Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ପ୍ରଚାରରେ ଥିଲେ ପାଣ୍ଡିଆନ

Odisha

ବିଜେଡି ପ୍ରଚାରରେ ଥିଲେ ପାଣ୍ଡିଆନ

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଜେଡି ପ୍ରଚାରରେ ଥିଲେ ପାଣ୍ଡିଆନ

ଭୁବନେଶ୍ୱର:  ଗତ ନଭେମ୍ବର ମାସରେ ଚାକିରି ଛାଡ଼ି ଫୁଲ୍ ଟାଇମ୍ ପଲିଟିସିଆନ୍ ହୋଇଥିଲେ ଭି. କେ ପାଣ୍ଡିଆନ। ରାଜନୈତିକ ଦଳରେ ମିଶିଲେ, ବିଜେଡି ପାଇଁ ପ୍ରଚାର କରୁଛନ୍ତି, କିନ୍ତୁ 5T ଅଧ୍ୟକ୍ଷ ପଦରେ ରହି ସବୁ ସରକାରୀ ସୁବିଧା ସୁଯୋଗର ଉପଭୋଗ କରୁଛନ୍ତି।  ଯାହା ନିର୍ବାଚନ ଆଚରଣ ବିଧିର ଚରମ ଉଲ୍ଲଂଘନ। ଏବେ ବିଜେପି ପକ୍ଷରୁ ବିରୋଧ ପରେ ପଦରୁ ହଟିଛନ୍ତି ପାଣ୍ଡିଆନ। ତେବେ ଏ ପ୍ରସଙ୍ଗରେ ବିଜେପି କହିଛି, ଆଚରଣ ବିଧି ଉଲ୍ଲଂଘନର ମାଧ୍ୟମ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ପାଣ୍ଡିଆନଙ୍କୁ ମିଳୁଥିବା ସରକାରୀ ସୁବିଧା ବି ପ୍ରତ୍ୟାହାର କରିବାକୁ ଦାବି କରିଛି ଦଳ। ବିଜେପି ସି - ଭିଜିଲ ଆପରେ ଅଭିଯୋଗ କଲା ପରେ ପାଣ୍ଡିଆନଙ୍କୁ 5T ଅଧ୍ୟକ୍ଷ ପଦରୁ ହଟାଇଲେ ରାଜ୍ୟ ସରକାର । ପାଣ୍ଡିଆନ 5T ଦାୟିତ୍ୱରେ ରହିବା ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିଲେ । କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି ଏତେ ଦିନ ହେଲା କାହିଁକି 5T ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ହଟାଇ ନଥିଲେ । ଏହା ଉତ୍ତର ମୁଖ୍ୟମନ୍ତ୍ରୀ ଦେବେ କି ବୋଲି ପ୍ରଶ୍ନ କରିଛି ବିଜେପି । ଏହା କଣ ଅବାଧ ନିର୍ବାଚନ ? ସରକାରୀ ଅଧିକାରୀଙ୍କୁ ଲଗାଇ ଏଭଳି ଭାବେ ବିଜେଡ଼ି ନିର୍ବାଚନ ପରିଚାଳନା କରୁଛି ବୋଲି ଅଭିଯୋଗ କରିଛି ଦଳ । 

 ଭି.କେ. ପାଣ୍ଡିଆନ ନଭେମ୍ବର ୨୦୨୩ରେ ବିଜେଡିରେ ଯୋଗ ଦେଇଥିଲେ । ସେ ବର୍ତ୍ତମାନ ଜଣେ ରାଜନୈତିକ ଦଳର ସଦସ୍ୟ । କିନ୍ତୁ ଦଳରେ ସାମିଲ ହେବା ପର ଠାରୁ ସରକାରୀ ଅଫିସର ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଲୟରେ ନିୟୋଜିତ ଥିଲେ । 5T ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀ ତାଲିକାରେ ତାଙ୍କ  ନାଁ ଥିଲା । ତେବେ ଜଣେ ବ୍ୟକ୍ତି ରାଜନୈତିକ ଦଳରେ ଥାଇ ସରକାରୀ ଅଫିସର ଭାବେ 5T ଅଧ୍ୟକ୍ଷ କେମିତି ଥିଲେ ? ଏହା ଆଦର୍ଶ ଆଚରଣ ବିଧିକୁ ଉଲଂଘନ କରୁଛି । ତେଣୁ ଏ ନେଇ ଆପତ୍ତି ଉଠାଇବା ସହ ସି-ଭିଜିଲ ଆପ୍ ମାଧ୍ୟମରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି ।

ଆଉ ବିଜେପିର ଅଭିଯୋଗ ଆଧାରରେ ଇସିଆଇଙ୍କ ନିର୍ଦ୍ଦେଶ ପରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଫିସର ତାଲିକାରୁ ପାଣ୍ଡିଆନଙ୍କ ନାଁ ହଟାଇଛନ୍ତି ରାଜ୍ୟ ସରକାର । ତେବେ ପାଣ୍ଡିଆନ ସରକାରୀ ଅଫିସର ତାଲିକାରୁ ହଟିବା ପରେ ତାଙ୍କୁ ଦିଆଯାଉଥିବା ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ପାଣ୍ଡିଆନ ଆଉ କୌଣସି ସରକାରୀ ପଦବୀରେ ନାହାନ୍ତି । ସେ ବିଜେଡିର ଜଣେ ସାଧାରଣ ନେତା । ତେଣୁ ତାଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁରକ୍ଷା ମଧ୍ୟ ହଟାଇ ନିଆଯାଉ । ଏହାସହ ପାଣ୍ଡିଆନଙ୍କୁ ମିଳୁଥିବା ସରକାରୀ  ସୁବିଧା ମଧ୍ୟ ରାଜ୍ୟ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ବିଜେପି । ତେବେ ସରକାରୀ ଅଫିସର ପଦରୁ ହଟିବା ପରେ ପାଣ୍ଡିଆନଙ୍କୁ ମିଳୁଥିବା ସରକାରୀ ସେବା ପ୍ରତ୍ୟାହାର କରିବେ କି ନାହିଁ, ଏବେ ତାହା ଉପରେ ରହିଛି ନଜର । 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Joined a political party, campaigning for BJD, but enjoying all the government benefits while being the 5T Chairman. | Argus News