଉଁ ଗ୍ରାହକମାନଙ୍କ ପାଖରେ ପୂର୍ବରୁ ଗୁଣାତ୍ମକ ହୋମ୍ ବ୍ରଡବ୍ୟାଣ୍ଡର ସୁବିଧା ପହଞ୍ଚିପାରୁନଥିଲା ସେମାନେ ଜିଓ ଏୟାରଫାଇବର ଦ୍ୱାରା ଉପକୃତ ହୋଇଛନ୍ତି । ଜିଓ ଏୟାରଫାଇବର ଏବେ ଭୁବନେଶ୍ୱର ଏବଂ କଟକ ଟୁଇନ ସିଟିରେ ଉପଲବ୍ଧ ହେଉଛି । ଉଭୟ ସହରର ସମସ୍ତ ଘର ଏବଂ ବ୍ୟବସାୟ ବର୍ତ୍ତମାନ ଏକ ସମନ୍ୱିତ ସେବା ମାଧ୍ୟମରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଘରୋଇ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅଭିଜ୍ଞତା ଉପଭୋଗ କରିବାର ସୁଯୋଗ ଲାଭ କରିଛନ୍ତି ।

Argus Whatsapp Channel Mobile Top
Sponsored
Jio added maximum number of new subscribers in Odisha in October | Argus News