Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରତିଟି ଘର ଓ କ୍ଷୁଦ୍ର ବ୍ୟବସାୟ ପାଖରେ ଜିଓ ଡିଜିଟାଲ ଲାଇଫର ଲାଭ ପହଞ୍ଚାଉଛି

Odisha

ପ୍ରତିଟି ଘର ଓ କ୍ଷୁଦ୍ର ବ୍ୟବସାୟ ପାଖରେ ଜିଓ ଡିଜିଟାଲ ଲାଇଫର ଲାଭ ପହଞ୍ଚାଉଛି

Banajyotshna Ray
Browse all articles by Banajyotshna Ray
·2 years ago·3 min read
ପ୍ରତିଟି ଘର ଓ କ୍ଷୁଦ୍ର ବ୍ୟବସାୟ ପାଖରେ ଜିଓ ଡିଜିଟାଲ ଲାଇଫର ଲାଭ ପହଞ୍ଚାଉଛି

ଅର୍ଗସ ବ୍ୟୁରୋ:  ରିଲାଏନ୍ସ ଜିଓର ବିଶ୍ୱ ସ୍ତରୀୟ ଗୃହ ମନୋରଂଜନ, ସ୍ମାର୍ଟ ହୋମ ସେବା ଓ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡର ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ ସମାଧାନ ଜିଓ ଏୟାରଫାଇବର ସେବା ସାରା ଓଡ଼ିଶାରେ ବେଶ ଆଦୃତି ଲାଭ କରିବା ସହିତ ଗ୍ରାମାଞ୍ଚଳ ଏବଂ ଶେଷ ମାଇଲ ସଂଯୋଗର ଆହ୍ୱାନ ରହିଥିବା ଅଂଚଳରେ ହାଇସ୍ପିଡ଼ ଡିଜିଟାଲ ଲାଇଫଲାଇନ ପାଲଟିଛି । ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହର, ଉପକଣ୍ଠ ଅଂଚଳ ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକରେ ଉପଲବ୍ଧ ହୋଇଛି । ଘର କିମ୍ବା ପରିସର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ପହଞ୍ଚାଇବାରେ ରହିଥିବା ଥିବା ଜଟିଳତା ଓ ବିଳମ୍ବ ପାଇଁ ହୋମ ବ୍ରଡବ୍ୟାଣ୍ଡରୁ ଏବେ ଯାଏଁ ବଞ୍ଚିତ ଥିବା ଅନେକ ଗ୍ରାହକଙ୍କ ଡିଜିଟାଲ ଜୀବନରେଖା ଭାବରେ ଜିଓଏୟାରଫାଇବର ପକ୍ଷରୁ ଏହିଭଳି ପରିସରଗୁଡ଼ିକୁ ସଂଯୋଗ ପ୍ରଦାନ କରିବା କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ।

ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା । ଘରୁ କାର୍ଯ୍ୟ କରୁଥିବା ଆଇଟି ପ୍ରଫେସନାଲଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ଉଦ୍ୟୋଗ, ହୋଟେଲ ଓ ରେସ୍ତୋରାଁ, ଡିଜିଟାଲ ଷ୍ଟୁଡିଓ, ଶିକ୍ଷାନୁଷ୍ଠାନ, କ୍ଷୁଦ୍ର ବ୍ୟବସାୟ ଓ ବ୍ୟକ୍ତିଗତ ପରିବାର ପର୍ଯ୍ୟନ୍ତ ଜିଓଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହର ଏବଂ ବିସ୍ତୃତ ଗ୍ରାମାଞ୍ଚଳରେ ସର୍ବାଧିକ ପସନ୍ଦ ଓ ଭରସାଯୋଗ୍ୟ ହାଇସ୍ପିଡ୍ ହୋମ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ପାଲଟିଛି ।

ଜିଓଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି । ଏଥିସହିତ ଜିଓଏୟାରଫାଇବର ବିନା କୌଣସି ଅତିରିକ୍ତ ମୂଲ୍ୟରେ ମାଗଣା ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ କରୁଛି, ଯାହା ଦ୍ୱାରା ଗ୍ରାହକମାନଙ୍କୁ ଅଧିକ ସଂଚୟର ସୁଯୋଗ ପ୍ରଦାନ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜିଓଏୟାରଫାଇବର ସଂଯୋଗ ଆଡକୁ ଅଗ୍ରସର ହେବା ଭାରତୀୟଙ୍କ ମନୋରଞ୍ଜନ ବ୍ୟବହାର ଅଭ୍ୟାସରେ ଏକ ଗଭୀର ପରିବର୍ତନ ଦିଗକୁ ସୂଚିତ କରୁଛି । ପାଣିପାଗ ପରିସ୍ଥିତି ଏବଂ ବୈଷୟିକ ତ୍ରୁଟି କାରଣରୁ ସେବା ବାଧାପ୍ରାପ୍ତ ହେବା ନେଇ ସମାଲୋଚନାର ଶିକାର ହେଉଥିବା ଡିଟିଏଚ୍ ସେବାଗୁଡିକ ତୁଳନାରେ ଜିଓ ଏୟାରଫାଇବର ସଂଯୋଗ ଏକ ଦୃଢ଼ ଏବଂ ବିଶ୍ୱସନୀୟ ବିକଳ୍ପ ପ୍ରଦାନ କରୁଛି । ଏହା ନିରବଚ୍ଛିନ୍ନ ସେବାର ଗ୍ୟାରେଣ୍ଟି ଦେବା ସହିତ ଉନ୍ନତ ପ୍ରଦର୍ଶନ ମଧ୍ୟ ପ୍ରଦାନ କରୁଛି । ସେଥିପାଇଁ ଏହା ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପରେ ପରିଣତ ହୋଇଛି । ଜିଓ ସିନେମା ଓ ଜିଓଟିଭି ଭଳି ଓଭର-ଦି-ଟପ୍ (ଓଟିଟି) ଆପ୍ ଏବଂ ପ୍ଲାଟଫର୍ମର ବିକାଶ ଏହି ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଓ ଏୟାରଫାଇବର ସଂଯୋଗ ମାଧ୍ୟମରେ ଉପଲବ୍ଧ ଏହି ପ୍ଲାଟଫର୍ମରେ କ୍ରୀଡ଼ା କାର୍ଯ୍ୟକ୍ରମର ସିଧାପ୍ରସାରଣ, ସଦ୍ୟତମ ଚଳଚ୍ଚିତ୍ର, ୱେବ୍ ସିରିଜ୍ ଏବଂ ଲୋକପ୍ରିୟ ଟିଭି ସୋ' ସମେତ ଅନେକ ଏଚଡି ବିଷୟବସ୍ତୁ ଉପଲବ୍ଧ ହେଉଛି ଯାହା ଭାରତୀୟ ଦର୍ଶକଙ୍କ ବିଭିନ୍ନ ପସନ୍ଦକୁ ପୂରଣ କରୁଛି ।

ଜିଓଏୟାରଫାଇବ‍ର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକଙ୍କୁ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ମିଳୁଛି । ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓଏୟାରଫାଇବ‍ର ଗ୍ରାହକ କ୍ୟାଚ-ଅପ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଗୁଡିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ । ସେହିଭଳି ଜିଓଏୟାରଫାଇବ‍ର ଗ୍ରାହକ ୧୬ ରୁ ଅଧିକ ପ୍ରମୁଖ ଓଟିଟି ଆପ୍ପ ଗୁଡିକର ମାଗଣା ସବସ୍କ୍ରିପସନ ସାଙ୍ଗକୁ ସେହି ସବସ୍କ୍ରିପସନ ବ୍ୟବହାର କରି ନିଜ ପସନ୍ଦର ଡିଭାଇସରେ ଯେପରିକି ଲାପଟପ, ଟିଭି, ମୋବାଇଲ କିମ୍ବା ଟାବଲେଟରେ ଏହାର ମଜା ନେଇପାରିବେ । ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ । ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Jio Air Fiber is a digital lifeline in rural areas | Argus News