Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାଟରେ ପଡି ଦାଣ୍ଡରେ ଗଡୁଛି ବଲେ ବଲେର ସତ

Odisha

ହାଟରେ ପଡି ଦାଣ୍ଡରେ ଗଡୁଛି ବଲେ ବଲେର ସତ

Manini Pattanayak
Browse all articles by Manini Pattanayak
·1 year ago·2 min read
ହାଟରେ ପଡି ଦାଣ୍ଡରେ ଗଡୁଛି ବଲେ ବଲେର ସତ

 ଭୁବନେଶ୍ୱର: ହାଟରେ ପଡି ଦାଣ୍ଡରେ ଗଡୁଛି ବଲ୍ଲେ ବଲ୍ଲେ ଢାବାର ସତ । ବିବାଦରେ ଜିତୁ-ବବି ଯୋଡ଼ି । ସରକାରୀ ଜମି ମାଡ଼ି ବସି ଅଭିନେତ୍ରୀଙ୍କ ସ୍ବାମୀଙ୍କୁ ଦେଲେ ଠିକା । ଜନତାଙ୍କ ସଂଗୀନ ଅଭିଯୋଗ, ଚଳାଇଥିଲେ ରଙ୍ଗଶାଳା । ଏବେ ବିବାଦରେ ଧ୍ରୁବଙ୍କ ସ୍ବାଦ୍ । ଧରାକୁ ସରା ମଣୁଥିଲେ କି ବିଜେଡି ନେତା । ବଲ୍ଲେ ବଲ୍ଲେରେ ଲଟକା ପରେ ଲଡ଼ଖଡ଼ଇଲେ ଜିତୁ । ଧ୍ରୁବଙ୍କ ସ୍ବାଦ ଭାଙ୍ଗିବ କେବେ  ? ନେତା- ବାବୁଙ୍କ ରଙ୍ଗଶାଳା ପାଲଟିଥିବା ଯାଜପୁରର ବଲେ ବଲେ ଢାବାରେ ଲଟକା ଲାଗି ପରେ ଲଡଖଡଇ ଯାଇଛନ୍ତି ପ୍ରଣବ ବଳବନ୍ତରାୟ ଓରଫ ଜିତୁ। ଲୋକଙ୍କ ଅଭିଯୋଗ ଜିତୁ - ବବି ଯୋଡି  ଖଟିଆ ସେବା ପାଇଁ ବଲେ ବଲେକୁ ଠିକାରେ ଦେଇଥିଲେ  ବିଜେଡିର ଥିବା ଅଭିନେତ୍ରୀ ଏଲିନାଙ୍କ ସ୍ବାମୀଙ୍କୁ।  ଜନତାଙ୍କ ଅଭିଯୋଗ, ସରକାରୀ ଜମିରେ ସରକାରୀ ଟଙ୍କାରେ  ନେତା- ବାବୁଙ୍କ ରାତି ରଙ୍ଗୀନ ପାଇଁ ଗଢି ଉଠିଥିଲା   ବଲେ ବଲେ । ଘଟଣାକୁ ନେଇ ତୁମ୍ବି ତୋଫାନ ପରେ ଜିଲ୍ଲାପାଳ କହିଛନ୍ତି  ପୁରା ଘଟଣାର ତଦନ୍ତ ହେବ।  ବଲେ ବଲେକୁ ନେଇ ବିବାଦ ବଢୁଥିବା ବେଳେ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ବେଆଇନ ସ୍ବାଦ ହୋଟେଲକୁ ନେଇ ତେଜୁଛି ଅସନ୍ତୋଷର ନିଆଁ।  2 ଏକର ଜଙ୍ଗଲ ଜମିକୁ ଜବର ଦଖଲ କରି ଧ୍ରୁବ ଭିତରକନିକା ପାଖରେ ନିର୍ମାଣ କରିଛନ୍ତି ଆଲିଶାନ ହୋଟେଲ। 

ଲୋକଙ୍କ ଅଭିଯୋଗ ଏଠି ବି ରଙ୍ଗଶାଳା ଚାଲିଛି। ସୁରାସାକୀର ଆସର ହେଉଛି। ସରାକାରୀ ଜମିରେ ବେଆଇନ  ନିର୍ମାଣକୁ  ବିଜେଡି ବିଧାୟକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ନିର୍ବାଚନ ପୂର୍ବରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କ କର୍ମୀ ମାନେ ଧୂର୍ବଙ୍କ  ଏ କଳାକାରନାମା ର ଅଭିଯୋଗ ନେଇ ହଲ୍ଲା- ବୋଲ କରିବା ସହ ରାଜନଗର ବନ୍ଦ ଡାକରା ଦେଇଥିଲେ !  ହେଲେ ଅଂଶୁମାନ ଏବେ ବିଜେଡିରେ। ରାଜନଗର ବିଧାୟକଙ୍କ ବେଆଇନ ହୋଟେଲ  ଉଛେଦ ସହ ଭିତରୁ ଚାଲୁଛିବା ଅନୈତିକ କାରବାରକୁ  ତୁରନ୍ତ ବନ୍ଦ ପାଇଁ ଜୋର ଧରିଛି ଦାବି  କେବଳ ଯାଜପୁର କି କେନ୍ଦ୍ରାପଡା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ମାଡ଼ି ବସି ଧରାକୁ ସରା ମଣୁଥିଲେ ବିଜେଡି ନେତା।  କେଉଁଠି ବେଆଇନ ହୋଟେଲ ତ କେଉଁଠି ତ ଆଉ କେଉଁଠି ହୋଟେଲରେ ରଙ୍ଗଶାଳା।  ଏବେ ନଜର ବଲେ ବଲେ ପରେ ଧ୍ରୁବଙ୍କ ସ୍ବାଦ ଉପରେ ଆକ୍ସନ କେବେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jitu-Bobby friendship controversy | Argus News