Videos
|
Odisha

Forced to Dance / ଚାକିରିର ପ୍ରଲୋଭନ ଦେଖାଇ ହୋଟେଲରେ ବନ୍ଦୀ! ବାର୍‌ରେ ନାଚିବାକୁ କରାଯାଉଥିଲା ବାଧ୍ୟ

Bikash Mohanty
Browse all articles by Bikash Mohanty
·1 day ago·2 min read
ଚାକିରିର ପ୍ରଲୋଭନ ଦେଖାଇ ହୋଟେଲରେ ବନ୍ଦୀ! ବାର୍‌ରେ ନାଚିବାକୁ କରାଯାଉଥିଲା ବାଧ୍ୟ
Forced to Dance

Key Points

ଚାକିରିର ପ୍ରଲୋଭନ ଦେଖାଇ ହୋଟେଲରେ ବନ୍ଦୀ!
ବାର୍‌ରେ ନାଚିବାକୁ କରାଯାଉଥିଲା ବାଧ୍ୟ
ଯୁବତୀଙ୍କ ସାଙ୍ଘାତିକ ଅଭିଯୋଗ
ଦଲାଲ୍ ପ୍ରେମୀ ଯୁଗଳ ଅଟକ
ଭୁବନେଶ୍ୱର, ୧୦/୯: ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍। ଚାକିରି ଦେବାର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବାଲେଶ୍ୱରରୁ ଭୁବନେଶ୍ୱର ଅଣା ଯାଇଥିଲା। ହେଲେ ହୋଟେଲରେ ରଖି ବାର୍‌ରେ ନୃତ୍ୟ କରିବାକୁ ବାଧ୍ୟ କରାଯାଉଥିଲା। ଏଥିରେ ରାଜି ନହେବାରୁ ନିର୍ଯାତନା ଦେବା ଏବଂ ହୋଟେଲକୁ ଆସୁଥିବା ଗ୍ରାହକଙ୍କ ସହ ରାତି କାଟିବାକୁ ବାଧ୍ୟ କରାଯାଉଥିଲା ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ଭୁବନେଶ୍ୱର ଜାଗମରାସ୍ଥିତ ହୋଟେଲ୍‌ ଶ୍ରୁତିରେ ସେକ୍ସ ରାକେଟ୍ ଚାଲିଥିବା ଅଭିଯୋଗକୁ ନେଇ ଚଢ଼ଉ କରିଛି ଖଣ୍ଡଗିରି ଥାନା ପୁଲିସ।

ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ହୋଟେଲରେ ଚଢ଼ଉ କରି ଦୁଇଜଣଙ୍କୁ କାବୁ କରିଛି। ଅଭିଯୋଗ ଅନୁସାରେ, ଉଭୟେ ପ୍ରେମୀଯୁଗଳ ଏବଂ ଦଲାଲ ଭାବେ କାମ କରୁଥିବା ସନ୍ଦେହ କରାଯାଉଛି। ଉଭୟଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି।

ଚାକିରିର ମିଛ ପ୍ରତିଶ୍ରୁତି!

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ପ୍ରାୟ ଦୁଇମାସ ତଳେ ବାଲେଶ୍ୱରରେ ତାଙ୍କ ସହ ଏହି ପ୍ରେମୀଯୁଗଳଙ୍କ ଦେଖା ହୋଇଥିଲା। ରାଜଧାନୀ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ସେମାନେ ଯୁବତୀଙ୍କୁ ଭୁବନେଶ୍ୱର ଆଣିଥିଲେ। ଚାକିରିର ସ୍ୱପ୍ନ ନେଇ ରାଜଧାନୀକୁ ଆସିଥିବା ଯୁବତୀ କିନ୍ତୁ ଏଠାରେ ପହଞ୍ଚିବା ପରେ ଏକ ଭିନ୍ନ ପରିସ୍ଥିତିର ସାମ୍ନା କରିଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ତାରକା ହୋଟେଲରେ ଚାକିରି ଦେବା ବଦଳରେ ଜାଗମରାସ୍ଥିତ ହୋଟେଲ୍‌ ଶ୍ରୁତିରେ ରଖାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଭୁବନେଶ୍ବରର ୩ଟି ବାର୍ ଉପରେ ରେଡ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଥିଲେ ବାର୍

ବାର୍‌ରେ ନାଚିବାକୁ ଚାପ

ଅଭିଯୋଗ ଅନୁସାରେ, କିଛିଦିନ ପରେ ଯୁବତୀଙ୍କୁ ବାର୍‌ରେ ନୃତ୍ୟ ପରିବେଷଣ କରିବାକୁ କୁହାଯାଇଥିଲା। ହେଲେ ସେ ଏଥିରେ ରାଜି ହୋଇନଥିଲେ। ଏହାପରେ ତାଙ୍କ ଉପରେ ଚାପ ପକାଯିବା ସହ ନିର୍ଯାତନା ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ଯୁବତୀଙ୍କ ଅଭିଯୋଗ ଆହୁରି ଗୁରୁତର। ତାଙ୍କୁ ହୋଟେଲ ଭିତରେ ବନ୍ଦୀ ଭଳି ରଖାଯାଇଥିବା ଏବଂ ବାହାରକୁ ଯିବାକୁ ଦିଆଯାଉନଥିବା ସେ କହିଛନ୍ତି। ଏପରିକି ହୋଟେଲକୁ ଆସୁଥିବା ଗ୍ରାହକଙ୍କ ସହ ରାତି କାଟିବାକୁ ତାଙ୍କୁ ବାଧ୍ୟ କରାଯାଉଥିବା ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୀଡ଼ିତା।

ଅଣଓଡ଼ିଆ ଯୁବତୀଙ୍କୁ ଆଣି ରାକେଟ୍‌ ଚଲାଇଥିବା ଅଭିଯୋଗ

କେବଳ ଜଣେ ଯୁବତୀ ନୁହେଁ, ହୋଟେଲକୁ ଅଣଓଡ଼ିଆ ଯୁବତୀଙ୍କୁ ଆଣି ଦୀର୍ଘଦିନ ଧରି ସେକ୍ସ ରାକେଟ୍ ଚଳାଯାଉଥିବା ମଧ୍ୟ ପୀଡ଼ିତା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ହୋଟେଲରେ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ପୁଲିସ ଦୁଇଜଣଙ୍କୁ କାବୁ କରିଥିବା ଜଣାପଡ଼ିଛି। ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଉଛି। ଏହି ରାକେଟ୍‌ରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି, ହୋଟେଲରେ ଆଉ କେତେଜଣ ଯୁବତୀଙ୍କୁ ରଖାଯାଇଥିଲା ଏବଂ ଏହା ପଛରେ କିଏ କିଏ ରହିଛନ୍ତି, ସେନେଇ ପୁଲିସ ତଦନ୍ତ କରୁଛି।

ଘଟଣାର ସମସ୍ତ ଦିଗ ଯାଞ୍ଚ ପରେ ଏହି ମାମଲାରେ ଆହୁରି ଗିରଫଦାରୀ ହୋଇପାରେ ବୋଲି ଆଶା କରାଯାଉଛି। ତେବେ ପୁଲିସର ତଦନ୍ତ ଶେଷ ହେବା ପରେ ହିଁ ଅଭିଯୋଗର ସତ୍ୟତା ଏବଂ ଘଟଣା ପଛର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।